ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’

ପଟ୍ଟାମୁଣ୍ଡାଇ,୪ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗଁାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ ପାଇଁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲିଯାଇ ମହିଳା ଜଣକ ପ୍ରେମିକ ସହ ମିଶି ରବିବାର ପୁଅକୁ ହତ୍ୟାକରି ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଦୁହିଡ଼ିପୁର ଗଁାର ସସ୍ମିତା ନାଥ ମାଟିଆପନା ଗାଁର ସୁକାନ୍ତ ନାଥଙ୍କୁ ଗତ ୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୩ଟି ପିଲା ଥିବାବେଳେ ସୁକାନ୍ତ ବିଦେଶରେ କାମ କରନ୍ତି। ସୁକାନ୍ତ ବିଦେଶ ନ ଯିବା ପୂର୍ବରୁ ମୁମ୍ବାଇରେ କାମକଲା ବେଳେ ସସ୍ମିତାଙ୍କୁ ନେଇ ରଖୁଥିଲେ। ସେଠାରେ ପଡ଼ୋଶୀ ଭାବେ ଗୁପ୍ତିରା ଗଁାର ଲକ୍ଷ୍ମୀଧର ବାଇ ରହୁଥିଲେ। ସେଠାରେ ଲକ୍ଷ୍ମୀଧରଙ୍କ ସହ ସସ୍ମିତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସୁକାନ୍ତ ମୁମ୍ବାଇରୁ ନିଜ ଘରକୁ ଫେରି ଦେଶ ବାହାରକୁ କାମ କରିବାକୁ ଯାଇଥିଲେ। ପିଲାଙ୍କୁ ଭଲ ପାଠ ପଢ଼ାଇବା ଲାଗି ସସ୍ମିତା ପଟ୍ଟାମୁଣ୍ଡାଇରେ ଭଡ଼ାଘର ନେଇ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ପୁରୁଣା ପ୍ରେମିକ ଲକ୍ଷ୍ମୀଧର ସେଠାକୁ ଯିବା ଆସିବା କରୁଥିଲେ। ତେବେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘର ଓ ପରିବାର ଛାଡ଼ି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ସସ୍ମିତା ତାଙ୍କ ବଡ଼ପୁଅ ଓ ଝିଅକୁ ବାପ ଘରେ ଛାଡ଼ି ପ୍ରେମ ପାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ୩ବର୍ଷର ସାନପୁଅ। ଏହାକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶେଷରେ ସାନପୁଅକୁ ହଟାଇବାକୁ ଉଭୟେ ପ୍ରେମୀ ଯୁଗଳ ନିଷ୍ପତ୍ତି ନେଇଥିଲେ। ନାଟକୀୟ ଢଙ୍ଗରେ ପୁଅକୁ ହତ୍ୟାକରି ଛାତ ଉପରୁ ପଡ଼ି ଯାଇଥିବା କହି ସସ୍ମିତା ମୃତ ଶିଶୁପୁତ୍ରକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନ ଜଣାଇ ନେଇ ପୋତିଦେଇଥିଲେ। ତେବେ ରବିବାର ଲକ୍ଷ୍ମୀଧର ସସ୍ମିତାଙ୍କ ବାପଘରକୁ ଯାଇଥିଲେ। ସସ୍ମିତାଙ୍କ ବଡ଼ପୁଅ ଓ ଝିଅ ଲକ୍ଷ୍ମୀଧରଙ୍କୁ ଚିହ୍ନିବା ସହ ମା’ର ପ୍ରେମ କାହାଣୀ ମାମୁଘରେ କହିଥିଲେ। ଏହାପରେ ଗ୍ରାମବାସୀ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ସସ୍ମିତା ଓ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଉଭୟେ ସାନପୁଅକୁ ମାରିଦେଇଥିବା କଥା ପୋଲିସ ଜାଣିବାକୁ ପାଇଥିଲା। ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଆଗରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା। ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌, ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ଶିଶୁପୁତ୍ରର ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏ ନେଇ ଥାନାରେ ନଂ. ୪୮୬/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri