କ୍ୱାକ୍‌ଙ୍କ ହାତରେ ରୋଗୀସେବା

ନୟାଗଡ଼ ଅଫିସ,୯।୧୨: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଅପାଠୁଆ ଡାକ୍ତର, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି ରୋଗୀମାନଙ୍କୁ ଯୋଗାଇ ଚାଲିଛନ୍ତି ସ୍ବାସ୍ଥ୍ୟସେବା । ପୁଣି ଟଙ୍କା ନ ଥିଲେ ବାକିରେ ଔଷଧ, ଇଞ୍ଜେକଶନ ଦେଇ ରୋଗୀଙ୍କ ମନ କିଣି ଚାଲିଛନ୍ତି । ଧୀରେ ଧୀରେ ଅପାଠୁଆ କ୍ୱାକ୍‌ମାନେ ଗାଁ  ଗହଳି ତଥା ସହରରେ ଡାକ୍ତର ଭାବେ ନିଜର ଭଲ ପରିଚୟ ସୃଷ୍ଟି କରି ରୋଜଗାର କରୁଛନ୍ତି । ଏପଟେ ନକଲି ଡାକ୍ତର ଧରପଗଡ କରିବାରେ ପ୍ରଶାସନ ବିଫଳ ହୋଇଛି । ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଗାଁ ଗହଳି ଓ ସହର ସବୁଠି ନକଲି ଡାକ୍ତରଙ୍କୁ ରାତି ପାହିଲେ ଖୋଜା ପଡୁଛି । ସ୍ବାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି ତ୍ରୁଟି ନକଲି ଡାକ୍ତରଙ୍କ ଲୋକପ୍ରିୟତା ବଢ଼ାଇ ଚାଲିଛି ବୋଲି ଅଭିଯୋଗ ହୋଇଛି। ଏଭଳିସ୍ଥଳେ ଅପାଠୁଆ ଡାକ୍ତରଙ୍କ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ମୃତ୍ୟୁ ହେଉଥିଲେ ବି ଅଭିଯୋଗ ନ ଥିବାରୁ ଚପି ଯାଉଛି । ସ୍ଥିତି ଏପରି ହେଲାଣି ରୋଗୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଆସି କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହେବାକୁ ଗୁରୁତ୍ୱ ଦେଉଛନ୍ତି ।
ନୟାଗଡ଼ ଜିଲାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ୩୮, ଗୋଷ୍ଠୀ ଉନ୍ନୀତ ସ୍ବାସ୍ଥ୍ୟକେନ୍ଦ୍ର ୧୨, ୧ ହସ୍ପିଟାଲ, ୧ ଜିଲା ମୁଖ୍ୟ ଚିକିତ୍ସାଳୟ ଏପରି ମୋଟ୍‌ ୫୨ ସ୍ବାସ୍ଥ୍ୟକେନ୍ଦ୍ର ଅଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୨୬୨ ଡାକ୍ତର ରହିବା ସ୍ଥାନରେ ୧୧୬ ଅଛନ୍ତି । ଖାଲି ପଡିଛି ୧୪୬ ପଦବୀ। ସବୁଠି ଅଭିଯୋଗ ଡାକ୍ତର ନାହାନ୍ତି । ସରକାରୀ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟସେବା ପାଇବାକୁ ହେଲେ ଟଙ୍କା ଗଣିବାକୁ ପଡୁଛି । ନିଜ ପାଳିକୁ ଅପେକ୍ଷା କରିବାକୁ ପଡୁଛି । ଏଥିପାଇଁ ୧୫୦ରୁ ୨୦୦ ଟଙ୍କା ଫି’ ଦେବାକୁ ପଡୁଛି । ଏହାର ଫାଇଦା ନେଇ କ୍ୱାକ୍‌ମାନେ ଗାଁ  ଓ ସହରରେ ସେମାନଙ୍କ ନେଟ୍‌ୱର୍କ କରି ଭଲ ରୋଜଗାର କରୁଛନ୍ତି । ନୂଆଗାଁ  ବ୍ଲକର ଡିମିରିପଲ୍ଲୀ, ଖାଲମଡ଼ା, ଗୁମି, ଦଶପଲ୍ଲା ବ୍ଲକର ଟାକରା, ବୁଗୁଡା ବାଣିଗୋଛା, ଚିନାପହଁରା, ନୂଆଗାଁ , ଡିହଗାଁ , ମଧ୍ୟଖଣ୍ଡ ଅଞ୍ଚଳ ପରି ଗାଁରେ ଅପାଠୁଆ ଡାକ୍ତର ଗାଁ  ଗାଁ  ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ରଣପୁର ବ୍ଲକର ବନ୍ଧମୁଣ୍ଡା, ନେଳିପଡା, ରାଇପଡା, ଓଡ଼ଗାଁ  ବ୍ଲକର ବାଣ୍ଠପୁର, ଜାକେଡା, କୋମଣ୍ଡା, ଭୋବସର ଅଞ୍ଚଳରେ ଅପାଠୁଆ ଡାକ୍ତର ଘୂରି ବୁଲୁଛନ୍ତି । ଗଣିଆ ବ୍ଲକର ଗଣିଆ, ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଗଣିଆ, ଛାମୁଣ୍ଡିଆ, ରାସଙ୍ଗ, ବଡ଼ସିଲିଙ୍ଗା ଅଞ୍ଚଳରେ କ୍ୱାକଙ୍କ ରାଜୁତି ବଢ଼ୁଛି।

ବଙ୍ଗାଳି କ୍ଲିନିକ୍‌ରେ ଭିଡ଼

ଗାଁ ଗାଁରେ ବଙ୍ଗାଳି କ୍ଲିନିକ୍‌ ଗଢ଼ି ଉଠିଛି । ଏହି କ୍ଲିନିକ ଲାଇସେନ୍ସ ପାଇ ନ ଥିଲେ ହେଁ ଏହାର ମାଲିକ ନିଜକୁ ଡାକ୍ତର ବୋଲି ଦାବି କରୁଛନ୍ତି । ଏପରକି କେତେକ କ୍ଲିନିକ ସମ୍ମୁଖରେ ନକଲି ପ୍ରମାଣ ପତ୍ର ବି ଝୁଲୁଛି । ଡାକ୍ତର ଅସଲି କି ନକଲି ଜଣାପଡି ନ ଥିଲେ ହେଁ କ୍ଲିନିକ୍‌ରେ ରୋଗୀଙ୍କ ଭିଡ ଜମୁଛି । ସେହି କ୍ଲିନିକ୍‌ ଉପରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ ନାହିଁ । ଅନ୍ୟପକ୍ଷେ ବଙ୍ଗାଳି ଡାକ୍ତର ହୁଅନ୍ତୁ ଅଥବା ଓଡିଆ ସେମାନେ ଯେ ଅପାଠୁଆ କ୍ୱାକ୍‌ ତା’ର ଆଉ ପରିଚୟ ଦେବାକୁ ଅଛପା ନାହିଁ । ଜିଲାର ରଣପୁର ବ୍ଲକର ମହୁଲିଆ, ଦର୍ପନାରାୟଣପୁର, ସୁରୁକାବାଡି, ନୂଆଗାଁ ବ୍ଲକର ଡିମିରିପଲ୍ଲୀ, ଖାଲମଡା, କୋରଡା, ଭାପୁର ବ୍ଲକର ସଦର ମହକୁମା ଭାପୁର ପରି ଗାଁରେ ବଙ୍ଗାଳି ଲୋକ କ୍ଲିନିକ୍‌ ଖୋଲି ରୋଗୀ ସେବା କରିଆସୁଛନ୍ତି । ଜିଲାରେ ୧୭ଟି ସରକାରୀ ସ୍ବୀକୃତିପ୍ରାପ୍ତ ଘରୋଇ ହସ୍ପିଟାଲରେ ମଧ୍ୟ ଅପାଠୁଆ ଡାକ୍ତର ଚିକିତ୍ସା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ରଣପୁରର ଊର୍ମିଳା ବାରିକ କୁହନ୍ତି, ରୋଗୀ ଭଲ ହେବା ପାଇଁ ଡାକ୍ତରଙ୍କୁ ଖୋଜୁଛନ୍ତି । ଡାକ୍ତର ପାଠ ପଢ଼ୁଆ ହେଉକି ଅପାଠୁଆ ସେଥିରେ ଯାଆସ ନାହିଁ । କାରଣ ରୋଗ ଭଲ ହେବା ଦରକାର । ନୟାଗଡରେ ଜଣେ ଅପାଠୁଆ ଡାକ୍ତର କିଛିଦିନ ତଳେ ଗିରଫ ହେଲେ । ଏବେ ସମ୍ପୃକ୍ତ ଅପାଠୁଆ ଡାକ୍ତର କ୍ଲିନିକ କରି ପୁଣି ରୋଜଗାର କରୁଛନ୍ତି । ଏ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ କ’ଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଦଶପଲ୍ଲାର ବିମଳ ନାୟକ କୁହନ୍ତି, ଆଜ୍ଞା ନକଲି ଡାକ୍ତର କହି ଅସମ୍ମାନ କରନ୍ତୁ ନାହିଁ । ଅସଲି ଡାକ୍ତରଠାରୁ ସେବା ନ ପାଇ ଆମେ ନକଲି ଡାକ୍ତରଠାରୁ ସେବା ପାଇ ଭଲ ହେଉଛୁ । ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି । ପୁଣି ଚଢ଼ାଉ ବିଭିନ୍ନ ସମୟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri