ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା

ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଏବଂ ହାଇଡୋଜ୍‌ ନିଶ୍ଚେତକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କ୍ଷତ ନ ଶୁଖି ସେପ୍ଟିସେମିଆ ହୋଇଯିବାରୁ ଦନ୍ତାର ମୃତ୍ୟୁ ହୋଇଥିବା ବନବିଭାଗ ସଫେଇ ଦେଇଛି।
ସୂଚନା ଅନୁଯାୟୀ, ଦୁଇମାସ ପୂର୍ବରୁ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରେ ଛନ୍ଦି ହୋଇପଡ଼ିବାରୁ ଦନ୍ତା ଗୋଡ଼ରେ ଏକ ପ୍ଲାଷ୍ଟିକ ରଶି ଚାପି ହୋଇ ରହିଯାଇଥିଲା। ମୋଟା ପ୍ଲାଷ୍ଟିକ ରଶି ଗୁଡ଼ାଇ ହୋଇ ରହିଯିବାରୁ ଧୀରେ ଧୀରେ କ୍ଷତ ବଢିବା ସହିତ ହାତୀଟି ଠିକ୍‌ ଭାବେ ଚଳପ୍ରଚଳ କରିପାରୁ ନ ଥିଲା। କ୍ଷତରୁ ରକ୍ତସ୍ରାବ ହେବା ସହିତ ଦୁର୍ଗନ୍ଧ ବାହାରୁଥିଲା। ଏହାକୁ ନେଇ ବନବିଭାଗର କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଡା.ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ରିଜର୍ଭର ଡା.ପିୟୂଷ ସୋରେନ ପ୍ରମୁଖ ଡାକ୍ତରୀ ଦଳ ରବିବାର ସକାଳେ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଟ୍ରାଙ୍କୁଲାଇଜ୍‌ ପରେ ୪ଘଣ୍ଟା ଧରି ଦନ୍ତାର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଏହି ଅସ୍ତ୍ରୋପଚାର ନିଷ୍ଫଳ ସାବ୍ୟସ୍ତ ହୋଇଛି। ୨୪ଘଣ୍ଟା ନ ପୂରୁଣୁ ହାତୀର ମୃତ୍ୟୁ ହୋଇଗଲା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ହାଇଡୋଜ୍‌ ନିଶ୍ଚେତକ ପାଇଁ ଦନ୍ତାର ମୃତ୍ୟୁ ହୋଇଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ସେହିପରି ବନ ବିଭାଗର ଅବହେଳାରୁ ଦନ୍ତାର ମୃତ୍ୟୁ ହୋଇଥିବା ବେତନଟୀ ବ୍ଲକ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ପୁରୁଷୋତ୍ତମ ପଣ୍ଡା କହିଛନ୍ତି। ହାତୀ ଅସୁସ୍ଥ ଥିବା ନେଇ ବହୁ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଚିକିତ୍ସାରେ ବିଳମ୍ବ କାରଣରୁ ହାତୀର ମୃତ୍ୟୁ ହେବା ଘଟଣାକୁ ପରିବେଶବିତ୍‌ମାନେ କଡ଼ା ସମାଲୋଚନା କରୁଛନ୍ତି। ଏ ସଂକ୍ରାନ୍ତରେ ବାରିପଦା ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ହାତୀ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେପ୍ଟିସେମିଆରେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାଇଡୋଜ ନିଶ୍ଚେତକ ଦିଆଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?