ଅମଳ ନ ସରୁଣୁ ଧାନ ଅଭାବୀ ବିକ୍ରି, ୨ ଗାଡ଼ି ଅଟକ

ଚାନ୍ଦବାଲି,୯ା୧୨(ଡି.ଏନ୍‌.ଏ.): ଚାଷୀମାନଙ୍କଠାରୁ ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଧାନ କ୍ରୟ ନିମନ୍ତେ ସମବାୟ ସମିତି ଓ ମହିଳା ମଣ୍ଡଳଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କୁ ଅନ୍‌ଲାଇନ ପଞ୍ଜୀକରଣ କରାଯାଇଛି। ଧାନ ଅମଳ ଆରମ୍ଭ ହେବା ମାତ୍ରେ ଭଦ୍ରକ ଜିଲା ଚାନ୍ଦବାଲିର ଚାଷୀ ଅଭାବୀ ବିକ୍ରିର ଶିକାର ହେବା ଆରମ୍ଭ ସୋଇଛି । ପଶ୍ଚିମବଙ୍ଗର ଦୁଇଟି ଧାନ ବୋଝେଇ ଟ୍ରକ୍‌କୁ ମତୋ ପୋଲିସ ଫାଣ୍ଡି ଗୁରୁବାର ରାତିରେ ଅଟକ ରଖିଛି। ଚାନ୍ଦବାଲି ଅଞ୍ଚଳରୁ ଧାନ ବେପାରୀମାନଙ୍କ ମାଧ୍ୟମରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ ଲୋଡ୍‌ କରି ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ସମୟରେ ପାଞ୍ଚପଡ଼ା ନିକଟରେ ଥିବା ଆରଏମ୍‌ସି ଚେକ୍‌ ଗେଟ୍‌ର କର୍ମଚାରୀ ଅଟକାଇବା ପରେ ସେଠାରେ ନ ରହି ଉକ୍ତ ଦୁଇଟି ଟ୍ରକ୍‌ ଦ୍ରୁତ ଗତିରେ ପଳାଇ ଆସିଥିଲେ। ଖବର ପାଇ ମତୋ ଫାଣ୍ଡି ପୋଲିସ ଅଟକାଇବା ପରେ କିଛି ସମୟ ପାଇଁ ମୁଖ୍ୟ ରାସ୍ତା ଜନଗହଳି ହୋଇପଡ଼ିବା ଦ୍ବାରା ଚାନ୍ଦବାଲି ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ବିନା ସରକାରୀ ଚାଲାଣରେ ଏତେ ପରିମାଣର ଧାନ ନେବାକୁ ବଙ୍ଗ ବେପାରୀମାନେ ସାହସ କଲେ କେମିତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କେତେକ ସରକାରୀ କର୍ମଚାରୀଙ୍କ ସଲାସୁତରାରେ ବଙ୍ଗ ବେପାରୀମାନେ ବହୁଳ ପରିମାଣର ଓଡ଼ିଶା ଧାନକୁ ଶାଗମାଛ ଦରରେ କ୍ରୟ କରି ନେବାର ଜଣାପଡ଼ିଛି। ଏହି ପରି ୬ଟି ଧାନ ବୋଝେଇ ଟ୍ରକ୍‌ ଖେରଙ୍ଗ ଆରଏମ୍‌ସି ଚେକ୍‌ ଗେଟ୍‌ରେ ଅଟକିଛି। ଖବର ପାଇ ତହସିଲଦାର ସୁଶାନ୍ତ ସୂତାର ଓ ଥାନାଧିକାରୀ କରୁଣାକର ରାଉତ ଘଟଣାସ୍ଥଳରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

କପିଳେନ୍ଦ୍ର ଦାସଙ୍କୁ ଭାରତ ରତ୍ନ ଗୌରବ ସମ୍ମାନ: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ନୂଆପଡ଼ା,୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଭେଳା ଗାଁର ଶିକ୍ଷାବିତ୍‌ ତଥା ଖଡିଆଳ ରାଜା ଏଟି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri