ଆମ ଜିଲା ଖବର

କମିଛି ବର୍ଷା, କମିନି ଦୁର୍ଦ୍ଦଶା

ସମ୍ବଲପୁର,୧୯ା୮(ବ୍ୟୁରୋ):ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ୨୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଅନ୍ୟପଟେ ଦିନତମାମ ସମ୍ବଲପୁର ସହରରେ ବର୍ଷା ହୋଇନାହିଁ। ତେଣୁ ତଳି ଅଞ୍ଚଳରେ ପ୍ରଭାବିତମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ହେଲେ ମଧ୍ୟ ସେମାନଙ୍କ ଦୁର୍ଦ୍ଦଶା କମିନାହିଁ। ଅନେକ ଗୃହ…

ଅସରଳାରେ ବଢୁଛି ପକ୍ଷୀ ଶିକାର

ଖୋର୍ଦ୍ଧା ଅଫିସ,୧୯।୮: ବୋଲଗଡ ବ୍ଲକ ଅଧୀନ ଅସରଳା ଗ୍ରାମରେ ଅବାଧରେ ଚାଲିଛି ପକ୍ଷୀ ଶିକାର। ଶିକାରୀମାନେ ସତର୍କତାର ସହ ବିଭିନ୍ନ ଉପାୟରେ ଗଛରେ ଥିବା ପକ୍ଷୀଙ୍କୁ ବନ୍ଧୁକ ମୁନରେ ଶିକାର କରିଚାଲିଛନ୍ତି। ବଡ଼ ବଡ଼ ମାଛ ରଙ୍କା, ବଗ, ବାଦୁଡ଼ି ପ୍ରତିଦିନ…

ବିଜ୍ଞାନ ଶିକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର

ଲାଠୋର,୧୯ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ କୌଣସି ସରକାରୀ ଯୁକ୍ତ ୩ ବିଜ୍ଞାନ କଲେଜ ନାହିଁ। ଏଥିଯୋଗୁ ଯୁକ୍ତ ୨ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ପାଟଣାଗଡ ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ଉଚ୍ଚଶିକ୍ଷା ଲାଭ କରୁଛନ୍ତି। ଯେଉଁମାନଙ୍କର ସମ୍ବଳ ନାହିଁ…

ସବୁଜିମା ହେବ ଝାଙ୍କର, ଖର୍ଡିଆ ଡୁଙ୍ଗୁରି

ଲୋଇସିଂହା,୧୯।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଟାଙ୍ଗରା ପଡିଥିବା ଝାଙ୍କର ଏବଂ ଖର୍ଡିଆ ଡୁଙ୍ଗୁରି ସବୁଜିମାକୁ ଫେରିବ। ବନ ବିଭାଗ ସହଯୋଗ ଏବଂ ରାମଜୀ ଯୁବକ ସଂଘ ଉଦ୍ୟମକ୍ରମେ ଉକ୍ତ ଟାଙ୍ଗରା ଡୁଙ୍ଗୁରିରେ ଚାରା…

ଲିଜ୍‌ଧାରୀଙ୍କ ନାଁରେ ମାମଲା

ବାରିପଦା ଅଫିସ,୧୯ା୮: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ମହୁପୁରା ଘାଟରୁ ବେଆଇନ ବାଲି ଉତ୍ତୋଳନ ଘଟଣାକୁ ନେଇ ଲିଜଧାରୀଙ୍କ ନାଁରେ ବଡ଼ସାହି ଥାନାରେ ମାମଲା ରୁଜୁ ହୋଇଛି। ଏ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ଚାଲିଥିବା ବେଳେ ବାରିପଦା…

୧୨୧୪୦ ଚାଷ ଜମି , ୪୬୮୫ ହେକ୍ଟର ଫସଲ ନଷ୍ଟ

ବାଙ୍କୀ,୧୯ା୮(ସ୍ବ.ପ୍ର.): ମହାନଦୀରେ ବନ୍ୟାଜଳ କମିବା ପରେ କଟକ ଜିଲା ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ବ୍ଲକରେ ବିପନ୍ନମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ବନ୍ୟା ପାଣି ଘେରରେ ରହିଥିବା ବାଙ୍କୀର ୩୯ ଗଁାର ୧ଲକ୍ଷ ୨ ହଜାର ୪୯୩ ଜଣ ଗୁରୁବାର…

ପରିବା ଚାଷରୁ ରୋଜଗାରକ୍ଷମ ହେଉଛନ୍ତି ଜୁଆଙ୍ଗ

କେନ୍ଦୁଝର,୧୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତର ଜୁଆଙ୍ଗ ଜନଜାତି ଲୋକେ ଜଙ୍ଗଲ ଓ ପାହାଡ଼ରେ ଥିବା କାଠ, ପତ୍ର, ଫଳମୂଳ ଆଦି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଆସୁଥିଲେ। କିନ୍ତୁ ଏବେ ପନିପରିବା ଚାଷ କରି ଆତ୍ମନିର୍ଭରଶୀଳ…

ତିହିଡ଼ିର ୫ ପଞ୍ଚାୟତ ଜଳଘେରରେ

ପଦ୍ମପୁର,୧୯।୮(ଡି.ଏନ.ଏ.): ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାଜଳରେ ଭଦ୍ରକ ଜିଲା ତିହିଡ଼ି ବ୍ଲକର ୫ ପଞ୍ଚାୟତ ବୋଡ଼କ, ବିଲଣା, ବାରୋ, କଁାପଡ଼ା ଓ ଶ୍ୟାମସୁନ୍ଦରପୁର ଗତ ୮ ଦିନ ଧରି ଜଳଘେରରେ ରହିଛି। ବିଲଣା ପଞ୍ଚାୟତର ବିଭିନ୍ନ ଗଁାରେ ଲୋକଙ୍କ ଘରେ…

ଟ୍ରକ୍‌-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ, ୩ ଗୁରୁତର

ବୌଦ୍ଧ,୧୯ା୮(ସ୍ବ.ପ୍ର.): ବୌଦ୍ଧ ଜିଲା ରାଧାନଗର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ଡ୍ରାଇଭରଙ୍କ ସମେତ ୩ ଗୁରୁତର ହୋଇଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି।…

ଖୋଲା ଆକାଶ ତଳେ ପିଲାଙ୍କ ପାଠପଢ଼ା

ଦଶପଲ୍ଲା,୧୯ା୮( ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ କୁଜାମେଣ୍ଡି ପଞ୍ଚାୟତ କୁମ୍ବିକିଲା ଗ୍ରାମରେ ରହିଛି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଏହି ସ୍କୁଲ ସାମିଲ ହୋଇପାରିନାହିଁ । ଫଳରେ ଛାତ୍ରୀଛାତ୍ରମାନେ ଗଛ ତଳେ କିମ୍ବା…

କୁଜଙ୍ଗ ଧୋୟାଞ୍ଚଳର ୩୪ ଗାଁ ଜଳବନ୍ଦୀ

କୁଜଙ୍ଗ,୧୯ା୮(ଡି.ଏନ.ଏ.): ମହାନଦୀରେ ବନ୍ୟା ଯୋଗୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୪ ଦିନ ହେବ ଏହି ଅଞ୍ଚଳର ୩୪ ଗଁାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏଥିଯୋଗୁ ଏଠାରେ ବସବାସ କରୁଥିବା ପ୍ରାୟ ୧୫…

ବନ୍ୟା ବିପନ୍ନଙ୍କୁ ମିଳୁନି ରିଲିଫ୍‌: ବଢୁଛି ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଜିଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଇକା ନଦୀର ବାଲିକଣି ଓ କାଠକୋଟ ନିକଟ ନଦୀବନ୍ଧରେ ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୪ଟି ପଞ୍ଚାୟତର ସହସ୍ରାଧିକ ଲୋକ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?