ମାଡ଼ିଚାଲିଛି ଲମ୍ଫି ଭୂତାଣୁ, ଗୋଚାଷୀ ଭୟଭୀତ

ନିଶ୍ଚିନ୍ତକୋଇଲି,୬।୧(ସ୍ବ.ପ୍ର): କରୋନା ଭଳି ଗୋରୁ ଏବେ ଭାଇରସ ଆକ୍ରାନ୍ତ। ଗୋରୁ ଗାଈଙ୍କ ଦେହରେ ଛୋଟ ଆବୁ ହେବା ପରେ ଏହା ଫାଟି ପାଣି ବାହାରୁଛି। ଫଳରେ ଆକ୍ରାନ୍ତ ଗୋରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକେ ଏହାକୁ ଗୋରୁ ବସନ୍ତ କହୁଥିବାବେଳେ ପ୍ରାଣୀ ଚିକିତ୍ସକମାନେ ଏହାକୁ ଲମ୍ଫି ଭାଇରସ ବୋଲି ବିବେଚନା କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ଏହି ଭାଇରସ ଦ୍ରୁତ ଗତିରେ ସଂକ୍ରମିତ ହେବାରେ ଲାଗିଛି। ଫଳରେ ଗୋପାଳକମାନେ ଭୟଭୀତ ହୋଇଯାଇଛନ୍ତି। କିଏ ଘରୋଇ ଚିକିସତ୍ା କରୁଛି ତ, କିଏ ହୋମିଓପାଥି ଆଉ କିଏ ପ୍ରାଣୀ ଚିକିତ୍ସକଙ୍କ ସହାୟତା ନେଇ ଭାକ୍ସସିନ ଦେଉଛନ୍ତି। ଏସବୁ ସତ୍ତ୍ୱେ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି ।
ନିଶ୍ଚିନ୍ତକୋଇଲି ବ୍ଲକ ପ୍ରାଣୀ ଚିକିତ୍ସକଙ୍କ ଅଧୀନରେ ୩୮ଟି ପଞ୍ଚାୟତ ରହିଛି। ଏହି ବ୍ଲକରେ ମୋଟ ୫୫ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଓ ମଇଁଷି ଆଦି ରହିଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ମାତ୍ର ୨୨ ହଜାର ଭ୍ୟାକସିନ ଆସିଛି। ସେଥିରୁ କେବଳ ୧୭ ହଜାର ଭ୍ୟାକସିନ ଦିଆଯାଇଛି। ଆବଶ୍ୟକ କର୍ମଚାରୀ ଏବଂ ଏଲ୍‌ଆଇ ନ ଥିବାରୁ ଠିକ୍‌ ଢଙ୍ଗରେ ସମସ୍ତ ଗୋରୁଙ୍କୁ ଭ୍ୟାକ୍ସସିନ୍‌ ଦିଆଯାଇପାରିନାହିଁ। ଫଳରେ ଏହି ରୋଗ ତାର କାୟା ବିସ୍ତାର କରିଚାଲିଛି। ବ୍ଲକର ବରାଦୋ, ଜିଗ୍ନିପୁର, ନିଶ୍ଚିନ୍ତକୋଇଲି ଏବଂ ନତକାଇ ଆଦି ପଞ୍ଚାୟତରେ ଏହି ରୋଗ ଭୟଙ୍କର ରୂପ ଧାରଣ କରିଛି। ଗୋରୁଙ୍କୁ ଠିକ୍‌ଭାବେ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ ଆଗାମୀ ଦିନରେ ଗୋମଡକ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାଣୀ ଚିକିତ୍ସାଳୟଠାରୁ ମାତ୍ର ଅଳ୍ପ ଦୂରରେ ଥିବା ନିଶ୍ଚିନ୍ତକୋଇଲି ଗ୍ରାମର କବିନ୍ଦ୍ର ବାରିକ, ବିଚିତ୍ରାନନ୍ଦ ରାଉତ, ପ୍ରମୋଦ କୁମାର ରାଉତ, ବିଜୟ କୁମାର ରାଉତ, ଅଲେଖ ମଲିକ, ନତକାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକରୂଖି ଗ୍ରାମର ସୁରେନ୍ଦ୍ର କୁମାର ସାହୁଙ୍କ ସମେତ ବହୁ ଲୋକଙ୍କ ଗୋରୁ ଏଭଳି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏହି ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଥିବାରୁ ଗ୍ରାମାଞ୍ଚଳରେ କ୍ୱାକ୍‌ମାନେ ମଧ୍ୟ ଗୋ-ଚାଷୀଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି। ବହୁ ଗୋ ଚାଷୀ ଋଣ କରି ଗୋପାଳନ କରୁଥିବାବେଳେ ଗୋରୁ ବିପଦ ସ୍ଥିତିରେ ପଡ଼ିବାରୁ ସେମାନେ ପ୍ରମାଦ ଗଣିଲେଣି। କେତେଜଣ ଗୋପାଳକ ଗୋରୁଙ୍କ ଆକ୍ରାନ୍ତ ସ୍ଥାନରେ ଅମୃତ ଭଣ୍ଡା ପତ୍ର, ବେଲପତ୍ର, ତୁଳସୀପତ୍ର , ଗୋଲମରିଚ, ଅଦା ,ଗୁଡ ଓ ପାନକୁ ବାଟି ଏକପେଷ୍ଟ ପ୍ରସ୍ତୁତ କରି ୫୦ ରୁ ୧୦୦ଗ୍ରାମ ଲେଖାଏ ଗୋରୁଙ୍କୁ ୨ ବେଳା ଦେବା ସହ ନିମ୍ବ ପତ୍ର ହଳଦୀକୁ ବାଟି ଏକ ପେଷ୍ଟ କୁ ସଂକ୍ରମଣ ସ୍ଥାନରେ ଲେପ ଦେଉଛନ୍ତି।
ଏ ସମ୍ପର୍କରେ ହୋମିଓପ୍ୟାଥି ଚିକିତ୍ସକ ନିରଞ୍ଜନ କର କହିଛନ୍ତି, ବସନ୍ତ ଓ ହାଡଫୁଟି ଭଳି ଗୋରୁଙ୍କ ପାଇଁ ଏହା ଏକ ଭୂତାଣୁ ଜନିତ ରୋଗ।ଏହି ରୋଗର ପ୍ରତିଷେଧକ ଭାବେ ଭାରିଓଲିନିୟମ-୨୦୦ ଓ ଭ୍ୟାକ୍ସିନମ-୨୦୦ ବ୍ୟବହାର କରାଯାଏ। ଦେହରେ ବରକୋଳି ଭଳି ଫଳି ଗଲେ ଥୁଜା-୨୦୦ ଦିଆଯାଏ ବୋଲି ସେ ପ୍ରକାଶ କରିଛନ୍ତି।
ଗୋରୁଙ୍କ ରୋଗ ସମ୍ପର୍କରେ ବ୍ଲକ ଭେଟେନାରୀ ଅଫିସର ତନ୍ମୟ ମହାନ୍ତି କୁହନ୍ତି, କର୍ମଚାରୀ ଅଭାବରୁ ସବୁ ଗୋରୁଙ୍କୁ ଭ୍ୟାକ୍ସସିନ ଦିଆଯାଇପାରିନାହିଁ। ଏହା ଏକ ଚର୍ମ ଜନିତ ରୋଗ ଏଥିରେ କାଜୁଆଲିଟ ହୋଇ ନ ଥାଏ। କିନ୍ତୁ ଗାଈ ଦୁର୍ବଳ ହେବା ସହ ଉତ୍ପାଦନ କମାଇ ଦେଇଥାଏ। ଏହାର ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଗୋରୁଙ୍କ ଲକ୍ଷଣ ଦେଖି ଔଷଧ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri