ବର୍ଷକରେ ୬.୦୫ କୋଟି ଜରିମାନା

ବ୍ରହ୍ମପୁର ଅଫିସ,୬ା୧: ଅମାନିଆଙ୍କୁ କୌଣସି ନିୟମ କାଟୁ କରୁନାହିଁ। ୨୦୨୨ ଜାନୁୟାରୀରୁ ଡିସେମ୍ବର ଶେଷ ସୁଦ୍ଧା ବ୍ର୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୬ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହେଲ୍‌ମେଟ ନ ପିନ୍ଧିବା ଅଭିଯୋଗରେ ବର୍ଷକରେ ସର୍ବାଧିକ ୫ କୋଟି ୭୨ ଲକ୍ଷ ୫୫ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ ହୋଇଛି। ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ। ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି। ବିଶେଷକରି ହେଲ୍‌ମେଟ ଧରପଗଡ଼ ଅଭିଯାନ ଜୋର୍‌ଦାର କରାଯାଇଛି। ଅମାନିଆଙ୍କ ପାଇଁ ହେଲ୍‌ମେଟ ନ ପିନ୍ଧିଲେ ଏବେ ଆଉ ୫ଶହ ନୁହେଁ, ସଂଶୋଧିତ ନିୟମ ଅନୁସାରେ ୧ହଜାର ଟଙ୍କା ଜରିମାନା ଆଦାୟ କରିବା ବ୍ୟବସ୍ଥା କରାଯାଇଛି। ଏପରି କି ହେଲ୍‌ମେଟ ନ ପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ରଦ୍ଦ କରିବା ପାଇଁ ପୋଲିସ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କୁ ସୁପାରିସ କରିବ ବୋଲି ନିୟମ କରାଯାଇଛି। ଏହି ଧାରାରେ ୨୦୨୨ରେ ବ୍ରହ୍ମପୁରରେ ଟ୍ରାଫିକ ଥାନା ପକ୍ଷରୁ ଜରିମାନା ବାବଦରେ ମାନୁଆଲ ଏବଂ ଇ-ଚାଲାଣ ବାବଦରେ ୬ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଅମାନିଆ ଚାଳକଙ୍କ ଉପରେ ଧାର୍ଯ୍ୟ ହୋଇସାରିଲାଣି ବୋଲି ଟ୍ରାଫିକ ଥାନାଧିକାରୀ ରାମ ସୁବ୍ରମନ୍ୟମ୍‌ ପ୍ରଧାନ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୬୩ ହଜାର ୨୯୪ ଗାଡ଼ି ଚାଳକଙ୍କୁ ଏହି ଜରିମାନା ଧାର୍ଯ୍ୟ କରାଯାଇଛି। ସେହିପରି ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା, ଟ୍ରିପଲ ରାଇଡିଂ ଆଦି ନିୟମ ପାଳନ କରୁ ନ ଥିବା ଚାଳକଙ୍କଠାରୁ ୩୨ ଲକ୍ଷ ୯୦ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୮୦ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆର୍‌ଟିଓଙ୍କୁ ସୁପାରିସ କରାଯାଇଛି ବୋଲି ଥାନାଧିକାରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଣୁ ହେଲ୍‌ମେଟ ପିନ୍ଧି, ଟ୍ରାଫିକ ନିୟମ ପାଳନ କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ପୋଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି।
ବ୍ରହ୍ମପୁର ସହରରେ ହେଲ୍‌ମେଟ ଯାଞ୍ଚ ସହ ସହିତ ଟ୍ରିପଲ ରାଇଡିଂ, ରଙ୍ଗ୍‌ ପାର୍କିଂ ଅଭିଯାନ ଜୋରଦାର କରାଯାଇଛି। ଏପରି କି ସିଟ୍‌ ବେଲ୍ଟ ନ ପିନ୍ଧିଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର କଲେ ଜରିମାନା ଆଦାୟ କରାଯାଇଥିଲା। ସହରର ବିଭିନ୍ନ ଛକରେ ଲାଗିଥିବା ଆଇଟିଏମ୍‌ଏସ୍‌ ବ୍ୟବସ୍ଥାର ସିସି କ୍ୟାମେରାରେ ଯେଉଁମାନେ ଧରାପଡ଼ିବେ ସେମାନଙ୍କ ମୋବାଇକୁ ଇ-ଚାଲାଣ ପଠାଯାଉଥିଲା। ଏବେ ଏହାକୁ ଆହୁରି କଡ଼ାକଡ଼ି ଭାବେ ପାଳନ କରାଯାଇଛି। ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧ରୁ ବ୍ରହ୍ମପୁର ମହାନଗରରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବ୍ରହ୍ମପୁର ମହାନଗରରେ ୩ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟରେ କାନା ବୈଷୟିକ ଜ୍ଞାନକୌଶଳକୁ ଅବଲମ୍ବନ କରି ସମନ୍ବିତ ଟ୍ରାଫିକ ପରିଚାଳନା ସିଷ୍ଟମ(ଆଇଟିଏମ୍‌ଏସ୍‌)କୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ଦ୍ବାରା ବିପର୍ଯ୍ୟସ୍ତ ଟ୍ରାଫିକ୍‌ରେ ସୁଧାର ଆଣିବା ସହ ସିସି କ୍ୟାମେରା ଜରିଆରେ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ଟାଟା ବେଞ୍ଜ୍‌ ଛକ, କମାପଲ୍ଲୀ, କୋର୍ଟପେଟା ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ୍‌ ଛକ ଓ ଗେଟ୍‌ବଜାର ଛକରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ୧୦୦ଟି ସିସି କ୍ୟାମେରା ଖଞ୍ଜାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?