ଜୁଆଙ୍ଗଙ୍କ ବିକାଶ ପାଇଁ ଯୋଜନା

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଜୁଆଙ୍ଗ ବହୁଳ ଦୁର୍ଗମ ପୁଟିପାଳ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଜିଲା ଓ ବ୍ଲକ ପ୍ରଶାସନର ପଦସ୍ଥ ଅଧିକାରୀ ଗ୍ରାମରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଜୁଆଙ୍ଗ ଜନଜାତିର କଲ୍ୟାଣ ପାଇଁ ସେଠାରେ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯିବ। ସେମାନଙ୍କୁ ହାତପାଆନ୍ତାରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଜୁଆଙ୍ଗ ଜନଜାତିକୁ ସଚେତନ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୭ ତାରିଖରେ କାମାକ୍ଷାନଗରରେ ଏକ ମେଳା ଅନୁଷ୍ଠିତ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଗ୍ରାମବାସୀ ଭୋଗୁଥିବା ସମସ୍ୟା ସମ୍ପର୍କରେ ଜିଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅଞ୍ଚଳବାସୀଙ୍କୁ ରୋଗରୁ ରକ୍ଷା ଲାଗି ସେମାନଙ୍କ ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ପିଲାମାନଙ୍କ ଶିକ୍ଷାଦାନ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଅପହଞ୍ଚ ଅଞ୍ଚଳରେ ଉନ୍ନୟନ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉଛି। ଫଳରେ ପୁଟିପାଳ ଗ୍ରାମର ୩୦ ପିଲା ଶିକ୍ଷାପ୍ରତି ଆଗ୍ରହୀ ହୋଇ ପ୍ରାଥମିକ ବିଦ୍ୟାଳୟରେ ଭର୍ତ୍ତି ହୋଇଛନ୍ତି। ସୋଲାର ବ୍ୟବସ୍ଥା ଦ୍ୱାରା ୫ଟି ଷ୍ଟାଣ୍ଡପୋଷ୍ଟ କରାଯାଇ ପାନୀୟଜଳ ଯୋଗାଣ କରାଯାଉଛି। ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ କୁକୁଡା ଚାଷ ନିମନ୍ତେ ଚିଆଁ ଯୋଗାଇ ଦିଆଯାଉଛି। ମା’ ଓ ଶିଶୁଙ୍କୁ ପୁଷ୍ଟିସାଧନ ପାଇଁ ମମତା ଯୋଜନା କାର୍ଯ୍ୟକାରୀ ହେଉଛି। ଅଞ୍ଚଳର ବିକାଶ ପାଇଁ ଦୁଇଟି ଏସ୍‌ଏଚ୍‌ଜି କାର୍ଯ୍ୟ କରୁଛି। ଯଥାଶୀଘ୍ର ପୁଟିପାଳ ଗ୍ରାମ ରାସ୍ତାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ପୋଲ ନିର୍ମାଣ କରାଯିବ। ଛେଳି ଚାଷ ପାଇଁ ଆବଶ୍ୟକ ପ୍ରଶିକ୍ଷଣ ସହ ଛେଳି ଯୋଗାଇ ଦିଆଯିବ। ବିରି, ମୁଗ, ପରିବା, ମାଣ୍ଡିଆ ଚାଷ ଲାଗି ପ୍ରୋତ୍ସାହିତ କରାଯିବ। ଆର୍ଥତ୍କ ବିକାଶ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ କହିଛନ୍ତି।
ଏହି ଉପଲକ୍ଷେ ସାମାଜିକ ସୁରକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ ବୋର୍ଡରେ ୩୫ ଜଣଙ୍କୁ ଅନ୍ତର୍ଭୁକ୍ତ କରାଇ ଲେବର କାର୍ଡ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଛେଳି ବିକ୍ରି ନିମନ୍ତେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଓଜନ ମେଶିନ ପ୍ରଦାନ କରାଯାଇଛି ା ଲେବର କାର୍ଡ ଦ୍ୱାରା ଶ୍ରମିକଙ୍କ ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କା ସହାୟତା ବ୍ୟବସ୍ଥା ରହିଛି। ୬୦ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଭୋଟର ତାଲିକାଭୁକ୍ତ ହୋଇଥିବା ୪ ଜଣଙ୍କୁ ଖୁବ୍‌ଶୀଘ୍ର ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ଦିଆଯାଇଛି। ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ଝିଅଙ୍କୁ ୧୮ବର୍ଷ ବୟସ ପରେ ବିବାହ କରିବା ଏବଂ ସନ୍ତାନ ଜନ୍ମ ପାଇଁ ଅନୂ୍ୟନ ୩ରୁ ୪ ବର୍ଷ ବ୍ୟବଧାନ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ଗ୍ରାମବାସୀଙ୍କ ନୃତ୍ୟସଙ୍ଗୀତ ପ୍ରତି ଥିବା ଆଗ୍ରହକୁ ଦେଖି ଜିଲାପାଳ ଦୁଇଟି ଚାଙ୍ଗୁ ବାଦ୍ୟ ପ୍ରଦାନ କରିଥିଲେ। ଗ୍ରାମବାସୀ ଚାଙ୍ଗୁବାଜାର ତାଳେତାଳେ ନୃତ୍ୟ କରି ପରିବେଷଣ କରିଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରଓ୍ବାନ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, କଙ୍କଡ଼ାହାଡ଼ ବିଡିଓ ଦୁର୍ଗା ଚରଣ ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, କାନ୍ତୋଲ ସରପଞ୍ଚ କାମିନୀ ଦେହୁରୀ ପ୍ରମୁଖ ପୁଟିପାଳ ଗସ୍ତରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?