ଆମ ଜିଲା ଖବର

ଦୁର୍ଘଟଣାର ୧୮ ଦିନ ପରେ ବି ଚେତା ଫେରୁନି

ନୂଆଗାଁ,୨୭।୧୧(ଡି.ଏନ.ଏ.): ୨ ସାଙ୍ଗଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲିଙ୍କୁନ୍‌ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଇତିମଧ୍ୟରେ ୧୮ ଦିନ ବିତି ଥିଲେ ମଧ୍ୟ ଏଯାବତ ତାଙ୍କ ଚେତା ଫେରୁନି।…

ପିଲାଙ୍କୁ ଭିନ୍ନ ଶିକ୍ଷା ନ ଦେବା ଭବିଷ୍ୟତ ପାଇଁ ଅପରାଧ

କଟକ ଅଫିସ,୨୭ା୧୧: କଳାପ୍ରେମୀମାନେ ହିଁ ସେମାନଙ୍କ ପିଲାଙ୍କୁ କିଛି ନୂଆ ଶିଖାଇବାକୁ ଚାହାନ୍ତି। ଆମ ଶିକ୍ଷା ବ୍ୟବସ୍ଥା ଯେଭଳି ରହିଛିି ତାହା ସହ ପିଲାଙ୍କୁ ତାଙ୍କ ଜୀବନରେ ଭିନ୍ନ ସ୍ବାଦ ନ ଦେବା ତାହା ଭବିଷ୍ୟତର ସମାଜ ପାଇଁ ଏକ ବଡ଼…

ପରିଚୟ ଖୋଜୁଛି ଐତିହ୍ୟ ସହର ଖୋର୍ଦ୍ଧା

ଖୋର୍ଦ୍ଧା ଅଫିସ,୨୭ା୧୧: ଲାଲ୍‌ମାଟିର ଗଡ଼ ଭାବେ ପରିଚିତ ଖୋର୍ଦ୍ଧାରୁ ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଇଂରେଜଙ୍କ ବିରୋଧରେ ପାଇକ ବୀରଙ୍କ ସଂଗ୍ରାମ ତଥା ବୀରତ୍ୱର ଗାଥାକୁ ନେଇ ଏହି ମାଟି ଗୌରବାନ୍ବିତ। ଭାରତୀୟ ଇତିହାସରେ ଖୋର୍ଦ୍ଧାର ନାମ…

ଭୋଟର ପରିଚୟପତ୍ର ପାଇଁ ଲୋକେ ହଇରାଣ

କଟକ ଅଫିସ,୨୭ା୧୧: ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଉଛି। ସାଧାରଣ ଲୋକେ ଆଉ ସରକାରୀ ଦପ୍ତରରେ ଦୀର୍ଘଦିନ ଅଥବା ଦୀର୍ଘ ସମୟ ଅପେକ୍ଷା କରିବାର ଆବଶ୍ୟକତା ପଡ଼ୁନାହିଁ। ମାତ୍ର ଭୋଟର ପରିଚୟପତ୍ର କ୍ଷେତ୍ରରେ କିଛି ବ୍ୟତିକ୍ରମ…

ରୋବୋ ପଦ୍ଧତି ରୋକିବ ଦୁର୍ଘଟଣା

ଢେଙ୍କାନାଳ ଅଫିସ, ୨୭।୧୧: ୱାଗନ ଅନଲୋଡିଂ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ଢେଙ୍କାନାଳ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ‘ର ମ୍ୟାଟେରିଆଲ ହାଣ୍ଡଲିଂ ସିଷ୍ଟମ୍‌ ଅପରେଶନ’ରେ ରୋବୋ ସୁବିଧାଯୁକ୍ତ ଅତ୍ୟାଧୁନିକ ୱାଗନ ଟିପଲର ବ୍ୟବସ୍ଥା ଗତ ୨୩ ତାରିଖରୁ ଆରମ୍ଭ ହୋଇଛି। ଟାଟା…

ମହାପ୍ରଭୁଙ୍କ ନିମନ୍ତେ ଘୋଡ଼ ବସ୍ତ୍ର ପ୍ରସ୍ତୁତି

ପୁରୀ ଅଫିସ,୨୭।୧୧: ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ତଥା ପ୍ରାବରଣ ଷଷ୍ଠୀଠାରୁ ମହାପ୍ରଭୁ ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘୋଡ଼ ଲାଗି ହେବେ। ମହାପ୍ରଭୁ ଶୀତ ନିକଟରୁ ହାରି ଓଢ଼ଣ ଷଷ୍ଠୀଠାରୁ ଶୀତବସ୍ତ୍ର ପରିଧାନ କରିବେ।…

ଓଡ଼ିଶାର ୫ ମଧ୍ୟରୁ ଅଛି କେନ୍ଦ୍ରାପଡ଼ା ରସାବଳି

କେନ୍ଦ୍ରାପଡ଼ା ଅଫିସ, ୨୭।୧୧: ଚେନ୍ନାଇଠାରେ ଆସନ୍ତା ଡିସେମ୍ବରରେ ସ୍ଥାନୀୟ ଭୌଗଳିକ ସଙ୍କେତ ବା ଜିଓ ଗ୍ରାଫିକାଲ ଇଣ୍ଡିକେଶନ (ଜିଆଆଇ) ରେଜେଷ୍ଟ୍ରି ସମ୍ମିଳନୀ ଅନୁଷ୍ଠିତ ହେବ। ଚଳିତଥର ଓଡ଼ିଶାରୁ ୫ଟି ଦାବି ମଧ୍ୟରୁ କେନ୍ଦ୍ରାପଡ଼ା ରସାବଳୀ ରହିଥିବା ସୂଚନା ମିଳିଛି। ଗଜପତି ଜିଲାର…

ଆତ୍ମନିର୍ଭରଶୀଳ କୁକୁଡ଼ା ଚାଷ ଯୋଜନା ଦିଗହରା

ଚଣ୍ଡିଖୋଲ,୨୭ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ଯୁବତୀଯୁବକ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ଗ୍ରାମାଞ୍ଚଳରେ କୁକୁଡ଼ା ଚାଷ କରିବା ସହ ଅଣ୍ଡା ଉପତ୍ାଦନ କରି ତାହାକୁ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇବା ପାଇଁ…

ବର୍ଷା ହେଲେ ବାରଣ୍ଡାରେ ପଢ଼ାଯାଉଛି ପାଠ

ବଇଣ୍ଡା, ୨୭ା୧୧ (ଡି.ଏନ.ଏ.): ବିଦ୍ୟାଳୟରେ ଖାଲିପଡ଼ିଛି ଗଣିତ ଶିକ୍ଷକ ପଦବୀ। ୩ଟି ଯାକ ଶ୍ରେଣୀଗୃହ ବିପଦସଙ୍କୁଳ। ଅବସ୍ଥା ଏମିତି ଯେ, ସାମାନ୍ୟ ବର୍ଷା ହେଲେ ଛାତରୁ ଗଳୁଛି ପାଣି। ବାରଣ୍ଡାରେ ବସାଇ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି ପାଠ। ଦୀର୍ଘବର୍ଷ ହେଲା ଏପରି ଦୁର୍ବଳ…

କନ୍ଧମାଳରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ

ଫୁଲବାଣୀ ଅଫିସ, ୨୭ା୧୧: କନ୍ଧମାଳ ଜିଲାରେ ଅଧିକ ଥଣ୍ଡା ପଡିବା ଏବଂ ଚାଷ ପାଇଁ ଉପଯୁକ୍ତ ତାପମାତ୍ରା ରହୁଥିବାରୁ ପ୍ରଥମଥର ପାଇଁ ପାଇଲଟିଂ ପ୍ରୋଜେକ୍ଟରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି । ଷ୍ଟ୍ରବେରୀ ଚାଷ ସାଧାରଣତଃ ୧୫ରୁ ୨୫ ଡିଗ୍ରୀ ତାପମାତ୍ରା…

ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା

ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ କରି ବେପରୁଆ ଭାବେ ଚାଲିଥିବା ଗଣ୍ଡିବେଡ-ଔପଦା ଏବଂ ୫ରୁ ଅଧିକ ରାସ୍ତା କାମର ଉଚ୍ଚସ୍ତରୀୟ…

ଅଚଳ ହୋଇପଡ଼ିଛି ଡିଜିଟାଲ କିଓସ୍କ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡିଏମ୍‌ଏଫ୍‌ ଅର୍ଥରେ ପ୍ରତିଷ୍ଠା କରାଯାଇଥିବା ଲକ୍ଷାଧିକ ଟଙ୍କା ବ୍ୟୟର ଡିଜିଟାଲ କିଓସ୍କ କାମରେ ଲାଗୁନି। ଦୀର୍ଘ ମାସ ହେଲା ଏହା ଅଚଳ ହୋଇ ପଡ଼ିଥିଲେ ହେଁ ମରାମତି କରାଯାଉ ନ ଥିବାରୁ ଆସୁଥିବା ରୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?