ଆମ ଜିଲା ଖବର

ନିଯୁକ୍ତି ମେଳା: ୧,୩୪୬ ଆଶାୟୀ ପଞ୍ଜୀକୃତ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡ଼ିଆରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ସଦର, ହିନ୍ଦୋଳ, ଗଁଦିଆ, ଓଡ଼ାପଡା ସମେତ…

ଯୋଡ଼ିହେଲା ୮ ପିଜି ପାଠ୍ୟକ୍ରମ

ଢେଙ୍କାନାଳ ଅଫିସ, ୧।୧୧: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ୮ ନୂଆ ବିଭାଗରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲିବ। ଉଚ୍ଚଶିକ୍ଷା ବିଭାଗ ଚିଠି ସଂଖ୍ୟାା ୪୫୨୭୪/ତା୨୯ା୧୦ା୨୨ରିଖରେ ରାଜ୍ୟ ସରକାର ଏଥିଲାଗି ଅନୁମତି ପ୍ରଦାନ କରିଥିବା ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ ସୋମବାର ସୂଚନା…

ପ୍ଲାଷ୍ଟିକମୁକ୍ତ ହେବ ବେଳାଭୂମି

ଛତ୍ରପୁର,୧ା୧୧(ଡି.ଏନ.ଏ.): ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସ୍ବଚ୍ଛ ଓ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଚାଲିଥିବା ଅଭିଯାନ ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି। ଗଞ୍ଜାମ ବ୍ଲକର ‘ଦି ଇକୋ ୱାରିୟର୍ସ’ ପ୍ରୟାସରେ ଗଞ୍ଜାମରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କି.ମି. ପରିବ୍ୟାପ୍ତ ବେଳାଭୂମିକୁ…

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ପାରାଦୀପ,୧।୧୧(ସ୍ବ.ପ୍ର.): ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା କରାଯାଇଛି। ଏହି ନିୟମ ଭାଙ୍ଗିଲେ ଜେଲ ଓ ଜରିମାନା କରାଯିବ ବୋଲି ନୋଟିସ ଜାରି…

ପାରିବାରିକ କଳହରୁ ଘରେ ନିଆଁ ଲଗାଇଲେ

ଛତ୍ରପୁର,୧ା୧୧(ଡି.ଏନ୍‌.ଏ.): ଛତ୍ରପୁର ବିରେଶ୍ୱର ମନ୍ଦିର ନିକଟରେ ରହୁଥବା ଶଙ୍କର ବାହାଦୂର ପାରିବାରିକ କଳହରୁ ରବିବାର ରାତିରେ ନିଜ ଘରେ ନିଆଁ ଲଗାଇ ଫେରାର୍‌ ହୋଇଯାଇଛନ୍ତି। ଘର ଭାଗବଣ୍ଟାକୁ ନେଇ ଦୁଇ ଦିନ ତଳେ ଶଙ୍କର ତାଙ୍କ ମା’ ଲକ୍ଷ୍ମୀଙ୍କୁ ଗାଳିଗୁଲଜ କରିଥିଲେ…

ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ,୧।୧୧: ଦୀପାବଳିଠାରୁ ୭ଦିନ ଧରି ଚାଲିଥିବା ଭଦ୍ରକ କାଳୀପୂଜା ରବିବାର ଶେଷ ହୋଇଥିବା ବେଳେ ସୋମବାର ମା’ ମେଲାଣି ନେଇଛନ୍ତି। ଭଦ୍ରକର ଏକମାତ୍ର ରାଜଘାଟ ପୋଲ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରା ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ମଣ୍ଡପ ନିକଟରୁ ଶୋଭାଯାତ୍ରା…

କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପେନ

ଧାମନଗର,୧ା୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସୋମବାର ଧାମନଗର ବ୍ଲକର ନୂଆନନ୍ଦ, ଭଗବାନପୁର ଓ ଦଇପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ସାଧାରଣ ସଭା, ପଦଯାତ୍ରା ଓ ବାଇକ୍‌ ଶୋଭାଯାତ୍ରା କରି ଲୋକଙ୍କୁ…

ପ୍ରଚାର ଅଭିଯାନ ସରଗରମ

ଧାମନଗର, ୧।୧୧(ଡି.ଏନ୍‌.ଏ.): ଧାମନଗର ଉପନିର୍ବାଚନ ପାଇଁ ଅସୁରାଳି ଜୋନ୍‌ରେ ପ୍ରଚାର ଅଭିଯାନ ବେଶ୍‌ ସରଗରମ ହେଉଛି। ବିରୋଧୀ ଦଳର ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଓ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା…

ଖୋଲିଲା କୁଳଡିହା ଅଭୟାରଣ୍ୟ

ବାଲେଶ୍ୱର ଅଫିସ,୧।୧୧: ଆଜିଠୁ ଖୋଲିଲା ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କ ପାଇଁ ଗୋହିରାଭୋଳଠାରେ ନେଚର୍ସ କ୍ୟାମ୍ପରେ ରାତ୍ରି ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷଭଳି ଆଜିଠାରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ…

ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ ଏକ ବାଉଁଶ ବାନ୍ଧାଯାଇଛି। ଏହାର ପ୍ରତିକାର ନିମନ୍ତେ ଚମ୍ପୁଆ ଏନ୍‌ଏସିର ଆନ୍ତରିକତାର ଅଭାବ ଦେଖାଯାଇଛି।…

ଭୁଲ୍‌ ଇଞ୍ଜେକଶନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଉଦଳା,୧ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଡାକ୍ତରଖାନାରେ ଭୁଲ୍‌ ଇଞ୍ଜେକଶନ ଯୋଗୁ ସୋମବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ…

ଅଗ୍ନିକାଣ୍ଡରେ ଘର ପୋଡି ପାଉଁଶ

ଗଞ୍ଜାମ,୧ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବରପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏକ ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ସୁନିଲ ରଞ୍ଜନ ନାୟକଙ୍କ ପରିବାର ଲୋକେ ମନ୍ଦିର ଯାଇଥିଲେ। ସେତିକିବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?