ପୁରୁଣା ବୋର୍ଡରେ ରଙ୍ଗ ଲଗାଇ ଚପାଇବା ଉଦ୍ୟମ

ସମ୍ବଲପୁର,୯ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ ହୋଇଥିଲା। ଯୁଯୁମୁରା ସରପଞ୍ଚ ବାସନ୍ତି ପ୍ରଧାନ ଓ ସମିତି ସଭ୍ୟ ଜୟନ୍ତ ପ୍ରଧାନ ବିଡିଓଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ଏହା ଜଣାପଡିବା ପରେ ଠିକା ନେଇଥିବା ବ୍ୟକ୍ତି ଓ ବ୍ଲକ ପ୍ରଶାସନ ଘଟଣାକୁ ଚପାଇବାକୁ ଉଦ୍ୟମ କରିଛନ୍ତି। ସୂଚନାଫଳକ ନ ଥିବା ନେଇ ହୋଇଥିବା ଅଭିଯୋଗକୁ ଚପାଇବାକୁ ଯାଇ ପୁରୁଣା ସୂଚନା ଫଳକରେ ରଙ୍ଗ ଲଗାଇ ପୁଣି ଲେଖି ଦିଆଯାଇଛି। ୨୦୧୪ରେ ଜମିର ଉନ୍ନତିକରଣ ପାଇଁ ଅନୁଦାନ ଆସିଥିବା କାମର ସୂଚନା ରହିଥିଲା। ହେଲେ ଏହା ଉପରେ ରଙ୍ଗ ଲଗାଇ ନୂତନ କାମର ସୂଚନା ଲେଖାଯାଇଛି। ପୂର୍ବ ଓ ପର ଫଟୋ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି। ଅନ୍ୟପଟେ ଏହି ଯୋଜନାରେ ସରକାରୀ ଜମି ଜବରଦଖଲ ଆଶଙ୍କା, କିମ୍ବା ଜବରଦଖଲ ହୋଇଥିବା ମୂଲ୍ୟବାନ ଜମିକୁ ଉଚ୍ଛେଦ କରି ପାଚେରି ନିର୍ମାଣ କରିବାକୁ ନିୟମ ରହିଛି। ପାଚେରି କାନ୍ଥ ଉଚ୍ଚତା ମଧ୍ୟ କମ ରଖିବାକୁ ନିର୍ଦ୍ଦେଶ ଅଛି। ହେଲେ ଏହି କାମରେ ବ୍ୟାପକ ଅନମିୟତା କରାଯାଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଏହି ମିନି ଷ୍ଟାଡିୟମର ଉନ୍ନତି କରିବା ପାଇଁ ପ୍ରଥମେ ୧୦ ଲକ୍ଷ ଓ ପରେ ୫ ଲକ୍ଷ ଟଙ୍କାର କାମ ହୋଇସାରିଛି। ଜମି ଚିହ୍ନଟ ହୋଇ ପଟ୍ଟା ମଧ୍ୟ ହୋଇସାରିଛି। ଜବରଦଖଲ ହେବାର କୌଣସି ଭୟ ନାହିିଁ। ହେଲେ ଏହି ସ୍ଥାନରେ କାହା ସ୍ବାର୍ଥରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ କରାଯାଇଥିଲା ବୋଲି ପ୍ରଶ୍ନ ଉଠୁଛି। ସୂଚନାଯୋଗ୍ୟ, ଯୁଯୁମୁରା ତହସିଲ ପକ୍ଷରୁ ବ୍ଲକ ପ୍ରଶାସନକୁ ୨୬ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ସରକାରୀ ଜମି ରକ୍ଷଣାବେକ୍ଷଣ କରିବା ନେଇ ଖର୍ଚ୍ଚ କରିବାକୁ ଚିଠି କରାଯାଇଥିଲା। କୁକୁଡାପାଲି, ଜୟନ୍ତପୁର, ଯୁଯୁମୁରା ୩ ସ୍ଥାନରେ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଯୁଯୁମୁରା କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପାଚେରି ନିର୍ମାଣ କାମ ମଧ୍ୟ ନିମ୍ନମାନର ହୋଇଛି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ଅଭିଷେକ ସାହୁ କହିଛନ୍ତି, ବ୍ଲକ ପ୍ରଶାସନକୁ ଅନୁଦାନ ଦିଆଯାଇଛି। କାମ ସମ୍ପୂର୍ଣ୍ଣ ହେଲା ପରେ ଯାଞ୍ଚ କରାଯିବ ଓ ୟୁସି ମଗାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri