ଆନିକଟ ଘାଇର ମରାମତି କାମ ଆରମ୍ଭ

ସମ୍ବଲପୁର,୮ା୧୨(ବ୍ୟୁରୋ): ମହାନଦୀର ସମ୍ବଲପୁର ଅଯୋଧ୍ୟା ସରୋବର ଆନିକଟରେ ସୃଷ୍ଟି ହୋଇଥିବା ଘାଇର ମରାମତି କାମ ଆରମ୍ଭ ହୋଇଛି। ଏଥିପାଇଁ ଓଏଚ୍‌ପିସି ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ କରାଯାଇଛି। ଏହି ସମୟରେ ମହାନଦୀରେ ଜଳପ୍ରବାହ ମଧ୍ୟ କମ୍‌ ରହିଛି। ୭ଦିନ ଭିତରେ କାମ ସମ୍ପୂର୍ଣ୍ଣ କରିବାକୁ ଯୋଜନା ରହିଛି। ଆନିକଟର ବିଭିନ୍ନ ସ୍ଥାନରେ ହୋଇଥିବା ଗର୍ତ୍ତ, ଉପରୁ ଉଠିଯାଇଥିବା ପଥର ଗୁଡ଼ିକର ମରାମତି କରାଯାଉଛି। ପାଣି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା କରାଯାଉଛି। ପାଣି ବନ୍ଦ ହେଲେ ମୁଖ୍ୟ ଘାଇର ମରାମତି କାମ କରାଯିବ ବୋଲି ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମହାନଦୀ ଅଯୋଧ୍ୟା ସରୋବର ଆନିକଟରେ ପ୍ରାୟ ୧୦ଫୁଟରୁ ଊର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଥିଲା। ତେଣୁ ଆନିକଟ ଉପରମୁଣ୍ଡ ମହାନଦୀର ପାଣି ପରିମାଣ କମିଯାଇଥିଲା। ଏହାକୁ ନେଇ ସହରବାସୀ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ମରାମତି ନ ହେଲେ ମହାନଦୀ ପାଣି ଉପରେ ନିର୍ଭର କରୁଥିବା ସମ୍ବଲପୁରବାସୀ ସମସ୍ୟାର ସମ୍ମୁଖୀନ ହେବେ। ଆଗକୁ ଗ୍ରୀଷ୍ମ ଋତୁ ଆସୁଛି। ସେପଟେ ହୀରାକୁଦ ଜଳଭଣ୍ଡାରର ଗେଟଗୁଡ଼ିକ ବନ୍ଦ କରିଦିଆଯିବ। ତେଣୁ ଶୀଘ୍ର ମରାମତି କରିବାକୁ ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ହାତ ଯୋଡ଼ିିଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୩: କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ। ଶନିବାର ଏସ୍‌ପି...

ଫେରାର ପୂର୍ବତନ ସରପଞ୍ଚ ଗିରଫ

ଧାମନଗର,୭ା୫(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ସମୟରେ ବୁଥ୍‌ ରିଗିଂ ଅଭିଯୋଗରେ ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ଫେରାର ଥିବା ପଧାନୀ ପଞ୍ଚାୟତର ପୂର୍ବତନ ସରପଞ୍ଚ କ୍ଷୀରୋଦ...

ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୬।୧୦ ଝାରସୁଗୁଡ଼ା ଜିଲା ବଡମାଲସ୍ଥିତ ଏସ୍‌ଏମ୍‌ସି ଆଇରନ ରୋଲିଂ ମିଲ ପ୍ରକଳ୍ପରେ ବୁଧବାର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ...

ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ସେବା

କାମାକ୍ଷାନଗର, ୧୯।୧୨(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ କାନ୍ତୋଲ ପଞ୍ଚାୟତର କଳେବର ବଦଳାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରୟାସ। ଶନିବାର ଜିଲାପାଳ ସରୋଜ...

ପ୍ରଧାନ ଶିକ୍ଷକଙ୍କ ଭରସାରେ ବୁଡ଼ିବାଲି ସେବାଶ୍ରମ ବିଦ୍ୟାଳୟ

ଚନ୍ଦ୍ରପୁର,୨୫।୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍‌ଘାଟିତ...

ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର

ଛତ୍ରପୁର,୫ା୪(ଡି.ଏନ୍‌.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍‌ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ...

କିଏ ଦଳର: ଦ୍ୱନ୍ଦ୍ୱରେ ଭୋଟର

ବାଲେଶ୍ୱର ଅଫିସ, ୬ା୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ୩ ଜଣ ପ୍ରାର୍ଥୀ ନିଜକୁ ଗୋଟିଏ ଦଳର ସମର୍ଥିତ ଦାବି କରି ନିର୍ବାଚନ ପ୍ରଚାର...

ଝିଅଟିକୁ ଉଦ୍ଧାର କରିବାକୁ ଯାଇ କାଠଯୋଡ଼ିରେ ଯୁବକ ନିଖୋଜ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ବୁଧବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ...

Advertisement
Archives

Model This Week