ଆମ ଜିଲା ଖବର

ରାଧାପାଦ ଛୁଇଁବାକୁ ମନା: ମୁତୟନ ହେଲେ ୨୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୧।୧୧: ବୁଧବାର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧା ରାଧାପାଦ ଦର୍ଶନ କରିପାରିବେ । ଏ ନେଇ ପୁରୀ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ ଅନୁମତି ମିଳିଛି। ମାତ୍ର ଶ୍ରଦ୍ଧାଳୁ ପାଦ…

କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ

ଆଠଗଡ଼,୧।୧୧(ଡି.ଏନ୍‌.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ମିଳିବ ନାହିଁ । ଧବଳେଶ୍ୱର…

ସରୁଛି ପ୍ରଚାର: ମଇଦାନରେ ହେଭିଓ୍ବେଟ୍‌

ଭଦ୍ରକ ଅଫିସ,୧।୧୧: ଧାମନଗର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ଦିନ ହୋଇଥିବା ବେଳେ ଜୋରଦାର ହେଉଛି କ୍ୟାମ୍ପେନ୍‌। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ। ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରାର୍ଥୀ ଲାଗିପଡ଼ିଛନ୍ତି। ୩ ପ୍ରମୁଖ ଦଳର…

ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର

ବିଶୋଇ,୧।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗ୍ରାମର ୨୦୦ ମିଟର ଦୂରରେ ଥିବା କରଞ୍ଜ ଝରଣା ବିଲ ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ, ସୋମବାର ସାରେ ନିକଟସ୍ଥ ଗ୍ରାମବାସୀ କୌଣସି କାମ…

ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ଘାଇ

ସମ୍ବଲପୁର,୧ା୧୧(ବ୍ୟୁରୋ): ସମ୍ବଲପୁର ନିକଟ ମହାନଦୀର ଅଯୋଧ୍ୟା ସରୋବର ଆନିକଟରେ ୧୦ଫୁଟ ଲମ୍ବର ଏକ ଘାଇ ସୃଷ୍ଟି ହୋଇଛି। ଏହି ଖବର ପ୍ରଚାର ହେବାପରେ ଜଳସେଚନ ବିଭାଗର ଏକ ବୈଷୟିକ ଟିମ୍‌ ସୋମବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମହାନଦୀ ଅଯୋଧ୍ୟା ସରୋବର ଘାଟରୁ…

ପାଣି ପାଇଁ ରାସ୍ତାରୋକୋ

ନୟାଗଡ଼ ଅଫିସ,୧।୧୧: ପାଣି ପାଇଁ ରାସ୍ତାରୋକୋ। ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖରେ ୫୭ ନୃ ଜାତୀୟ ରାଜପଥ ପୂର୍ବାହ୍ନ ୧୧ଟାରୁ ଅବରୋଧ କରାଯାଇଛି। ଆନ୍ଦୋଳନକାରୀ ବାଇକ, ସାଇକେଲକୁ ମଧ୍ୟ ଛାଡୁନାହାଁନ୍ତି। ଏନେଇ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି…

ପାଳିକରି ରୋଗୀ, ପ୍ରସୂତିଙ୍କୁ ଭାରରେ ବୋହୁଛନ୍ତି ଗ୍ରାମବାସୀ

ଦଶମନ୍ତପୁର, ୧।୧୧(ଡି.ଏନ୍‌.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ନିରୀହ ଗରିବ ଶ୍ରେଣୀର ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ସେମାନଙ୍କୁ ଏହାର ସୁବିଧା ଯେପରି ମିଳିବ ସେ ଦିଗରେ କାର୍ଯ୍ୟ ମଧ୍ୟ କରାଯାଉଛି। କିନ୍ତୁ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ଲୋକଙ୍କୁ…

କ୍ଷତି ସହୁଛନ୍ତି ରାୟଗଡ଼ାର ସୀତାଫଳ ଚାଷୀ

ରାୟଗଡ଼ା ଅଫିସ,୧ା୧୧:ଋତୁକାଳୀନ ଉପତ୍ାଦିତ ସ୍ବାଦିଷ୍ଟ ଫଳ ମଧ୍ୟରେ ସୀତାଫଳ(ଆତ)ର ବେଶ୍‌ ଚାହିଦା। ଉପାନ୍ତ ରାୟଗଡ଼ା ଜିଲାରେ ଏହାର ଉତ୍ପାଦନ ଅଧିକ ହୋଇଥାଏ। ହେଲେ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଜିଲାର ସୀତାଫଳ ଚାଷୀ କ୍ଷତି ସହୁଛନ୍ତି। ସୀତାଫଳକୁ ସୁରକ୍ଷିତ ଭାବେ ସଂରକ୍ଷିତ…

ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ ହେବ ଜୋରଦାର

ବୌଦ୍ଧ,୧ା୧୧(ସ୍ବ.ପ୍ର.): ରାଜ୍ୟର ଚାଷୀଙ୍କୁ ବାରମ୍ବାର କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ସୋମବାର ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜିଲାପାଳମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲା ବିଜେଡି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା…

ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ

ସୋନପୁର,୩୧।୧୦(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ବ୍ୟତୀତ ସପ୍ତାହକୁ ୬ଦିନ ମଣ୍ଡି ଖୋଲା ରହିବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ସଂଗୃହୀତ ହେବ ଏବଂ ଅପରାହ୍ନରୁ…

କାର୍ତ୍ତିକେଶ୍ୱର ପୂଜାରେ କମ୍ପିବ ବଇଣ୍ଡା

ବଇଣ୍ଡା, ୧।୧୧(ଡି.ଏନ୍‌.ଏ.): ବଇଣ୍ଡାର ଐତିହ୍ୟସମ୍ପନ୍ନ କାର୍ତ୍ତିକେଶ୍ୱର ପୂଜା କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ। ପୂଜାକୁ ମଝିରେ ମାତ୍ର ତିନିଦିନ ଥିବାବେଳେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡ଼ି, ପ୍ରସାଦ ସେବନ…

ଫେରିଛି ‘ତେଲିଙ୍ଗି ବାଜା’ଚମକ

ଢେଙ୍କାନାଳ ଅଫିସ, ୧।୧୧: ଏବେ ଡିଜିଟାଲ ଯୁଗ। ବଦଳିଛି ଜୀବନଶୈଳୀ। ପୋଷାକ ପରିଚ୍ଛଦ, ଖାଦ୍ୟପେୟ, ନୃତ୍ୟଗୀତ ସବୁକିଛିରେ ବାରି ହୋଇପଡୁଛି ଆଧୁନିକତାର ଛୁଙ୍କ୍‌। ଜୀବନକୁ ଭିନ୍ନ ଢଙ୍ଗରେ ଜିଇବା ଆରମ୍ଭ କରିଛନ୍ତି ଯୁବପିଢ଼ି। ବଡ଼ ବଡ଼ ରେଷ୍ଟୁରାଣ୍ଟ, ତାରକା ହୋଟେଲରେ ହଲିଉଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?