କଟକ ପାର୍ବଣର ନିଆରା ପରମ୍ପରା

ଐତିହାସିକ ସହର କଟକ ଦଶହରାର ସ୍ବତନ୍ତ୍ରତା ରହିଛି। ଏକଦା ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ। ଏବେ ବିଭିନ୍ନ ପୂଜା କମିଟି ମଧ୍ୟରେ ସୁନାମେଢ଼ ପାଇଁ ପ୍ରତିଯୋଗିତା ଦେଖାଦେଇଛି। ସେହିପରି ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, କୁମାରୀ ପୂଜା ଭଳି ପରମ୍ପରାକୁ ନେଇ କଟକର ପାର୍ବଣ ସ୍ବତନ୍ତ୍ରତା ବଜାୟ ରଖିଛି।
ଷୋଡ଼ଶ ବେଶରେ ସଜେଇ ହୁଅନ୍ତି ମା’ କଟକ ଚଣ୍ଡୀ
କଟକର ଦୁଇ ପ୍ରମୁଖ ଦେବୀ ହେଉଛନ୍ତି ମା’ ଗଡ଼ଚଣ୍ଡୀ ଏବଂ ମା’ କଟକଚଣ୍ଡୀ। ଶାରଦୀୟ ପୂଜାରେ ମା’ କଟକ ଚଣ୍ଡୀ ଷୋଡ଼ଶ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ସିଂହବାହିନୀ, ରାଜରାଜେଶ୍ୱରୀ, ଭୁବନେଶ୍ୱରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ୱରୀ, ଗାୟତ୍ରୀ, ହଂସବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ, ମହିଷମର୍ଦ୍ଦିନୀ ବେଶ। ଏଥିସହ ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗା ବଜାର, ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ।
ଚୈତନ୍ୟଦେବ ପାଦ ଦେବା ପରେ ଦୁର୍ଗାପୂଜା ଆରମ୍ଭ
ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତା ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଇଆସୁଛି। କିନ୍ତୁ ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ ଆରମ୍ଭ ହୋଇଛି। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବାପରେ କଟକ ସହରରେ ଶାରଦୀୟ ପୂଜାର ଭିତ୍ତି ପଡ଼ିଥିବା କୁହାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହିତ ଓଡ଼ିଶା ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗା ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟ ପ୍ରତିମା ଗଢାଯାଇ ଦେବୀ ଉପାସନା କରାଗଲା। ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା।
ସିନ୍ଦୂରଖେଳ
ସହରର ବହୁ ପୂଜାମଣ୍ଡପରେ ସିନ୍ଦୂର ଖେଳ ପରମ୍ପରା ରହିଛି। ଦଶମୀ ଦିନ ମା’ଙ୍କ ବିସର୍ଜନ ପରେ ସଧବା ମହିଳାମାନେ ମଣ୍ଡପରେ ସିନ୍ଦୂର ଖେଳ ଖେଳନ୍ତି। କାଜିବଜାର, କାଜିବଜାର ଆଦିପୀଠ, ରାଉସାପାଟଣା, ବିନୋଦବିହାରୀ ବାଲୁବଜାର ଆଦି ଅନେକ ପୂଜାମଣ୍ଡପରେ ଶତାଧିକ ମହିଳା ସିନ୍ଦୂର ଖେଳରେ ଅଂଶଗ୍ରହଣ କରନ୍ତି।
ମାଛଭୋଗ
କଟକ ଦଶହରାରେ ପୂଜାମଣ୍ଡପରେ ମା’ଙ୍କ ପାଖରେ ମାଛଭୋଗ ହେବା ନୀତି ବହୁ ପ୍ରାଚୀନ କାଳରୁ ରହିଆସିଛି। ଚାନ୍ଦିନୀଚୌକ, ଅଲିଶାବଜାର ଏବଂ ରାମଗଡ଼ କନିକାଛକ ପୂଜାମଣ୍ଡପରେ ମା’ଙ୍କ ମାଛଭୋଗ ଲାଗିହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ। ଚାନ୍ଦିନୀ ଚୌକ ଓ ଅଲିଶାବଜାରରେ ନବମୀ ସନ୍ଧ୍ୟାରେ ଏବଂ ରାମଗଡ଼ ପୂଜାମଣ୍ଡପରେ ଅଷ୍ଟମୀ ରାତିରେ ମାଛଭୋଗ ହୁଏ।
ଦହିପଖାଳ, ଶାଗଭଜା
ଦଶହରାରେ ଦହିପଖାଳ, ଶାଗଭଜା ଭୋଗ କରାଯିବାର ସ୍ବତନ୍ତ୍ର ବିଧି ରହିଛି। କଟକର ପ୍ରାୟ ସବୁ ମଣ୍ଡପରେ ଦହିପଖାଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ। କେତେକ ମଣ୍ଡପରେ ନବମୀରେ ତ ଆଉ କେଉଁଠାରେ ଦଶମୀରେ ଦହି ପଖାଳ ଭୋଗ ଲାଗି ହୁଏ। ଚାଉଳିଆଗଞ୍ଜ, ଖାନ୍‌ନଗର, ଚୌଧୁରୀବଜାର ପୂଜାମଣ୍ଡପ ଆଦିରେ ଏହି ଭୋଗ ହୋଇଥାଏ।
– ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଉଦ୍‌ଯାପିତ

ଦେବଗଡ଼,୧୯ା୧(ଡ଼ି.ଏନ୍‌.ଏ.)-ଓରମାସ ଏବଂ ଜିଲା ପ୍ରଶାନର ମିଳିତ ଆନୁକୂଲ୍ୟରେ ଗତ ୨ରୁ ସ୍ଥାନୀୟ ଶନି ମନ୍ଦିର ନିକଟରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ କ୍ଷୁଦ୍ର ପ୍ରଦର୍ଶନୀ ଗତ ୧୬...

କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

  ବିନିକା,୩୧।୮(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ...

ଅସୁରକ୍ଷିତ ଶିଆଳି ଭିୟୁ ଟାୱାର

ଏରସମା, ୮।୧ (ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ତଥା ଏରସମା ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ନିକଟରେ ଥିବା ଭିୟୁ...

ମାଫିଆଙ୍କ କବ୍‌ଜାରେ ବଳରାମ ପାହାଡ଼

ନୟାଗଡ଼ ଅଫିସ,୨୦ା୫- ନୟାଗଡ଼ ସହର ଉପକଣ୍ଠରେ ଥିବା ବଳରାମ ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ସେମାନେ ମନଇଚ୍ଛା ପାହାଡ଼ର ବିଭିନ୍ନ ସ୍ଥାନରେ ପଥର ଫଟାଇ ବିକ୍ରି...

ଟିକା ନେବା ପରେ ଗଲା ୨ ଜୀବନ

କୁଳିଅଣା,୧୭ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ କେଶରପୁର ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ ଗୁରୁବାର ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେବାର କିଛି ସମୟ ପରେ...

ବର୍ଷାଙ୍କୁ ଟଙ୍କା ଦେଲେ ଅନୁଭବ

କଟକ ଅଫିସ, ୩।୬: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଶୁକ୍ରବାର ଟଙ୍କା ପଠାଇଛନ୍ତି। କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ...

ଅନ୍‌ଲାଇନରେ ଚାକିରି ଖୋଜି ହରାଇଲେ ୩ ଲକ୍ଷ

ଅନୁଗୋଳ ଅଫିସ, ୨୨।୬  – ଅନୁଗୋଳ ଜିଲାରେ ସାଇବର ଅପରାଧୀମାନେ ଦିନକୁ ଦିନ ଅଧିକ ସକ୍ରିୟ ହେଉଛନ୍ତି। ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଚାକିରି ଖୋଜିବା ବେଳେ...

ସ୍ତ୍ରୀ ମୃତଦେହକୁ ଟ୍ରଲିରେ ବୋହିନେଲେ ସ୍ବାମୀ

ଉଦଳା,୧୭ା୧୨(ଡି.ଏନ୍‌.ଏ.)- ସ୍ତ୍ରୀଙ୍କ ମୃତଦେହକୁ ତାଙ୍କ ସ୍ବାମୀ ଟ୍ରଲିରେ ରଖି ବୋହି ନେବା ଭଳି ଏକ ଘଟଣା ପଦାକୁ ଆସିଛି। ସୋମବାର ସନ୍ଧ୍ୟାରେ ମୃତଦେହକୁ ଟ୍ରଲିରେ ନିଆଯାଉଥିବା...

Advertisement
Archives

Model This Week