ଆଶା ବାନ୍ଧିଛି ଅନ୍ତୁଡ଼ିଶାଳ

ଅନୁଗୋଳ ଅଫିସ,୯ା୧୨: ଶେଷହେଲା ଶୃଙ୍ଖଳା ଶିକ୍ଷା। ପଢ଼ାଗଲା ଜନସାଧାରଣଙ୍କ ସହ ସମ୍ପର୍କ ରକ୍ଷାର ପାଠ। ଦିଆଗଲା ଶାରୀରିକ ଭାଷା, ଡ୍ରିଲ୍‌, ବନ୍ଧୁକ ଚାଳନା ଓ ଆଣ୍ଟି ନକ୍ସଲ ଟ୍ରେନିଂ। ଦୀର୍ଘ ଦେଢ଼ବର୍ଷର ତାଲିମ ପରେ ଏବେ କର୍ମକ୍ଷେତ୍ରକୁ ଓହ୍ଲାଇବେ ୧୨୬ ପୋଲିସ ଏସ୍‌ଆଇ। ଏଥିପାଇଁ ଅନୁଗୋଳସ୍ଥିତ ପୋଲିସ ଟ୍ରେନିଂ କଲେଜ (ପିସିସି)ରେ ଶୁକ୍ରବାର ହେବ ୬୦ତମ ପାସିଂ ଆଉଟ ପରେଡ୍‌। ଦୀର୍ଘ ୧୭ ବର୍ଷ ପରେ କରାଯିବ ଏସ୍‌ଆଇ ବ୍ୟାଚ୍‌ର ଦୀକ୍ଷାନ୍ତ ସମାରୋହ। ଏହାକୁ ନେଇ ପିଟିସି ପରିସରରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ। ଦେଶ ମାତୃକାର ସେବା କରିବାକୁ ପ୍ରସ୍ତୁତ ଶତାଧିକ ଏସ୍‌ଆଇଙ୍କୁ ନେଇ ଅନେକ ଆଶା ବାନ୍ଧିଛି ରାଜ୍ୟ ପୋଲିସ ପ୍ରଶିକ୍ଷଣର ଏହି ଅନ୍ତୁଡ଼ିଶାଳ।
ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ବା ପିଟିସିର ବେଶ୍‌ ସୁନାମ ରହିଛି। ପୋଲିସ ପ୍ରଶିକ୍ଷଣ କ୍ଷେତ୍ରରେ ଏହା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ) ସ୍ଥାପନ ପୂର୍ବରୁ ପିଟିସି ଥିଲା ରାଜ୍ୟ ପୋଲିସ ଟ୍ରେନିଂର ଏକମାତ୍ର ସ୍ଥାନ। ସେଥିପାଇଁ ଏହାର ଗୁରୁତ୍ୱ କାହିଁରେ କେତେ। ଅତୀତରେ ପିଟିସି ଗ୍ରାଉଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଆଇପିଏସ୍‌ ଅଫିସର ପ୍ରଶିକ୍ଷଣ ନେଇଛନ୍ତି। ତେବେ ୨୦୦୮ରେ ଭୁବନେଶ୍ୱରରେ ବିପିଏସ୍‌ପିଏ ପ୍ରତିଷ୍ଠା ପରେ ଏଠାରେ ଆଉ ସିଧାସଳଖ ପୋଲିସ ଅଧିକାରୀଙ୍କ ପ୍ରଶିକ୍ଷଣ ହୋଇ ନ ଥିଲା। ଏପରି କି ୨୦୦୫ରେ ଶେଷଥର ପାଇଁ ଏଠାରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ତେବେ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସ୍‌ଆଇ ହୋଇଥିବା ଅଧିକାରୀମାନଙ୍କ ପାସିଂ ଆଉଟ୍‌ ପରେଡ୍‌ ମଝିରେ ଯାହା କରାଯାଇଥିଲା। ହେଲେ ଦୀର୍ଘବର୍ଷ ପରେ ଏହି ଗ୍ରାଉଣ୍ଡ ପୁଣି ଚଳଚଞ୍ଚଳ ହୋଇଉଠିଛି। ସିଧାସଳଖ ପୋଲିସରେ ଭର୍ତ୍ତି ହୋଇଥିବା ୧୨୬ ଏସ୍‌ଆଇଙ୍କ ପ୍ରଶିକ୍ଷଣ ଏଠାରେ ଶେଷ ହୋଇଛି। ୨୦୨୧ ଜୁନ୍‌ରେ ଏଠାକୁ ଆସିଥିବା ଏହି ଏସ୍‌ଆଇମାନେ ପାସିଂ ଆଉଟ ପରେଡ୍‌ରେ ଭାଗ ନେବାକୁ ଯାଉଥିବାରୁ ପୂରା ପରିସରକୁ ସାଜସଜ୍ଜା କରାଯାଇଛି। ପାଚେରିରେ ପୋଲିସ ବିଭାଗର ବିଭିନ୍ନ ବାର୍ତ୍ତା ସାଙ୍ଗକୁ ନୂଆ ରୂପ ଦିଆଯାଇଛି। ଏହି ସମାରୋହକୁ କିଭଳି ସ୍ମରଣୀୟ କରାଯିବ ସେ ନେଇ ପିଟିସି ଅଧ୍ୟକ୍ଷ ତଥା ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ସମସ୍ତ ବ୍ୟବସ୍ଥା ଶେଷ କରିଛନ୍ତି। ଏହି ସମାରୋହକୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଆଇନଶୃଙ୍ଖଳା) ରାଧା କିଶନ୍‌ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଆଇଜି(ଟ୍ରେନିଂ) ଏସ୍‌. ସାଇନି ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି। ପିସିଟିର ଅବସରପ୍ରାପ୍ତ ଅଧିକାରୀ, କର୍ମଚାରୀଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଦୃତ ଶିଶୁ ସଦନର ଶିଶୁଙ୍କୁ ମଧ୍ୟ ଡକାଯାଇଛି। ଏଠାରୁ ପ୍ରଶିକ୍ଷଣ ନେଇଥିବା ପୋଲିସ ଏସ୍‌ଆଇମାନେ ନିଶ୍ଚିତ ଭାବେ ସେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ବୋଲି ବହୁ ପୂର୍ବତନ ଅଧିକାରୀ ଓ କର୍ମଚାରୀ ଆଶାବାଦୀ ରହିଛନ୍ତି।

ଆଣ୍ଟି ନକ୍ସଲ ଆଇଡି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି
୧୨୬ ଜଣ କ୍ୟାଡେଟ୍‌ ଏସ୍‌ଆଇ ଏଠାରେ ପ୍ରଶିକ୍ଷଣ ନେଇଛନ୍ତି। ଶୁକ୍ରବାର ସେମାନଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେବ। ଏହି କ୍ୟାଡେଟ୍‌ଙ୍କୁ ଆଣ୍ଟି ନକ୍ସଲ ଆଇଡି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସେହିଭଳି ପୋଲିସ ବିଭାଗର ପ୍ରତିଟି କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଛି। ପାସିଂ ଆଉଟ୍‌ କ୍ୟାଡେଟ୍‌ମାନେ ଭବିଷ୍ୟତରେ ଜଣେ ଜଣେ ଭଲ ପୋଲିସ ଅଧିକାରୀ ହେବା ସହ ଦେଶ ମାତୃକାର ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି।
-ଜୟ ନାରାୟଣ ପଙ୍କଜ, ଡିଆଇଜି ତଥା ଅଧ୍ୟକ୍ଷ, ପିଟିସି
ପୁରୁଣା ଗୌରବ ଫେରୁ
ଅନୁଗୋଳ ପୋଲିସ ଟ୍ରେନିଂ କଲେଜରେ କନଷ୍ଟେବଳଙ୍କ ଠାରୁ ଆଇପିଏସ୍‌ଙ୍କ ଯାଏ ପ୍ରଶିକ୍ଷଣ ନେଉଥିଲେ। କିନ୍ତୁ ବିପିଏସ୍‌ପିଏ ହେବା ପରେ ଏହା ପୂର୍ବପରି ଚର୍ଚ୍ଚାରେ ନ ଥିଲା। ଏହାପରେ କନଷ୍ଟେବଳଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଗଲା। ଏବେ କ୍ୟାଡେଟ୍‌ ଏସ୍‌ଆଇଙ୍କୁ ତାଲିମ ଦିଆଯାଇଥିବାରୁ ପିଟିସିର ପୁରୁଣା ଗୌରବ ଫେରିବ ବୋଲି ଆଶାବାଦୀ ରହିଛୁ।
-ପଞ୍ଚାନନ ଦାସ, ପୂର୍ବତନ ଡ୍ରିଲ୍‌ ଇନ୍ସପେକ୍ଟର, ପିଟିସି
ପିଟିସିକୁ ଅଧିକ ପ୍ରସ୍ତୁତ କରାଯାଉଛି
ପିଟିସିର ଇନ୍‌ଡୋର ଓ ଆଉଟ୍‌ଡୋର କ୍ଲାସ ରୁମ୍‌ର ଉନ୍ନତୀକରଣ ହୋଇଛି। ସ୍ମାର୍ଟ କ୍ଲାସ ରୁମ୍‌ ରହିଥିବା ବେଳେ ଅଧିକ ଉନ୍ନୟନ କାର୍ଯ୍ୟ ଜାରି ରହିଛି। ପୋଲିସ ଅଫିସରମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ପାଇଁ ପଟିସିକୁ ଅଧିକ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ଏହି ଅନୁଷ୍ଠାନ ପୁରୁଣା ଗୌରବ ଫେରିପାଇପାରିବ।
-ମନୋଜ କୁମାର ମହାପାତ୍ର, ସାମାଜିକ କର୍ମୀ, ବଇଣ୍ଡା
ଦେଶ ସେବା ପାଇଁ ପ୍ରେରଣା ସାଜିବ
ଆଦୃତ ଶିଶୁ ସଦନର ଶିଶୁମାନେ ଏଭଳି ଏକ ସମାରୋହ ପ୍ରଥମ ଥର ପାଇଁ ଦେଖିବେ। ଏତେ ବଡ଼ ଆୟୋଜନରେ ସାମିଲ ସାଙ୍ଗକୁ ଅତି ନିକଟରୁ ପୋଲିସର ସର୍ବୋଚ୍ଚ ଅଧିକାରୀଙ୍କୁ ଦେଖିବାର ସୁଯୋଗ ପାଇବେ। ଏଥିସହ ଶୃଙ୍ଖଳା ଓ ଏକତାବଦ୍ଧ ମଧ୍ୟ ଶିଖିବାକୁ ପାଇବେ। ଆଗାମୀ ଦିନରେ ଦେଶର ସେବା ପାଇଁ ଏହା ସେମାନଙ୍କୁ ପ୍ରେରଣା ଯୋଗାଇବ।
-ସୁପ୍ରୀତି ମହାନ୍ତି, ସମ୍ପାଦିକା, ଆଦୃତ ଶିଶୁ ସଦନ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri