୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ଉତ୍ତେଜନା

ଛେଣ୍ତିପଦା,୯ା୧୨ (ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସନ୍ତରାବନ୍ଧ ଗ୍ରାମରେ ଛିଣ୍ଡିପଡ଼ିଥିବା ୧୧ କେଭି ବିଦ୍ୟୁତ୍‌ ତାରକୁ ନେଇ ୨ ଦିନ ହେଲା ଉତ୍ତେଜନା ଦେଖାଦେଇଛି। ଘର ଉପରେ ଯାଇଥିବା ଏହି ହାଇଭୋଲଟେଜ ତାର ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ଗ୍ରାମବାସୀ ଅଡ଼ି ବସିଥିବାରୁ ଛିଣ୍ଡିଯାଇଥିବା ତାର ସଂଯୋଗ ହୋଇପାରି ନାହିଁ। ପୋଲିସ ଓ ବିଭାଗୀୟ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ପରିସ୍ଥିତି ସ୍ବାଭାବିକ ହୋଇ ନ ଥିବାରୁ ୨ ଦିନ ହେଲା ୧୨ଶହରୁ ଅଧିକ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଛନ୍ତି।
ପ୍ରକାଶ ଯେ, ସନ୍ତରାବନ୍ଧ ଗ୍ରାମ ଦେଇ ୧୫ଟି ରାଜସ୍ବ ଗ୍ରାମକୁ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ମଙ୍ଗଳବାର ରାତି ୮ଟା ବେଳେ ସନ୍ତରାବନ୍ଧ ଗ୍ରାମର ମୋହନ ଗଡତିଆଙ୍କ ଘର ଉପର ଦେଇ ଯାଇଥିବା ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାର ଛିଣ୍ଡିପଡିଥିଲା। ଖବରପାଇ ରାତିରେ ଟିପିସିଓଡିଏଲର କର୍ମଚାରୀମାନେ ଗଁାରେ ପହଞ୍ଚି ତାର ସଂଯୋଗ ପାଇ ଉଦ୍ୟମ କରିଥିଲେ। ହେଲେ ହରମୋହନଙ୍କ ପରିବାର ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ ଘର ଉପର ଦେଇଯାଇଥିବା ତାର ସ୍ଥାନାନ୍ତର ପାଇଁ ଦାବି କରିଥିଲେ। ଫଳରେ କର୍ମଚାରୀମାନେ ଫେରିଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବୁଧବାର ଏସ୍‌ଡିଓ ସିପକ ଦାଶ ଓ କୋଶଳା ଯନ୍ତ୍ରୀ ରୋହିତ କୁମାର ସାହୁ ସନ୍ତରାବନ୍ଧରେ ପହଞ୍ଚି ବୁଝାଶୁଝା କରିଥିଲେ। ଗୁରୁବାର ମଧ୍ୟ ଦୁଇ ଅଧିକାରୀ ଗଁାକୁ ଯାଇଥିଲେ। ପୋଲିସକୁ ଖବର ଦେଇଥିଲେ। ଛେଣ୍ତିପଦା ଥାନା ଏସ୍‌ଆଇ ରାଜେଶ କୁମାର ଶତପଥୀ ଓ କର୍ମଚାରୀମାନେ ପହଞ୍ଚି ଆଲୋଚନା କରିଥିଲେ। ହେଲେ ଘର ଉପରୁ ତାର ସ୍ଥାନାନ୍ତର ନ କରାଯିବା ପର୍ଯ୍ୟନ୍ତ ସଂଯୋଗ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ବିଦ୍ୟୁତ୍‌ ବିଭାଗ ଅଧିକାରୀ ଘର ଉପରେ ଯାଇଥିବା ତାର କେବୁଲ ଭିତରେ ନିଆଯିବ ଓ ଏହାର ଖର୍ଚ୍ଚ ଘର ମାଲିକଙ୍କୁ ବହନ କରିବାକୁ ପଡ଼ିବ ବୋଲି କହିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ତାର ସଂଯୋଗ ହୋଇ ନ ପାରିବାରୁ ସନ୍ତରାବନ୍ଧ ଓ କମ୍ପସଲା ପଞ୍ଚାୟତର ୧୫ରୁ ଊଦ୍ଧର୍‌ବ ରାଜସ୍ବ ଗ୍ରାମର ପ୍ରାୟ ୧୨୦୦ ଉପଭୋକ୍ତା ଏବେ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଛନ୍ତି। ତେବେ ସମସ୍ୟା ସମାଧାନରେ ବିଦ୍ୟୁତ୍‌ ବିଭାଗର ଏହି ବିଫଳତାକୁ ନେଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ଦିଆ ନ ଗଲେ ଉପଭୋକ୍ତା ମଞ୍ଚ ରାସ୍ତାକୁ ଓହ୍ଲାଇବ ବୋଲି ଆବାହକ ଚୌଧୁରୀ ପ୍ରଧାନ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?