ମାଡ଼ିଚାଲିଛି ଲମ୍ଫି ଭୂତାଣୁ, ଗୋଚାଷୀ ଭୟଭୀତ

ନିଶ୍ଚିନ୍ତକୋଇଲି,୬।୧(ସ୍ବ.ପ୍ର): କରୋନା ଭଳି ଗୋରୁ ଏବେ ଭାଇରସ ଆକ୍ରାନ୍ତ। ଗୋରୁ ଗାଈଙ୍କ ଦେହରେ ଛୋଟ ଆବୁ ହେବା ପରେ ଏହା ଫାଟି ପାଣି ବାହାରୁଛି। ଫଳରେ ଆକ୍ରାନ୍ତ ଗୋରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକେ ଏହାକୁ ଗୋରୁ ବସନ୍ତ କହୁଥିବାବେଳେ ପ୍ରାଣୀ ଚିକିତ୍ସକମାନେ ଏହାକୁ ଲମ୍ଫି ଭାଇରସ ବୋଲି ବିବେଚନା କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଏହି ଭାଇରସ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି। ଫଳରେ ଗୋପାଳକମାନେ ଭୟଭୀତ ହୋଇଯାଇଛନ୍ତି। କିଏ ଘରୋଇ ଚିକିସତ୍ା କରୁଛି ତ, କିଏ ହୋମିଓପାଥି ଆଉ କିଏ ପ୍ରାଣୀ ଚିକିତ୍ସକଙ୍କ ସହାୟତା ନେଇ ଭାକ୍ସସିନ ଦେଉଛନ୍ତି। ଏସବୁ ସତ୍ତ୍ୱେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି ।
ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାଣୀ ଚିକିତ୍ସକଙ୍କ ଅଧୀନରେ ୩୮ଟି ପଞ୍ଚାୟତ ରହିଛି। ଏହି ବ୍ଲକରେ ମୋଟ ୫୫ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଓ ମଇଁଷି ଆଦି ରହିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ମାତ୍ର ୨୨ ହଜାର ଭ୍ୟାକସିନ ଆସିଛି। ସେଥିରୁ କେବଳ ୧୭ ହଜାର ଭ୍ୟାକସିନ ଦିଆଯାଇଛି। ଆବଶ୍ୟକ କର୍ମଚାରୀ ଏବଂ ଏଲ୍‌ଆଇ ନ ଥିବାରୁ ଠିକ୍‌ ଢଙ୍ଗରେ ସମସ୍ତ ଗୋରୁଙ୍କୁ ଭ୍ୟାକ୍ସସିନ୍‌ ଦିଆଯାଇପାରିନାହିଁ। ଫଳରେ ଏହି ରୋଗ ତାର କାୟା ବିସ୍ତାର କରିଚାଲିଛି। ବ୍ଲକର ବରାଦୋ, ଜିଗ୍ନିପୁର, ନିଶ୍ଚିନ୍ତକୋଇଲି ଏବଂ ନତକାଇ ଆଦି ପଞ୍ଚାୟତରେ ଏହି ରୋଗ ଭୟଙ୍କର ରୂପ ଧାରଣ କରିଛି। ଗୋରୁଙ୍କୁ ଠିକ୍‌ଭାବେ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ ଆଗାମୀ ଦିନରେ ଗୋମଡକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାଣୀ ଚିକିତ୍ସାଳୟଠାରୁ ମାତ୍ର ଅଳ୍ପ ଦୂରରେ ଥିବା ନିଶ୍ଚିନ୍ତକୋଇଲି ଗ୍ରାମର କବିନ୍ଦ୍ର ବାରିକ, ବିଚିତ୍ରାନନ୍ଦ ରାଉତ, ପ୍ରମୋଦ କୁମାର ରାଉତ, ବିଜୟ କୁମାର ରାଉତ, ଅଲେଖ ମଲିକ, ନତକାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକରୂଖି ଗ୍ରାମର ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଲୋକଙ୍କ ଗୋରୁ ଏଭଳି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏହି ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଥିବାରୁ ଗ୍ରାମାଞ୍ଚଳରେ କ୍ୱାକ୍‌ମାନେ ମଧ୍ୟ ଗୋ-ଚାଷୀଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି। ବହୁ ଗୋ ଚାଷୀ ଋଣ କରି ଗୋପାଳନ କରୁଥିବାବେଳେ ଗୋରୁ ବିପଦ ସ୍ଥିତିରେ ପଡ଼ିବାରୁ ସେମାନେ ପ୍ରମାଦ ଗଣିଲେଣି। କେତେଜଣ ଗୋପାଳକ ଗୋରୁଙ୍କ ଆକ୍ରାନ୍ତ ସ୍ଥାନରେ ଅମୃତ ଭଣ୍ଡା ପତ୍ର, ବେଲପତ୍ର, ତୁଳସୀପତ୍ର , ଗୋଲମରିଚ, ଅଦା ,ଗୁଡ ଓ ପାନକୁ ବାଟି ଏକପେଷ୍ଟ ପ୍ରସ୍ତୁତ କରି ୫୦ ରୁ ୧୦୦ଗ୍ରାମ ଲେଖାଏ ଗୋରୁଙ୍କୁ ୨ ବେଳା ଦେବା ସହ ନିମ୍ବ ପତ୍ର ହଳଦୀକୁ ବାଟି ଏକ ପେଷ୍ଟ କୁ ସଂକ୍ରମଣ ସ୍ଥାନରେ ଲେପ ଦେଉଛନ୍ତି।
ଏ ସମ୍ପର୍କରେ ହୋମିଓପ୍ୟାଥି ଚିକିତ୍ସକ ନିରଞ୍ଜନ କର କହିଛନ୍ତି, ବସନ୍ତ ଓ ହାଡଫୁଟି ଭଳି ଗୋରୁଙ୍କ ପାଇଁ ଏହା ଏକ ଭୂତାଣୁ ଜନିତ ରୋଗ।ଏହି ରୋଗର ପ୍ରତିଷେଧକ ଭାବେ ଭାରିଓଲିନିୟମ-୨୦୦ ଓ ଭ୍ୟାକ୍ସିନମ-୨୦୦ ବ୍ୟବହାର କରାଯାଏ। ଦେହରେ ବରକୋଳି ଭଳି ଫଳି ଗଲେ ଥୁଜା-୨୦୦ ଦିଆଯାଏ ବୋଲି ସେ ପ୍ରକାଶ କରିଛନ୍ତି।
ଗୋରୁଙ୍କ ରୋଗ ସମ୍ପର୍କରେ ବ୍ଲକ ଭେଟେନାରୀ ଅଫିସର ତନ୍ମୟ ମହାନ୍ତି କୁହନ୍ତି, କର୍ମଚାରୀ ଅଭାବରୁ ସବୁ ଗୋରୁଙ୍କୁ ଭ୍ୟାକ୍ସସିନ ଦିଆଯାଇପାରିନାହିଁ। ଏହା ଏକ ଚର୍ମ ଜନିତ ରୋଗ ଏଥିରେ କାଜୁଆଲିଟ ହୋଇ ନ ଥାଏ। କିନ୍ତୁ ଗାଈ ଦୁର୍ବଳ ହେବା ସହ ଉତ୍ପାଦନ କମାଇ ଦେଇଥାଏ। ଏହାର ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଗୋରୁଙ୍କ ଲକ୍ଷଣ ଦେଖି ଔଷଧ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?