ଭିତରକନିକାର ମା’ଜୟଦୁର୍ଗା

ରାଜନଗର,୪ା୧୦(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନରେ ଅନନ୍ୟ ସ୍ବାକ୍ଷର ବହନ କରିଛନ୍ତି ମା’ଜୟଦୁର୍ଗା। ମା’ଜୟଦୁର୍ଗା ଏଠାରେ ବନଦୁର୍ଗା ଭାବେ ଆବିର୍ଭୁତା ହୋଇଥିଲେ ବି ଜଗତ ଜନଙ୍କର ମଙ୍ଗଳ ବିଧାନ ପାଇଁ ତାଙ୍କୁ ଅଷ୍ଟଭୂଜା କୁଷ୍ମାଣ୍ଡା ଦେବୀ ଭାବେ ଗ୍ରହଣ କରାଯାଇପାରେ। ତାଙ୍କ ହାତରେ ଅଛି କମଣ୍ଡଳୁ, ଧନୁଷ, ବାଣ, କମଳ, ଅମୃତକଳସ, ଚନ୍ଦ୍ର, ଗଦା ଏବଂ ଅଷ୍ଟମ ହାତରେ ଅଛି ସିଦ୍ଧି ଓ ନିଧି ପ୍ରଦାନକାରୀ ଜପାମାଳା।
ଲୋକକଥାରୁ ମା’ଙ୍କ ଆର୍ବିଭାବ ସମ୍ପର୍କରେ ନାନାଦି କାହାଣୀ ବିଭିନ୍ନ କାବ୍ୟ କବିତାରେ ସ୍ଥାନୀୟ ଭକ୍ତମାନେ ରଚନା କରିଛନ୍ତି। ଅତୀତରେ ନଦୀ ନାଳ ପରିବେଷ୍ଟିତ ଏହି ଅଞ୍ଚଳ ଘଞ୍ଚ ଝାଟି ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ରାସ୍ତାଘାଟ ନ ଥିଲା। ଏବେକାର ପୀଠର ଅନତି ଦୂରରେ ଥିଲା ସାଗର, ଯେଉଁଟି ଉତ୍କଳୀୟ ନୈବାଣିଜ୍ୟ ପାଇଁ ମୁଖ୍ୟ ପଥ ଥିଲା। ଶୁଣାଯାଏ, ଜଳପଥରେ ଯାଉଥିବା କୌଣସି ସାଧବଙ୍କ ବୋଇତ ବାଙ୍କୁଆଳ ସଂଲଗ୍ନ ସମୁଦ୍ରରେ ଦୁର୍ଘଟଣା ଘଟି ବୁଡିଯାଇଥିଲା। ସମୟକ୍ରମେ ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ତଟ ଝାଟି ଜଙ୍ଗଲ ହୋଇଯାଇଥିଲା। କନିକା ଜମିଦାରୀ ସମୟରେ କୃତିମ ଭାବେ ଏ ଅଞ୍ଚଳକୁ ଖୋଳା ନଈ ମାଧ୍ୟମରେ ଅଭୟାରଣ୍ୟ ସୃଷ୍ଟି କରି ତତ୍‌କାଳୀନ କନିକାର ଭଞ୍ଜ ରାଜବଂଶ ବନ ତତ୍ତ୍ୱାବଧାରକ ନିଯୁକ୍ତି ଦେଇ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ନେଇଥିଲେ। କନିକା ଜମିଦାରୀର ନୀଳମଣି ମହାନ୍ତି, ବନ ତତ୍ତ୍ୱାବଧାରକ ହିଁ ସର୍ବ ପ୍ରଥମେ ପ୍ରତ୍ୟକ୍ଷ ହୋଇଥିଲେ ମା’ଙ୍କୁ। ବନ ତତ୍ତ୍ୱାବଧାନ ସମୟରେ ଦିନେ ମହାନ୍ତି ଙ୍କୁ ଜଣାଗଲା, ଘନଘୋର ରାତ୍ରିରେ ଘଞ୍ଚ ବନାନୀ ଭିତରେ ଯେପରି ଏକ ଦିବ୍ୟ ଉଜ୍ଜଳ ଆଲୋକର ସରଳରେଖା ଗତି କରୁଛି। ଆଲୋକିତ ହୋଇଯାଉଛି ଦିଗବିଦିଗ। ନିୟମିତ ସେ ଅନୁଭବ କଲେ, ଏକ ଦିବ୍ୟ ସତା ଯେପରି ତରଙ୍ଗାୟିତ ହେଉଛି ଏଇ ବଣମୁଲକରେ। ଦିନେ ସନ୍ତର୍ପଣରେ ସାହସ ସଞ୍ଚୟ କରି ସେ ଆଲୋକର ପଥକୁ ଅନୁସରଣ କରି ଦେଖିଲେ, ଘନଘୋର ରାତ୍ରିର କୃଷ୍ଣିମା ଭିତରେ କେହି ଜଣେ ଦିବ୍ୟନାରୀ, ବରାଭୟରେ ବିଭୁଷିତା ହୋଇ ସ୍ମିତ ହସି ତାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ‘ମୋତେ ନେଇଚାଲ ବାଙ୍କୁଆଳ, ମୁଁ ରହିବି ସେଇଠି’। ପରବର୍ତ୍ତୀ ଅବସ୍ଥାରେ ନୀଳମଣି ସ୍ଥାନୀୟ ଜନତାଙ୍କ ସହାୟତାରେ ଉଦ୍ଧାର କଲେ ମା’ଙ୍କ ଅଷ୍ଟଭୂଜା ବିଗ୍ରହ। ନିକଟରେ ବୁଡିଯାଇଥିବା ବୋଇତରୁ ସଂଗ୍ରହ କଲେ ତାଙ୍କ ପାର୍ଶ୍ୱ ଦେବତା। ବାଙ୍କୁଆଳ ମୌଜାରେ ଏକ ଚାଳ ମନ୍ଦିରରେ ମା’ ଅବସ୍ଥାପିତା ହେଲେ ଏବଂ ପାର୍ଶ୍ୱରେ ଶୋଭା ପାଇଲେ ନାଗା ନାରାୟଣ, ଅନନ୍ତ ଶୟନ ମୂର୍ତ୍ତି। ପରେ ହରହର ମହାଦେବଙ୍କୁ ଅବସ୍ଥାପିତ କରାଗଲା। ତତ୍‌କାଳିନ କନିକା ଜମିଦାର ମା’ଙ୍କ ପୂଜା ବିଧି ପାଇଁ ବ୍ରାହ୍ମଣ ନିଯୋଗ କରି ମା’ଙ୍କ ସେବା ପାଇଁ ଜାଗିରି ସୂତ୍ରରେ ଜମି ଖଞ୍ଜି ଦେଲେ। ସେହିଦିନରୁ ଅଦ୍ୟାବଧି ସବୁ ବିଧି ବିଧାନ ପାଳନ କରାଯାଇ ମା’ଙ୍କ ପୂଜା ନିର୍ଘଣ୍ଟ ସମ୍ପନ୍ନ ହେଉଛି। ବର୍ତ୍ତମାନ ଚାଳଘର ପରିବର୍ତ୍ତେ ଭବ୍ୟ ସୁଉଚ୍ଚ ମନ୍ଦିରରେ ମା’ଙ୍କୁ ଅବସ୍ଥାପିତା କରାଯାଇ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କର ପାର୍ବଣ ହୁଏ ଶାରଦୀୟ ଦୁର୍ଗାପୂଜା ସମୟରେ। ପାରମ୍ପାରିକ ଭାବେ ମୂଳାଷ୍ଟମୀଠାରୁ ତାଙ୍କୁ ଧରାବତରଣ ପାଇଁ ଆବାହନ କରାଯାଏ। ଶାରଦୀୟ ଦୁର୍ଗାପୂଜା ସମୟରେ ନିତ୍ୟପୂଜା ସହ ଷୋଡଶ ଉପଚାର ପୂଜା, ଚଣ୍ଡିପାଠ ଆଦି କରାଯାଏ। କନିକା ଜମିଦାରୀର ବିଲୁପ୍ତି ପରେ ଅବିଭକ୍ତ ଡାଙ୍ଗମାଳ ପଞ୍ଚାୟତରୁ ମନୋନିତ ମା’ ଜୟଦୁର୍ଗା ମନ୍ଦିର ପରିଚାଳନା କମିଟି ମା’ଙ୍କ ସେବାବିଧି ପାଇଁ ସୁବ୍ୟବସ୍ଥା କରିଛନ୍ତି। ମା’ଙ୍କ ପୀଠରେ ଥିବା ପାର୍ଶ୍ୱ ଦେବତାଙ୍କ ସମ୍ପର୍କରେ ବିଶେଷ ତଥ୍ୟ ନାହିଁ। ମହାଦେବ ଓ ଅନନ୍ତଶୟନ ଭିନ୍ନ ଏଠାରେ ଶୋଭା ପାଉଛନ୍ତି ଯେଉଁ ବିଗ୍ରହ, ତାହା ଏକ ବୁଦ୍ଧମୂର୍ତ୍ତୀ ଭଳି ପ୍ରତୀୟମାନ ହୁଏ। ଆଲୋଚକମାନଙ୍କ ମତରେ ବୁଦ୍ଧ ଧର୍ମର ପ୍ରସାର କାଳରେ କେନ୍ଦ୍ରାପଡା, ଯାଜପୁର ସୀମାରେଖାରେ ଥିବା ବୁଦ୍ଧକିର୍ତ୍ତୀ ଲଳିତଗିରି, ରତ୍ନଗିରିଠାରେ ବୁଦ୍ଧ ଧର୍ମର ପ୍ରାବଲ୍ୟ ଥିଲା। କିନ୍ତୁ ବ୍ରାହ୍ମଣ୍ୟ ଧର୍ମର ଉତ୍‌ଥାନ ପରେ, ଏହି ମୂର୍ତ୍ତୀଗୁଡିକ ମସ୍ତକରେ ସିନ୍ଦୁର ଲେପି ଏହାକୁ ଗ୍ରାମଦେବତୀ ଭାବେ ପୂଜା କରାଯାଉଛି। ଅନ୍ୟଏକ ମତକୁ ମଧ୍ୟ ଅସ୍ବୀକାର କରା ନ ଯାଇପାରେ। କେହି ଜଣେ ବଣିକ ସୁଦୂର ଦକ୍ଷିଣ ପୂର୍ବ ଏସିଆରୁ ଆଣିଥିବା ଏହି ମୂର୍ତ୍ତୀ ହୁଏତ ଦୁର୍ଘଟଣା ଗ୍ରସ୍ଥ ହୋଇ ଏଠାରେ ଚିରଦିନ ରହିଯାଇ ଥାଇ ପାରେ। ଏହା ଅଧିକ ପ୍ରତ୍ନତାତ୍ୱିକ ଗବେଷଣା କରାଗଲେ ଏହି ରହସ୍ୟମୟୀ ଦେବୀଙ୍କ ପ୍ରକୃତ ତଥ୍ୟ ଜନମାନସରେ ପରିପ୍ରକାଶ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri