ଜବରଦଖଲ ଉଚ୍ଛେଦକୁ ନେଇ ହାଇଡ୍ରାମା

ବଲାଙ୍ଗୀର ଅଫିସ,୬ା୧: ବଲାଙ୍ଗୀର ସହରରେ ଜବରଦଖଲ ଉଚ୍ଛେଦକୁ ନେଇ ଗୁରୁବାର ହାଇଡ୍ରାମା ଦେଖିବାକୁ ମିଳିଥିଲା। ସହରର ଇଚ୍ଛାପଡା, ଇନ୍ଦିରାନଗର, ତୁଲସୀନଗର ସମେତ ଅନ୍ୟ କିଛିପଡାର ଶତାଧିକ ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଜିଲାପାଳ ଅଫିସ ସମ୍ମୁଖକୁ ଆସି ଦୀର୍ଘ ସମୟ ଧରି ଘେରାଉ କରିବା ସହ ଧାରଣା ଦେଇଥିଲେ। କୌଣସି ପରିସ୍ଥିତିରେ ସହରରୁ ଜବରଦଖଲ ଉଚ୍ଛେଦ କରିବାକୁ ଦିଆଯିବନାହିଁ ବୋଲି କହିଥିଲେ। ଏହାସହିତ ୬ ତାରିଖ ବଲାଙ୍ଗୀର ବନ୍ଦ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ। ଉତ୍ତ୍ୟକ୍ତ ଲୋକେ ସ୍ଥାନୀୟ ବିଧାୟକ, ଜିଲାପାଳ ଏବଂ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପ୍ରାୟ ଦୁଇଘଣ୍ଟା ଧରି କଚେରୀ ଛକ ମୁଖ୍ୟରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପୂର୍ବାହ୍ନ ୧୧ଟାରୁ ସ୍ଥାନୀୟ ଇଚ୍ଛାପଡା, ଇନ୍ଦିରାନଗର ଏବଂ ତୁଳସୀନଗରପଡାର ଶତାଧିକ ମହିଳା ଏକ ରାଲିରେ ସହର ପରିକ୍ରମାରେ ବାହାରିଥିଲେ। ସେମାନେ ଭାଗିରଥି ଛକ, କଳାମଣ୍ଡଳ ରୋଡ, ପିପି ଏକାଡେମୀ ଛକ ଦେଇ ଟିକ୍ରାପଡା ଛକ ଦେଇ ମସଜିଦ ଛକ ପଟକୁ ଯାଉଥିଲେ। ସଦର ପୋଲିସ ଏସ୍‌ଡିପିଓ ତୋଫାନ ବାଗ ଏବଂ ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଟିକ୍ରାପଡା ଛକ ନିକଟରେ ଶୋଭାଯାତ୍ରାରେ ଥିବା ଲୋକଙ୍କୁ ଅଟକାଇଥିଲେ। ଯେଉଁ ରୁଟ୍‌ରେ ସେମାନେ ଶୋଭାଯାତ୍ରାରେ ଯିବାକୁ ଅନୁମତି ମାଗିଛନ୍ତି ସେହି ରାସ୍ତାରେ ନଯାଇ ଅନ୍ୟ ପଟକୁ କାହିଁକି ଯାଉଛନ୍ତି ବୋଲି ପଚାରିଥିଲେ। ବିଧାୟକ ନରସିଂହ ମିଶ୍ରଙ୍କ ଘରପଟକୁ ଶୋଭାଯାତ୍ରାରେ ଲୋକେ ଯାଉଥିବା ଖବର ପାଇ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାପରେ ଶୋଭାଯାତ୍ରା ସେଠାରୁ ଫେରି ଜିଲାପାଳ ଅଫିସ ସମ୍ମୁଖ କଚେରୀ ଛକରେ ପହଞ୍ଚତ୍ଥିଲା। ସେଠାରେ ପ୍ରାୟ ଦୁଇଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ମେଘନାଥପଡାର ଜଣେ ବୃଦ୍ଧା ବିନ ଥପା ମୂର୍ଚ୍ଛା ହୋଇଯାଇଥିଲେ। ସେଠାରୁ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବିକ୍ଷୋଭକାରୀଙ୍କ ପକ୍ଷରୁ ପରେ ୫ ଜଣିଆ ପ୍ରତିନିଧି ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, କାଉନସିଲର ଶମ୍ଭୁ ନାଗ, ପ୍ରଦ୍ୟୁତ୍‌ ମିଶ୍ର, ଦିଲୀପ ବଗର୍ତ୍ତି ଓ ଅନ୍ୟ ଜଣେ ମହିଳା ଜିଲାପାଳ ଅଫିସକୁ ଯାଇ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ତେବେ ଏହି ପ୍ରତିନିଧିମାନେ ଜିଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିବା ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଜିଲାପାଳ ରାଣା କହିଥିଲେ ଯେ, ବସ୍ତି ଉଚ୍ଛେଦ ପ୍ରଶାସନର ଉଦ୍ଦେଶ୍ୟ ନୁହେଁ। ୨/୩ଟି ବଡ ପ୍ରକଳ୍ପ ରହିଛି। ଅନୁଦାନ ଆସି ପଡିରହିଛି। ଏଣୁ ମହାରାଣୀ ସାଗରର ସମସ୍ତ ଜଳଚର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହା ସହିତ ନୂଆ ଜିଲାପାଳ କାର୍ଯ୍ୟାଳୟ ଏବଂ ନୂଆ ଜିଲା କୋର୍ଟ ପାଇଁ ଆବଶ୍ୟକ ୧୫ ଏକର ଜମିରୁ ମଧ୍ୟ ଜବରଦଖଲ ଉଚ୍ଛେଦ କରାଯିବ। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍‌ ଅନୁସାରେ କୌଣସି ଲୋକ ଜଳଚର ଜମି ଭିତରେ ରହିପାରିବେ ନାହିଁ। ଏହାସହିତ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ପାଇଁ ଅନେକ ସୁନ୍ଦର ଯୋଜନା କରିଛନ୍ତି। ଲୋକେ ତାର ଫାଇଦା ଉଠାଇବା କଥା। ସହର ବିଷ୍ଣୁମୁଣ୍ଡା ଅଞ୍ଚଳରେ ପ୍ରାୟ ୧୦/୧୨ ଏକର ଜମି ବସ୍ତିବାସିନ୍ଦାଙ୍କ ପାଇଁ ଚିହ୍ନଟ କରାଯାଇ ଉନ୍ନୟନ କରାଯାଇଛି। ସେଠାରେ ରାସ୍ତାଘାଟ, ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା କରାଯାଇସାରିଛି। ଏହାସହିତ ୨୫୦ ଚିହ୍ନଟ ପରିବାର ମଧ୍ୟରୁ ଏଯାବତ୍‌ ୧୨୦ ପରିବାରକୁ ଜାଗା ମିଶନ ଯୋଜନାରେ ଜମିପଟ୍ଟା ଦିଆସରିଛି ବୋଲି କହିଥିଲେ। ଏହାପରେ ବିକ୍ଷୋଭକାରୀ ସେଠାରୁ ଫେରି ଆସିଥିଲେ।
ଇସ୍ତଫା ଦେବାକୁ ଯାଇଥିଲେ, ଫେରିଆସିଲେ ଉପାଧ୍ୟକ୍ଷା
ବଲାଙ୍ଗୀର ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଗୁରୁବାର ଇସ୍ତଫା ପତ୍ର ନେଇ ଜିଲାପାଳ ଅଫିସକୁ ଯାଇଥିଲେ। ଇଚ୍ଛାପଡା, ଇନ୍ଦିରାନଗରପଡାର ଲୋକଙ୍କୁ ଉଚ୍ଛେଦ କରାଯାଉଥିବାରୁ ସେ ଇସ୍ତଫା ଦେବାକୁ ଆସିଛନ୍ତି ବୋଲି କହିଥିଲେ। ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ କହିବା ପରେ ସେ ସେଠାରୁ ଫେରି ଆସିଥିବା ଜଣାଇଛନ୍ତି। ସମସ୍ୟା ସମାଧାନ ଦିଗରେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୁଟାଇଲେ ତାନ୍ତ୍ରିକ, ସାମ୍ନାକୁ ଆସିଲା ଖବର, ଆଉ ତା’ ପରେ…

ବଲାଙ୍ଗୀର,୧୮ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଚଗାଁରେ ଗୁଣିଗାରେଡ଼ିରେ ଜଣେ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ବାରମ୍ବାର...

ପୁତୁରାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ ଦାଦା-ଖୁଡ଼ୀ

ବଲାଙ୍ଗୀର,୧୮ା୭: ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅଏଁଲାସାରି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା କରାଯାଇଛି।...

ପମ୍ପ ହାଉସ୍‌ରୁ ନେଇଗଲେ କେବୁଲ ତାର: ୫ ଦିନ ହେଲା ଜଳ ଯୋଗାଣ ବନ୍ଦ

ଦେଓଗାଁ,୧୫ା୭(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ କୁତୁର୍ଲା ପଞ୍ଚାୟତର ବହଲି, ସାରସବାହାଲ ଓ କୁତୁର୍ଲା ପମ୍ପ ହାଉସ୍‌ରୁ କେବୁଲ ଚୋରି ହୋଇଯାଇଛି ା...

ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ...

ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ...

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା…

ବଲାଙ୍ଗୀର,୧୨।୭: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର। ଶୁକ୍ରବାର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରା...

ପିସି କାରବାରକୁ ନେଇ କଡ଼ା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର,୧୨ା୭(ବୀରେନ୍ଦ୍ର କୁମାର ଝାଙ୍କର):ଲୋକଙ୍କ ଟିକସରେ ଦରମା ମିଳୁଛି। ପିସି କାରବାର ବନ୍ଦ କର। ଲୋକଙ୍କୁ ନ୍ୟାୟ ପ୍ରଦାନ କର। କୌଣସି ବି ଅଧିକାରୀ ଅଫିସ ଭିତରେ...

ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା

ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri