ଜବରଦଖଲ ଉଚ୍ଛେଦକୁ ନେଇ ହାଇଡ୍ରାମା
ବଲାଙ୍ଗୀର ଅଫିସ,୬ା୧: ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦକୁ ନେଇ ଗୁରୁବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ସହରର ଇଚ୍ଛାପଡା, ଇନ୍ଦିରାନଗର, ତୁଲସୀନଗର ସମେତ ଅନ୍ୟ କିଛିପଡାର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଜିଲାପାଳ ଅଫିସ ସମ୍ମୁଖକୁ ଆସି ଦୀର୍ଘ ସମୟ ଧରି…
ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଲୋକେ
ଭବାନୀପାଟଣା/ଲାଞ୍ଜିଗଡ଼,୬।୧(ସ୍ବ.ପ୍ର./ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଅଞ୍ଚଳରେ ଦୀର୍ଘଦିନ ହେଲା ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ଗତ ୮ ଦିନ ହେଲା ଗୋଟିଏ ଏକୁଟିଆ ଦନ୍ତା ଲାଞ୍ଜିଗଡ଼ ଓ ଛତ୍ରପୁର ପଞ୍ଚାୟତ ବିଭିନ୍ନ ଗାଁ…
ରୟତି ଜମି ଦଖଲ କରି ପଥର ଖନନ
ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅନ୍ତର୍ଗତ ଜାମଟାଲ ଗ୍ରାମର ଚାଷୀ ବୃନ୍ଦାବନ ବଗର୍ତ୍ତିଙ୍କ ଅଭିଯୋଗକ୍ରମେ, ହାରିବାରି ମୌଜା…
ଭୋଟ ପରିଚୟପତ୍ର ସହ ୭,୫୬,୩୭୪ କରିଛନ୍ତି ଆଧାର ଲିଙ୍କ୍
ନବରଙ୍ଗପୁର, ୬।୧(ବି.ପ୍ର.): ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଗୁରୁବାର ନବରଙ୍ଗପୁର ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. କମଳଲୋଚନ ମିଶ୍ର ଏହି ତାଲିକାକୁ ଏବଂ ଏହାର…
ପୁରୁଷଙ୍କ ତୁଳନାରେ ମହିଳା ଭୋଟର ଅଧିକ
ମାଲକାନଗିରି, ୬ା୧(ଡି.ଏନ.ଏ.):ମାଲକାନଗିରି ଜିଲା ସଦରସ୍ଥିତ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଭୋଟର ତାଲିକା-୨୦୨୩ ପ୍ରକାଶ ପାଇଛି। ଜିଲାପାଳ ବିଶାଲ ସିଂଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ତାଲିକା ପ୍ରଦାନ କରାଯାଇଛି। ବିଗତ ଦିନରେ ଭଲଭାବେ ଭୋଟର ସଚେତନତା କାର୍ଯ୍ୟକ୍ରମ…
୧୮ ଏକର ହୋଇଗଲା ଦେଢ଼ ଏକର
କୁନ୍ଦୁରା,୬ା୧(ଡି.ଏନ୍.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଡାଙ୍ଗରାପାଲିର ଚାଷୀ ଅଜିତ ଗଣ୍ଡା ଖରିଫ ଋତୁରେ ପଞ୍ଜୀକରଣରେ ହୋଇଥିବା ତ୍ରୁଟି ସୁଧାରିବାକୁ ଗୁରୁବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଚଳିତ ଖରିଫ ଋତୁରେ ୧୮ ଏକର ଜମିରେ ଚାଷ କରିଥିବା…
ବସ୍ତିରିଗୁଡ଼ା ରାସ୍ତା ମରଣଯନ୍ତା
ଆର.ଉଦୟଗିରି, ୬ା୧ (ଡି.ଏନ୍.ଏ): ଗଜପତି ଜିଲା ଆର.ଉଦୟଗିରି ବ୍ଲକର ଆର.ଉଦୟଗିରି ଖଜୁରିପଦା ମୁଖ୍ୟରାସ୍ତାରୁ ବସ୍ତିରିଗୁଡା ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତାକାମ ହୋଇଥିଲା। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମଧ୍ୟ ପଡିନାହିଁ।…
ଲକ୍ଷାଧିକ ଟଙ୍କାର ହ୍ୟାଣ୍ଡ ଫଗି ମେଶିନ ଅଚଳ
ବ୍ରହ୍ମପୁର ଅଫିସ,୬ା୧: ବ୍ରହ୍ମପୁର ସହରରେ ଦିନକୁ ଦିନ ମଶାବଂଶ ବୃଦ୍ଧି ପାଉଛି। ଯାହାଦ୍ୱାରା ସହରବାସୀ ମ୍ୟାଲେରିଆ, ବାତଜ୍ୱର ଭଳି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କିନ୍ତୁ ବିଇଏମ୍ସି ପକ୍ଷରୁ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ…
ବର୍ଷକରେ ୬.୦୫ କୋଟି ଜରିମାନା
ବ୍ରହ୍ମପୁର ଅଫିସ,୬ା୧: ଅମାନିଆଙ୍କୁ କୌଣସି ନିୟମ କାଟୁ କରୁନାହିଁ। ୨୦୨୨ ଜାନୁୟାରୀରୁ ଡିସେମ୍ବର ଶେଷ ସୁଦ୍ଧା ବ୍ର୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୬ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା…
ସଂରକ୍ଷିତ ଜଙ୍ଗଲ ନିକଟରେ ହଟ୍ ମିକ୍ସ ପ୍ଲାଣ୍ଟ୍
କେନ୍ଦୁଝର,୬ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ୍ ରଘୁନାଥପୁର ରାଜସ୍ବ ନିରୀକ୍ଷକଙ୍କ ଅଧୀନ ବଡ଼ ମନୋହରପୁର ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ନିକଟରେ ବେଆଇନ ହଟ୍ ମିକ୍ସ ପ୍ଲାଣ୍ଟ୍ ଚାଲୁଛି। ଏଥିସହ ଉକ୍ତ ସ୍ଥାନରେ ବିନା ପ୍ରଦୂଷଣ ନିୟନ୍ତ୍ରଣରେ ଏକ ଚିପ୍ସ କ୍ରଶର ମଧ୍ୟ…
ଅଙ୍ଗନଓ୍ବାଡି ସହାୟିକା ନିଯୁକ୍ତି ନେଇ ବିବାଦ
ଗୋପ,୬।୧(ଡି.ଏନ୍.ଏ.): ଗୋପ ବ୍ଲକ ଅଞ୍ଚଳରେ ୪ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ କେତେଜଣ ବିରୋଧୀ କେତୋଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି। ଫଳରେ ଶିଶୁମାନେ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଆସି ଫେରୁଥିବା ଅଭିଯୋଗ ରହିଛି।…
ମାଡ଼ିଚାଲିଛି ଲମ୍ଫି ଭୂତାଣୁ, ଗୋଚାଷୀ ଭୟଭୀତ
ନିଶ୍ଚିନ୍ତକୋଇଲି,୬।୧(ସ୍ବ.ପ୍ର): କରୋନା ଭଳି ଗୋରୁ ଏବେ ଭାଇରସ ଆକ୍ରାନ୍ତ। ଗୋରୁ ଗାଈଙ୍କ ଦେହରେ ଛୋଟ ଆବୁ ହେବା ପରେ ଏହା ଫାଟି ପାଣି ବାହାରୁଛି। ଫଳରେ ଆକ୍ରାନ୍ତ ଗୋରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକେ ଏହାକୁ ଗୋରୁ ବସନ୍ତ…

