ଚାପରେ ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା
ଜି.ଉଦୟଗିରି,୨୮।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ଥିବା କ୍ୱାର୍ଟର୍ସରେ ଫ୍ୟାନରେ ଲୁଗା ବାନ୍ଧି ସେ ଝୁଲି ପଡ଼ିଥିଲେ। ଥାନା ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଉଥିବାରୁ…
ମହାପ୍ରଭୁଙ୍କୁ ଲାଗି ହେଲା ସପ୍ତପୁରୀ ଭୋଗ
ପୁରୀ ଅଫିସ,୨୭।୮- ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ଅବସରରେ ଶନିବାର ଶ୍ରୀମନ୍ଦିର ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସପ୍ତପୁରୀ (ସାତପୁରୀ) ବିଶିଷ୍ଟ ପିଠା ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗଲାଗି କରାଯାଇଛି। ଏଥିସହ ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ଲୀଳାରେ ବସ୍ତ୍ରହରଣ ନୀତି…
ମହୁଲ ବୋଝେଇ ଭ୍ୟାନ୍ ଜବତ
କେନ୍ଦୁଝର,୨୭ା୮(ସ୍ବ.ପ୍ର.): କେନ୍ଦୁଝର ସହର ଆଟୋପୁର ନିକଟରୁ ଟାଉନ ଥାନା ପୋଲିସ ଶନିବାର ରାତିରେ ଏକ ମହୁଲ ବୋଝେଇ ଭ୍ୟାନ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି। ମହୁଲ ଢେଙ୍କିକୋଟରୁ ବିନା ଲାଇସେନ୍ସରେ ଆସୁଥିଲା ବୋଲି…
ଶାଶୁଘର ଆଗରେ ବୋହୂଙ୍କ ଧାରଣା
ଗଞ୍ଜାମ,୨୭।୮(ଡି.ଏନ୍.ଏ.): ଶାଶୁଘର ଆଗରେ ଧାରଣା ଦେଲେ ବୋହୂ। ଗଞ୍ଜାମ ଥାନା ଅନ୍ତର୍ଗତ ୱାର୍ଡ ନଂ ୩ ମଧ୍ୟଖଣ୍ଡ ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ନାରାୟଣ ପଣ୍ଡା ଓ ତାଙ୍କ ପରିବାରଲୋକେ ବୋହୂଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ…
ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ
କର୍ଲାମୁଣ୍ଡା,୨୭ା୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା, ଗଜବାହଲ, ରିଷିଡ଼ା ପଞ୍ଚାୟତର ସରପଞ୍ଚ ଓ ଚାଷୀ ପ୍ରତିନିଧି ଶନିବାର ବଲାଙ୍ଗୀର ଜିଲା ତୁଷରା ଏନ୍ଏସି ବଙ୍ଗୋମୁଣ୍ଡା ଉଚ୍ଚ ବିଦ୍ୟାପୀଠଠାରେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ସାକ୍ଷାତ…
ସମାଧାନର ବାଟ ଫିଟିଲା: ସୋମବାରଠାରୁ ସ୍କୁଲ ଯିବେ ପିଲା
କର୍ଲାମୁଣ୍ଡା,୨୭ା୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଦାଣ୍ଡିଭଜା ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ପିଲା ନ ଛାଡ଼ିବା ଘଟଣାର ୨୭ ଦିନ ପରେ ଶନିବାର ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ସୋମବାରଠାରୁ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକମାନେ…
ଟ୍ରକ୍ ଧକ୍କାରେ ପୂର୍ବତନ ବିଧାୟକ ଗୁରୁତର
କୋରାପୁଟ,୨୭ା୮(ସ୍ବ.ପ୍ର.): ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଶନିବାର କୋରାପୁଟ ସହରରେ ଏକ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବତନ ବିଧାୟକ ଓ ତାଙ୍କ ସାଙ୍ଗ ହେମା ରାଓ ମୋଟରସାଇକେଲ ଯୋଗେ ଓଏମ୍ପି ଯାଉଥିବାବେଳେ କୋରାପୁଟ ମ୍ୟୁନିସିପାଲିଟି କାର୍ଯ୍ୟାଳୟ…
କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଆକ୍ରମଣ ଅଭିଯୋଗ: ଉଭୟପକ୍ଷରୁ ମାମଲା
ଆନନ୍ଦପୁର,୨୭ା୮(ସ୍ବ.ପ୍ର.): ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ରଣକ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି ହେବା ଚର୍ଚ୍ଚାର ପରିସରକୁ ଆସିଛି। କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କନିଷ୍ଠ ଶିକ୍ଷୟିତ୍ରୀ ଆହତ ହୋଇଥିବା ଘଟଣା ଏବେ ଘସିପୁରା ଥାନାରେ ପହଞ୍ଚିଛି।…
ପ୍ରଧାନଶିକ୍ଷକଙ୍କ ଖଲାସ ଦାବିରେ ଛାତ୍ରୀଛାତ୍ରମାନଙ୍କ ଏନ୍ଏଚ୍ ଅବରୋଧ
କୁଆଁରମୁଣ୍ଡା,୨୭।୮(ଡି.ଏନ୍.ଏ.): ସଞ୍ଜୟ ସାର ନିର୍ଦ୍ଧୋଷ। ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରି ଶନିବାର ଅପରାହ୍ନରେ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ୧୪୩ ନମ୍ବର ଜାତୀୟ ରାଜପଥ (ଏନ୍ଏଚ୍) ଅବରୋଧ କରି…
ପ୍ରତିଷ୍ଠା ଦିବସରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ
କେସିଙ୍ଗା,୨୭।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସାହା ଯୋଗଦେଇ ମହାବିଦ୍ୟାଳୟର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ସୁଶାନ୍ତ ପାଢ଼ୀ…
ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ, ବନ୍ଧବାହାଲରେ ୧୪୪ ଧାରା ଜାରି
ଝାରସୁଗୁଡ଼ା ଅଫିସ,୨୭।୮: ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗକୁ ନେଇ ଏବେବି ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ
ବଲାଙ୍ଗୀର ଅଫିସ,୨୭।୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ରାଜ୍ୟ ସୂଚନା କମିଶନଙ୍କ ଉଲ୍ଲେଖନୀୟ ରାୟ ପ୍ରକାଶ ପାଇଛି। ଶନିବାର ସ୍ଥାନୀୟ ଯାଦବ ଭବନ ପରିସରରେ ଓଡ଼ିଶା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି,…

