ଅସ୍ତ୍ରୋପଚାର ନିଷ୍ଫଳ: ଅସୁସ୍ଥ ହାତୀର ଜୀବନ ଗଲା

ବାରିପଦା ଅଫିସ/ବେତନଟୀ, ୪ା୧୦(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ମଶିଣାକାଟି ସଂରକ୍ଷିତ ଜଙ୍ଗଲରେ ସୋମବାର ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଉକ୍ତ ଦନ୍ତାର ମୃତ୍ୟୁ ହେବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଏବଂ ହାଇଡୋଜ୍‌ ନିଶ୍ଚେତକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କ୍ଷତ ନ ଶୁଖି ସେପ୍ଟିସେମିଆ ହୋଇଯିବାରୁ ଦନ୍ତାର ମୃତ୍ୟୁ ହୋଇଥିବା ବନବିଭାଗ ସଫେଇ ଦେଇଛି।
ସୂଚନା ଅନୁଯାୟୀ, ଦୁଇମାସ ପୂର୍ବରୁ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରେ ଛନ୍ଦି ହୋଇପଡ଼ିବାରୁ ଦନ୍ତା ଗୋଡ଼ରେ ଏକ ପ୍ଲାଷ୍ଟିକ ରଶି ଚାପି ହୋଇ ରହିଯାଇଥିଲା। ମୋଟା ପ୍ଲାଷ୍ଟିକ ରଶି ଗୁଡ଼ାଇ ହୋଇ ରହିଯିବାରୁ ଧୀରେ ଧୀରେ କ୍ଷତ ବଢିବା ସହିତ ହାତୀଟି ଠିକ୍‌ ଭାବେ ଚଳପ୍ରଚଳ କରିପାରୁ ନ ଥିଲା। କ୍ଷତରୁ ରକ୍ତସ୍ରାବ ହେବା ସହିତ ଦୁର୍ଗନ୍ଧ ବାହାରୁଥିଲା। ଏହାକୁ ନେଇ ବନବିଭାଗର କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ଡା.ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ରିଜର୍ଭର ଡା.ପିୟୂଷ ସୋରେନ ପ୍ରମୁଖ ଡାକ୍ତରୀ ଦଳ ରବିବାର ସକାଳେ ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଟ୍ରାଙ୍କୁଲାଇଜ୍‌ ପରେ ୪ଘଣ୍ଟା ଧରି ଦନ୍ତାର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଏହି ଅସ୍ତ୍ରୋପଚାର ନିଷ୍ଫଳ ସାବ୍ୟସ୍ତ ହୋଇଛି। ୨୪ଘଣ୍ଟା ନ ପୂରୁଣୁ ହାତୀର ମୃତ୍ୟୁ ହୋଇଗଲା। ତେବେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ହାଇଡୋଜ୍‌ ନିଶ୍ଚେତକ ପାଇଁ ଦନ୍ତାର ମୃତ୍ୟୁ ହୋଇଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ସେହିପରି ବନ ବିଭାଗର ଅବହେଳାରୁ ଦନ୍ତାର ମୃତ୍ୟୁ ହୋଇଥିବା ବେତନଟୀ ବ୍ଲକ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍‌ ପୁରୁଷୋତ୍ତମ ପଣ୍ଡା କହିଛନ୍ତି। ହାତୀ ଅସୁସ୍ଥ ଥିବା ନେଇ ବହୁ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଚିକିତ୍ସାରେ ବିଳମ୍ବ କାରଣରୁ ହାତୀର ମୃତ୍ୟୁ ହେବା ଘଟଣାକୁ ପରିବେଶବିତ୍‌ମାନେ କଡ଼ା ସମାଲୋଚନା କରୁଛନ୍ତି। ଏ ସଂକ୍ରାନ୍ତରେ ବାରିପଦା ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ହାତୀ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତର ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସେପ୍ଟିସେମିଆରେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାଇଡୋଜ ନିଶ୍ଚେତକ ଦିଆଯିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ମିଲ୍‌ର ଧୂଳି, କୁଣ୍ଡା କରୁଛି ଗାଁକୁ ପ୍ରଦୂଷଣ

ପାତ୍ରପୁର,୨।୬(ଡି.ଏନ୍‌.ଏ.): ସୂର୍ଯ୍ୟ ଉଦୟ ହେଲେ ଗ୍ରମାବାସୀଙ୍କ ଚିନ୍ତା ବଢୁଛି, ଭୋରରୁ ରାତି ୯ଟା ଯାଏ ଘରର ଦାଣ୍ଡ ଦୂଆର ଓ ବାଡ଼ି କବାଟ ଦେଇ ରହିବାକୁ...

ଲଦାପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ: ଖସିଗଲେ କ୍ୟାଡର ମାଓବାଦୀ

ଫୁଲବାଣୀ ଅଫିସ, ୩ା୭- କନ୍ଧମାଳ ଜିଲା ପୋଲିସ ପକ୍ଷରୁ କୋମ୍ବିଂ ବେଳେ ଫିରିଙ୍ଗିଆ ଥାନା ସୁମେରବନ୍ଧ ପଞ୍ଚାୟତ ଲଦାପଦର ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ...

ଦରବୃଦ୍ଧି ରୋକିବା ଦାବି କଲା ସିପିଆଇଏମ୍‌

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ) ସିପିଆଇଏମ୍‌ ଭୁବନେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆକାଶଛୁଆଁ ଦରବୃଦ୍ଧି ରୋକିବା ଦାବିରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା...

ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଚଳାଚଳ ବନ୍ଦ

ଖୋର୍ଦ୍ଧା,୬।୫(ଡି.ଏନ୍‌.ଏ.): ଚିଲିକାରେ ଗୁରୁବାର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଛି। ବାତ୍ୟା ଆଶଙ୍କା ନ ଟଳିବା ପର୍ଯ୍ୟନ୍ତ...

ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ

ଆନନ୍ଦପୁର,୫ା୬(ସ୍ବ.ପ୍ର.): ଆନନ୍ଦପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧିକାରୀ ପବିତ୍ରାନନ୍ଦ ପ୍ରଧାନ,...

ଅଜଣା ଗାଡ଼ି ଧକ୍କାରେ ପରିବା ଦୋକାନୀଙ୍କ ଜୀବନ ଗଲା

ବନ୍ତ,୯ା୧(ଡି.ଏନ୍‌.ଏ.): ସୋମବାର ଭୋର୍‌ ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଲକ୍ଷ୍ମୀବଜାରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ...

୮ ମାସ ହେଲା ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ, ଗ୍ରାମବାସୀ ହନ୍ତସନ୍ତ

ବାଲିଶଙ୍କରା,୧୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ତିଲଡେଗା ଗ୍ରାମରେ ଆଜକୁ ପ୍ରାୟ ୮ ମାସ ହେବ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଫଳରେ ଗ୍ରାମବାସୀ ହନ୍ତସନ୍ତ...

୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା

୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି...

Advertisement
Archives

Model This Week