ସଂରକ୍ଷିତ ଜଙ୍ଗଲ ନିକଟରେ ହଟ୍‌ ମିକ୍ସ ପ୍ଲାଣ୍ଟ୍‌

କେନ୍ଦୁଝର,୬ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ୍‌ ରଘୁନାଥପୁର ରାଜସ୍ବ ନିରୀକ୍ଷକଙ୍କ ଅଧୀନ ବଡ଼ ମନୋହରପୁର ନିକଟ ସଂରକ୍ଷିତ ଶାଳ ଜଙ୍ଗଲ ନିକଟରେ ବେଆଇନ ହଟ୍‌ ମିକ୍ସ ପ୍ଲାଣ୍ଟ୍‌ ଚାଲୁଛି। ଏଥିସହ ଉକ୍ତ ସ୍ଥାନରେ ବିନା ପ୍ରଦୂଷଣ ନିୟନ୍ତ୍ରଣରେ ଏକ ଚିପ୍ସ କ୍ରଶର ମଧ୍ୟ ଚାଲୁଥିବାରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅନୁଯାୟୀ ଧୂଳିଧୂଆଁରୁ ରକ୍ଷା ପାଇଁ ଚାରିଆଡ଼େ ଉଚ୍ଚ ପାଚେରି (ୱିଣ୍ଡ୍‌ ବ୍ରେକିଂ ୱାଲ) କିମ୍ବା ସବୁଜ ବଳୟ ନାହିଁ। ସେହିପରି ବାୟୁ ପ୍ରଦୂଷଣ ରୋକିବା ପାଇଁ ନିୟମିତ ପାଣି ସିଞ୍ଚନ ହେଉନି। ଫଳରେ ପଥର ଗୁଣ୍ଡ ଉଡ଼ି ଚାରିଆଡ଼େ ପଡୁଥିବାରୁ ଜଙ୍ଗଲରେ ହାତୀ ସମେତ ଅନ୍ୟ ଜଙ୍ଗଲୀ ପ୍ରାଣୀ ପ୍ରଭାବିତ ହେଉଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଧୂଳିଧୂଆଁରେ ଅତିଷ୍ଠ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମୁତାବକ, କ୍ରଶର ଏବଂ ହଟ୍‌ ମିକ୍ସ ପ୍ଲାଣ୍ଟଠାରୁ ୫୦୦ ମିଟରରୁ କମ୍‌ ଦୂରତାରେ ରଘୁନାଥପୁର ସଂରକ୍ଷିତ ଜଙ୍ଗଲ ରହିଛି। ଏହି ସ୍ଥାନରେ ବର୍ଷର ସବୁ ସମୟରେ ହାତୀ ତଥା ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ରହିଥାଏ। ଦିନରାତି କ୍ରଶର ଓ ହଟ୍‌ମିକ୍ସ ପ୍ଲାଣ୍ଟ୍‌ ଚାଲୁଥିବାରୁ ବହୁ ପରିମାଣର ଶବ୍ଦ ପ୍ରଦୂଷଣ ହେଉଛି। ହଟ୍‌ ମିକ୍ସ ବା ପିଚୁ ଗୋଳା କାରଖାନାରୁ କଳା ଧୂଆଁ ବହୁ ପରିମାଣର ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରୁଛି। ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ରାଜସ୍ବ, ଜଙ୍ଗଲ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ବସାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନିଆଯାଇଛି କି ନାହିଁ ତାହା ତଦନ୍ତ ସାପେକ୍ଷ। ଉକ୍ତ ଶାଳ ଜଙ୍ଗଲ ପରିବେଷ୍ଟିତ ସ୍ଥାନର ପରିସୀମା ଚିହ୍ନଟ ହୋଇ ନ ଥିବାରୁ ଏଣେ ତେଣେ ମେଟାଲ, ଚିପ୍ସ, ବୋଲ୍ଡର ଗଦା ହୋଇରହୁଛି। ଏପରିକି ପାଖରେ ଥିବା ଜଙ୍ଗଲକୁ ଅନଧିକାର ବ୍ୟବହାର କରୁଥିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନ୍ୟପକ୍ଷରେ ଉକ୍ତ ସ୍ଥାନରେ ବହୁ ପରିମାଣରେ ପଥର ଜମା ହୋଇ ରହିଛି। ତେବେ ଏତେ ପରିମାଣର ପଥର ଜମା ହୋଇ ରହିଥିଲେ ହେଁ ତାହା କେଉଁଠୁ ଆସିଲା ତାହାର ଯାଞ୍ଚ କରାଯାଇ ପରିବେଶ ସୁରକ୍ଷା ଆଇନ ୧୯୮୮ ଅନୁଯାୟୀ କାଯର୍ର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ପ୍ଲାଣ୍ଟର ମ୍ୟାନେଜର ବିରଞ୍ଚତ୍ ବେହେରା କହିଛନ୍ତି, ନିୟମାନୁଯାୟୀ ପ୍ରଦୂଷଣ ବିଭାଗର ଅନୁମତିରେ ପ୍ଲାଣ୍ଟ୍‌ ଚାଲିଛି। ନିଜର ଗୋପାଳପୁର କ୍ୱାରିରୁ ପଥର ଅଣାଯାଉଛି। ଏ ସମ୍ପର୍କରେ ସଦର ରେଞ୍ଜର ବିଜୟ ମହାନ୍ତ କୁହନ୍ତି, ସଂରକ୍ଷିତ ଜଙ୍ଗଲର ୫୦୦ ମିଟରରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ଯଦି ସେଭଳି ସ୍ଥିତି ଆସେ ତେବେ ବନ ବିଭାଗର ଅନୁମତି ନେବା ଜରୁରୀ। ଏଥିରେ ଖିଲାପ ହୋଇଥିଲେ ଯାଞ୍ଚ କରି ପଦକ୍ଷେପ ନିଆଯିବ। ଏ ନେଇ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଛନ୍ତି, ଏହାର ସେ ତଦନ୍ତ କରି କହିପାରିବେ। ସଦର ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri