ଲକ୍ଷାଧିକ ଟଙ୍କାର ହ୍ୟାଣ୍ଡ ଫଗି ମେଶିନ ଅଚଳ

ବ୍ରହ୍ମପୁର ଅଫିସ,୬ା୧: ବ୍ରହ୍ମପୁର ସହରରେ ଦିନକୁ ଦିନ ମଶାବଂଶ ବୃଦ୍ଧି ପାଉଛି। ଯାହାଦ୍ୱାରା ସହରବାସୀ ମ୍ୟାଲେରିଆ, ବାତଜ୍ୱର ଭଳି ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। କିନ୍ତୁ ବିଇଏମ୍‌ସି ପକ୍ଷରୁ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସହରବାସୀ ମଶାଦାଉରୁ ରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିନ୍ତୁ ମଶା କାମୁଡ଼ାରୁ ନିସ୍ତାର ମିଳୁନି। ତେବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ବିଇଏମ୍‌ସି ବିଳମ୍ବରେ ସହରବାସୀଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରିଥିଲା। ନିଗମ ପକ୍ଷରୁ ତରବରିଆ ଭାବେ ଏକ ଭଙ୍ଗା ଦଦରା ଟ୍ରାକ୍ଟରରେ ଟିଫା ମେଶିନ ଯୋଡ଼ାଯାଇ ପ୍ରତି ୱାର୍ଡରେ ମଶାଧୂଆଁ ଛଡ଼ାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହି ଟିଫା ମେଶିନରେ କିଙ୍ଗ୍‌ ଫଗ୍‌ ନାମକ ତେଲ ଓ ଡିଜେଲ ମିଶାଯାଇ ମେଶିନରୁ ଧୂଆଁ ଛଡ଼ାଯାଉଥିଲା। ଏହି ତେଲର ମୂଲ୍ୟ ୩ ହଜାର ଟଙ୍କା ରହିଥିବା ନିଗମ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଏ। ତଦନୁଯାୟୀ ନିଗମର ସାନିଟେଶନ ବିଭାଗ ପକ୍ଷରୁ ଗତ ଡିସେମ୍ବର ୮ରୁ ଟିଫା ମେଶିନରେ ମଶାଧୂଆଁ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଭଳି ଡିସେମ୍ବର ୩୧ ଯାଏ ପ୍ରତିଦିନ ୨ଟି ଲେଖାଏ ଓ୍ବାର୍ଡରେ ଧୂଆଁ ଛଡାଯାଇଥିଲା। କିନ୍ତୁ କିଛିଦିନ ପରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଅଭିଯୋଗ ହୋଇଥିଲା, ଫଳରେ ମଶାବଂଶ ବୃଦ୍ଧି ରୋକିବାରେ ନିଗମ ବିଫଳ ହୋଇଥିଲା।
ସୂଚନାଯୋଗ୍ୟ, ସହରବାସୀଙ୍କୁ ମଶାଦାଉରୁ ରକ୍ଷା ନିମନ୍ତେ ଗତ ୧ ବର୍ଷ ତଳେ ବିଇଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ହ୍ୟାଣ୍ଡ ଫଗିଂ ମେଶିନ କିଣାଯାଇଥିଲା। ସେ ସମୟରେ ୪୦ଟି ୱାର୍ଡ ନିମନ୍ତେ ଲକ୍ଷାଧିକ ଟଙ୍କା ବ୍ୟୟରେ ୪୦ଟି ହ୍ୟାଣ୍ଡ ଫଗିଂ ମେଶିନ ୱାର୍ଡର ଏସ୍‌ଆଇ (ସାନିଟେଶନ ଅଧିକାରୀ) ଓ ଜମାଦାରଙ୍କୁ ପ୍ରଦାନ କରାଯାଇଥିଲା। ଏହି ହ୍ୟାଣ୍ଡ ଫଗିଂରେ ମାଲାଥିନ ଓ ଡିଜେଲ ମିଶାଯାଇ ନର୍ଦ୍ଦମା ଓ ଗଳିକନ୍ଦିରେ ମଶା ଉପତ୍ତ୍ତି ସ୍ଥଳରେ ସ୍ପ୍ରେ କରାଯାଉଥିଲା। ଏହି କାର୍ଯ୍ୟରେ ସଫେଇ କର୍ମଚାରୀ ନିୟୋଜିତ ରହୁଥିଲେ। ଏଥିସହ ୬ଟି ବଡ଼ ହ୍ୟାଣ୍ଡ ଫଗିଂ ମେଶିନ ମଧ୍ୟ କିଣାଯାଇଥିଲା। ଏହାଦ୍ୱାରା ମଧ୍ୟ ମଶାଧୂଆଁ ସ୍ପ୍ରେ କରାଯାଉଥିଲା। କିନ୍ତୁ ଏହାକୁ ଚଳାଇବା ପାଇଁ ଉପଯୁକ୍ତ ତାଲିମ ଅଭାବରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଏହାର ବ୍ୟବହାର ମଧ୍ୟ ଖୁବ୍‌ କମ୍‌ ଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା। କିନ୍ତୁ ଲକ୍ଷାଧିକ ଟଙ୍କାର ମେଶିନଗୁଡିକ ଅଚଳ ପରେ ଏହାର ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ କୌଣସି ୱାର୍ଡରେ ମେଶିନଗୁଡିକ ବ୍ୟବହୃତ ହେଉ ନ ଥିବା ବହୁ କର୍ପୋରେଟର ଅଭିଯୋଗ କରିଛନ୍ତି। ମାଲାଥିନ ତେଲ ବିଇଏମ୍‌ସି ପକ୍ଷରୁ କିଣା ନ ଯିବାରୁ ଏହି ଫଗିଂ ମେଶିନ ବ୍ୟବହୃତ ହେଉ ନ ଥିବା ଅନ୍ୟ ଏକ କାରଣ ବୋଲି ମଧ୍ୟ କର୍ପୋରେଟର ଅଭିଯୋଗ କରିଛନ୍ତି। ଏଣୁ ପୂର୍ବରୁ କିଣାଯାଇଥିବା ହ୍ୟାଣ୍ଡ ଫଗିଂ ମେଶିନ ପ୍ରତି ୱାର୍ଡକୁ ପୁନର୍ବାର ପ୍ରଦାନ କରିବା ଲାଗି କର୍ପୋରେଟରମାନେ ଦାବି କରିଛନ୍ତି।
ଏ ନେଇ ବିଇଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ମାନସ ରଞ୍ଜନ ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, ବର୍ତ୍ତମାନ ଡ୍ରେନ୍‌ରେ ମଶାବଂଶ ବୃଦ୍ଧି ରୋକିବାକୁ ତେଲ ସିଞ୍ଚନ କରାଯାଉଛି। ଆଗାମୀ ଦିନରେ ମଶାବଂଶ ବୃଦ୍ଧି ରୋକିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ସାନିଟେଶନର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି କାରଣରୁ ହ୍ୟାଣ୍ଡ ଫଗିଂ ମେଶିନଗୁଡିକ ବ୍ୟବହୃତ ହୋଇପାରୁନାହିଁ। ଏହାର ମରାମତି କରାଯାଇ ଖୁବ୍‌ଶୀଘ୍ର କାର୍ଯ୍ୟରେ ଲାଗିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?