ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଚାଷୀ

ଦେଓଗାଁ,୯ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବିଭିନ୍ନ ପାକ୍ସରେ ନା ନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ତଥା ପାକ୍ସରେ ମଧୁଚନ୍ଦ୍ରିକାରେ ଆରମ୍ଭ ହୋଇଛି ଧାନ କିଣା। ଫଳରେ ପ୍ରକୃତ ଚାଷୀ ଏବେ ସରକାରୀ ଧାର୍ଯ୍ୟ ମୂଲ୍ୟ ନ ପାଇ କ୍ଷତି ସହିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାର ଚାଷୀ ଉପାର୍ଜିତ ଧାନକୁ ଠିକ ସମୟରେ ଓ ଉଚିତ୍‌ ମୂଲ୍ୟରେ ବିକିବା ପାଇଁ ଇ-ପାସ ବ୍ୟବସ୍ଥା କରିଛନ୍ତି। ଚଳିତବର୍ଷ ଚାଷୀଙ୍କ ପଞ୍ଜୀକରଣରେ ମଧ୍ୟ ସ୍ବଚ୍ଛତା ଆଣିବା ପାଇଁ ସ୍ବତନ୍ତ୍ର ସଫ୍ଟୱେର ମାଧ୍ୟମରେ ପଞ୍ଜୀକରଣ ହୋଇଛି। ଚାଷୀଙ୍କ ପାଖକୁ ଠିକ୍‌ ସମୟରେ ଟୋକନ ମଧ୍ୟ ଆସିଛି। ହେଲେ ଚାଷୀର ଧାନ କେତେ କେଜି କଟନୀ ଛଟନୀ ହେବ ତାହା ନ ଛିଣ୍ଡିବାରୁ ଅନେକ ପାକ୍ସରେ ଧାନ କିଣାରେ ବିଳମ୍ବ ପରିଲକ୍ଷିତ ହୋଇଛି। ପାକ୍ସଗୁଡିକରେ ଧାନ ବିକ୍ରି ଆରମ୍ଭ ପୂର୍ବରୁ ମିଲ ମାଲିକମାନେ ପାକ୍ସରେ ପହଞ୍ଚି ବେପାରୀ ଓ ପାକ୍ସ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ସେଟିଂ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଏପରି କି କୁଇଣ୍ଟାଲ ପିଛା ୪ରୁ ୫ କେଜି ଲେଖାଏ କଟନୀ ଛଟନୀ କରିବା ପାଇଁ ମିଲର୍ସ ରୋକଠୋକ ଶୁଣାଇଥିବା ଓ ବେପାରୀମାନେ ତାହାକୁ ସମର୍ଥନ ଜଣାଇଥିବାରୁ ପ୍ରକୃତ ଚାଷୀ ଏବେ ହରଡଘଣାରେ ପଡିଥିବା ଅଭିଯୋଗ ହେଉଛି। ଯେଉଁ ପାକ୍ସ ମିଲର୍ସ କଥାରେ ରାଜି ହୋଇଛି ସେହି ପାକ୍ସରୁ ବିନା ଦ୍ୱିଧାରେ ଧାନ ଉଠୁଛି। ଧଣ୍ଡାମାଲ ପାକ୍ସରେ ବୁଝାମଣା ନ ହେବାରୁ ମିଲର୍ସ ଏପର୍ଯ୍ୟନ୍ତ ଧାନ ଉଠାଇ ନ ଥିବା ଜଣାପଡିଛି। ସେହିପରି ବଡବନ୍ଧ ପାକ୍ସରେ କିଛି ମିଲର୍ସ ୫ କେଜି କଟନୀ କରିବା ପାଇଁ କହିଥିଲେ। ଚାଷୀ ତିନି କେଜି ଲେଖାଏ କୁଇଣ୍ଟାଲ ପିଛା କାଟିବା ପାଇଁ କହିବାରୁ ମିଲର୍ସ ପାକ୍ସରେ ଚାଲିଥିବା ବୈଠକରୁ ଉଠି ଚାଲିଯାଇଥିବା ଚାଷୀ ମହଲରେ ଆଲୋଚନାର ବିଷୟ ହୋଇଛି। ଫଳରେ ବଡବନ୍ଧ, ଧଣ୍ଡାମାଲ, ବନ୍ଧପଡା, ରାମଚନ୍ଦ୍ରପୁର ପାକ୍ସରେ ମଧ୍ୟ ଅଦ୍ୟାବଧି ଧାନ ଉଠି ପାରିନାହିଁ। ଯେଉଁଥିପାଇଁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୁତୁର୍ଲା,ସାରସମାଲ, ଦେଓଗାଁ, ଗୈାରଗୋଠ, ଅର୍ଜୁନପୁର, ମହଲେଇ ପାକ୍ସରେ ଚାରି କେଜି କଟନୀ ଛଟନୀ କରିବା ପାଇଁ ରାଜି ହେବା ପରେ ମଣ୍ଡିରୁ ଧାନ ଉଠିଛି। ରାଜ୍ୟ ସରକାର ଧାନ କିଣାକୁ ନେଇ ସ୍ବଚ୍ଛତା ଆଣିବା ପାଇଁ ଯେତେ କଟକଣା ଲାଗୁ କଲେ ମଧ୍ୟ ମିଲର୍ସ ଓ ବେପାରୀ ମର୍ଜିରେ ଚାଲିଛି ପାକ୍ସରେ ଧାନ କିଣା। ଏ ଦିଗରେ ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ

ଛତିଆ,୭।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ ଚଟିଘର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା...

କଟକରେ ପୁଣି ନକଲ କୋଲ୍‌ଡଡ୍ରିଙ୍କ୍ସ

କଟକ ଅଫିସ, ୨୭।୮: କଟକରେ ପୁଣି ନକଲି ଜିନିଷ ଜବତ କରାଯାଇଛି। କଟକ ଜଗତପୁରରେ ନକଲି କୋଲ୍‌ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଠାବ ହୋଇଛି। ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ...

୩ ପ୍ରାଣୀ ଚିକିତ୍ସାଳୟରେ ଝୁଲୁଛି ତାଲା

କୁଆମରା,୨୦।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସକ ନ ଥିବାରୁ ଗୋ-ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ବ୍ଲକ ପ୍ରାଣୀ ଚିକିତ୍ସାଳୟ...

ଦାରିଙ୍ଗବାଡିକୁ ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ...

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ଅଫିସ,୮।୬: ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଏ ନେଇ ଅପରାହ୍ନରେ...

କୃଷକଙ୍କ ଆୟ ବଢ଼ାଇବ ୟୁଏଆଇଏଲ୍‌ର ‘ଓ୍ବାଡି’ ପ୍ରକଳ୍ପ

ରାୟଗଡ଼ା ଅଫିସ,୧୯ା୮: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍‌)ପକ୍ଷରୁ ସିଏସ୍‌ଆର୍‌ କାର୍ଯ୍ୟକ୍ରମ...

କାଲିମେଳା ପୂର୍ବତନ ତହସିଲଦାର ନିଲମ୍ବିତ

ମାଲକାନଗିରି/କାଲିମେଳା,୬ା୫: ମାଲକାନଗିରି ଜିଲା କାଲିମେଳା ବ୍ଲକରେ ହୋଇଥିବା ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆଙ୍କୁ ଗୁରୁବାର ଚାକିରିରୁ ନିଲମ୍ବନ...

ବେଆଇନ ପଥର ଖାଦାନରେ ଶ୍ରମିକ ମୃତ

ଯାଜପୁର ଅଫିସ/ଚଢେଇଧରା/ ଜେନାପୁର (ଡି.ଏନ.ଏ.),୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ କଳାପଥର ଖାଦାନ ପାଇଁ କେବଳ ରାଜସ୍ବ ଲୁଟ ହେଉନାହିଁ, ବରଂ ଶ୍ରମିକମାନଙ୍କ...

Advertisement
Archives

Model This Week