ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’

ପଟ୍ଟାମୁଣ୍ଡାଇ,୪ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗଁାରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ ପାଇଁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲିଯାଇ ମହିଳା ଜଣକ ପ୍ରେମିକ ସହ ମିଶି ରବିବାର ପୁଅକୁ ହତ୍ୟାକରି ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଦୁହିଡ଼ିପୁର ଗଁାର ସସ୍ମିତା ନାଥ ମାଟିଆପନା ଗାଁର ସୁକାନ୍ତ ନାଥଙ୍କୁ ଗତ ୭ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ୩ଟି ପିଲା ଥିବାବେଳେ ସୁକାନ୍ତ ବିଦେଶରେ କାମ କରନ୍ତି। ସୁକାନ୍ତ ବିଦେଶ ନ ଯିବା ପୂର୍ବରୁ ମୁମ୍ବାଇରେ କାମକଲା ବେଳେ ସସ୍ମିତାଙ୍କୁ ନେଇ ରଖୁଥିଲେ। ସେଠାରେ ପଡ଼ୋଶୀ ଭାବେ ଗୁପ୍ତିରା ଗଁାର ଲକ୍ଷ୍ମୀଧର ବାଇ ରହୁଥିଲେ। ସେଠାରେ ଲକ୍ଷ୍ମୀଧରଙ୍କ ସହ ସସ୍ମିତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସୁକାନ୍ତ ମୁମ୍ବାଇରୁ ନିଜ ଘରକୁ ଫେରି ଦେଶ ବାହାରକୁ କାମ କରିବାକୁ ଯାଇଥିଲେ। ପିଲାଙ୍କୁ ଭଲ ପାଠ ପଢ଼ାଇବା ଲାଗି ସସ୍ମିତା ପଟ୍ଟାମୁଣ୍ଡାଇରେ ଭଡ଼ାଘର ନେଇ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ପୁରୁଣା ପ୍ରେମିକ ଲକ୍ଷ୍ମୀଧର ସେଠାକୁ ଯିବା ଆସିବା କରୁଥିଲେ। ତେବେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘର ଓ ପରିବାର ଛାଡ଼ି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ସସ୍ମିତା ତାଙ୍କ ବଡ଼ପୁଅ ଓ ଝିଅକୁ ବାପ ଘରେ ଛାଡ଼ି ପ୍ରେମ ପାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସସ୍ମିତାଙ୍କ ପ୍ରେମରେ କଣ୍ଟା ସାଜିଥିଲା ୩ବର୍ଷର ସାନପୁଅ। ଏହାକୁ ନେଇ ବିଭିନ୍ନ ସମୟରେ ସସ୍ମିତା ଓ ଲକ୍ଷ୍ମୀଧରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ଶେଷରେ ସାନପୁଅକୁ ହଟାଇବାକୁ ଉଭୟେ ପ୍ରେମୀ ଯୁଗଳ ନିଷ୍ପତ୍ତି ନେଇଥିଲେ। ନାଟକୀୟ ଢଙ୍ଗରେ ପୁଅକୁ ହତ୍ୟାକରି ଛାତ ଉପରୁ ପଡ଼ି ଯାଇଥିବା କହି ସସ୍ମିତା ମୃତ ଶିଶୁପୁତ୍ରକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନ ଜଣାଇ ନେଇ ପୋତିଦେଇଥିଲେ। ତେବେ ରବିବାର ଲକ୍ଷ୍ମୀଧର ସସ୍ମିତାଙ୍କ ବାପଘରକୁ ଯାଇଥିଲେ। ସସ୍ମିତାଙ୍କ ବଡ଼ପୁଅ ଓ ଝିଅ ଲକ୍ଷ୍ମୀଧରଙ୍କୁ ଚିହ୍ନିବା ସହ ମା’ର ପ୍ରେମ କାହାଣୀ ମାମୁଘରେ କହିଥିଲେ। ଏହାପରେ ଗ୍ରାମବାସୀ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ସସ୍ମିତା ଓ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ଉଭୟେ ସାନପୁଅକୁ ମାରିଦେଇଥିବା କଥା ପୋଲିସ ଜାଣିବାକୁ ପାଇଥିଲା। ସୋମବାର ପଟ୍ଟାମୁଣ୍ଡାଇ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଆଗରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା। ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌, ମାଜିଷ୍ଟ୍ରେଟଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ ଶିଶୁପୁତ୍ରର ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏ ନେଇ ଥାନାରେ ନଂ. ୪୮୬/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?