ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଉନ୍ନତୀକରଣ ପାଇଁ ଅନୁମତି
ବାରିପଦା ଅଫିସ,୨୩ା୧୧:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁରସ୍ଥିତ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ର ଉନ୍ନତୀକରଣ ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ମଞ୍ଜୁରୀ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କୁ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ(ଡିଆର୍ଡିଓ)…
ମାଲକାନଗିରି ବିକାଶ ସବୁଠୁ ଅଧିକ ଖୁସି ଦିଏ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ବ୍ୟୁରୋ)/ମାଲକାନଗିରି,୨୩ା୧୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମାଲକାନଗିରି ଜିଲା ପାଇଁ ୬ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ପ୍ରକଳ୍ପ ଜିଲାର ସାମାଜିକ ଓ ଆର୍ଥିକ…
‘ସ୍ବଚ୍ଛତାର ସହ ହୋଇଛି ଏଏସ୍ଓ ପରୀକ୍ଷା’
କଟକ ଅଫିସ, ୨୩ା୧୧: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୫ଶହ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଲକ୍ଷ୍ୟ ରଖିଛି। ୨୦୨୨-୨୩ ବର୍ଷ ପାଇଁ ପ୍ରାୟ ୪ହଜାର ପଦବୀ ପୂରଣ…
ଟ୍ରାକ୍ଟରରେ ଚାଲାଣ ହେଉଥିଲା ଶିଶୁ କାଠ ପଟା: ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ
ଚିତ୍ରକୋଣ୍ଡା,୨୨।୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ୨୫ଟି ଶିଶୁ କାଠ ପଟା ଜବତ କରାଯାଇଛି। ଏକ ମହିନ୍ଦ୍ରା ଟ୍ରାକ୍ଟର ନମ୍ବର( ଓଡି ୩୦ଡି୧୮୮୯) ରେ ଶିଶୁ କାଠ ପଟା ଚାଲାଣ ହେଉଥିବା ନେଇ ସୋମବାର ବନବିଭାଗକୁ ଖବର…
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ବିଭାଗର କନିଷ୍ଠ କିରାଣୀ
ଝାରସୁୁଗୁଡ଼ା ଅଫିସ,୨୨।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ଅଜୟ ପାଣ୍ଡେ। ଫସଲ ବୀମା କରାଇଦେବା ନେଇ ଜଣେ ଚାଷୀଙ୍କ ନିକଟରୁ ସେ ମଙ୍ଗଳବାର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
ଅବ୍ୟବସ୍ଥା ଘେରରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର: ବିପଦ ସଙ୍କୁଳ କୋଠାରେ ଚାଲିଛି ରୋଗୀସେବା
ଗଞ୍ଜାମ,୨୨।୧୧(ଡି.ଏନ୍.ଏ.): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ବହୁ ପୁରାତନ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବ୍ୟବସ୍ଥା ଘେରରେ ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ରୋଗୀସେବା। ମେଡିକାଲ କୋଠାଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରୁ କଂକ୍ରିଟ ଖସିଲା ଭଳି…
ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ
ବ୍ରହ୍ମପୁର ଅଫିସବ,୨୨।୧୧: ଫାଷ୍ଟଟ୍ରାକ ପୋକସ ଜଜ ଗଣେଶ୍ୱର ପତି ମଙ୍ଗଳବାର ଏକ ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଯଥେଷ୍ଟ ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ଗଞ୍ଜାମ ଜିଲା ପାଟପୁର ଅଞ୍ଚଳର ବାବୁ ମଲିକ।…
କାର ଭିତରୁ ୨୨ ଲକ୍ଷ ଟଙ୍କା ଜବତ: ଅଭିଯୁକ୍ତ ଫେରାର
ଖୋର୍ଦ୍ଧା ଅଫିସ,୨୨।୧୧: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଶିଆଳିଆ ରାସ୍ତାରୁ ପୋଲିସ ଜଣେ ବ୍ରାଉନସୁଗାର ବେପାରୀଙ୍କ କାରରୁ ନଗଦ ୨୨ଲକ୍ଷ ଟଙ୍କା ଜବତ କରିଛି। ଜବତ କାର( ନଂ ଓଡି୦୨ସିବି-୪୨୪୨)ର ମୂଲ୍ୟ ପ୍ରାୟ ୧୮ଲକ୍ଷ ଟଙ୍କା ହେବ। ତେବେ ପୋଲିସକୁ ଚକମା…
ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ଲାଞ୍ଚ ଟଙ୍କା ସହ ନେଉଥିଲେ ବାଦାମ, ମୁଗ
ବେଗୁନିଆପଡ଼ା,୨୨।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଘରବାରି ପଟା କରାଇଦେବାକୁ ସେଠୀ ୬…
୮୦ କେଜି ଗଞ୍ଜେଇ ଜବତ, ଗିରଫ ଦୁଇ ଅଣଓଡ଼ିଆ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ବ୍ରହ୍ମପୁର ଅଫିସ,୨୨।୧୧: ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି କାର୍କୁ ମଙ୍ଗଳବାର ଅବକାରୀ ପୋଲିସ ଜବତ କରିଛି। କାର୍ ଭିତରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀ ସମେତ ଦୁଇ ଜଣ ଅଣଓଡ଼ିଆ ଯୁବକଙ୍କୁ ଅବକାରୀ…
ତାତିଲେ ଅଙ୍ଗନଓ୍ବାଡ଼ୀ କର୍ମୀ
କେସିଙ୍ଗା,୨୨।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୮ ଦଫା ଦାବି ନେଇ ସେମାନେ ଏହି ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନ…
ଦୀର୍ଘ ଦିନରୁ ବନ୍ଦ ରହିଛି ଏଟିଏମ୍ : ଲୋକେ ହନ୍ତସନ୍ତ
କର୍ଲାମୁଣ୍ଡା୨୨।୧୧(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରେ ଥିବା ଏକମାତ୍ର ଏସବିଆଇ ଏଟିଏମ୍ କାଉଣ୍ଟର ଦୀର୍ଘ ଦିନରୁ ବନ୍ଦ ରହିଛି। ଏ ନେଇ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ଦୁର୍ବୁତ୍ତ…

