ଭୋଟ ପରିଚୟପତ୍ର ସହ ୭,୫୬,୩୭୪ କରିଛନ୍ତି ଆଧାର ଲିଙ୍କ୍‌

ନବରଙ୍ଗପୁର, ୬।୧(ବି.ପ୍ର.): ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଗୁରୁବାର ନବରଙ୍ଗପୁର ଜିଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ନବରଙ୍ଗପୁର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. କମଳଲୋଚନ ମିଶ୍ର ଏହି ତାଲିକାକୁ ଏବଂ ଏହାର ଡିଜିଟାଲ କପିକୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରିଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ୮, ୧୦,୩୧୮ ଭୋଟର ଅଛନ୍ତି। ଜନସଂଖ୍ୟା ଅନୁପାତରେ ଭୋଟର ସଂଖ୍ୟା ୫୮.୭୪ ପ୍ରତିଶତ। ପ୍ରତି ୧୦୦୦ ପୁରୁଷ ଭୋଟରଙ୍କୁ ମହିଳା ଭୋଟର ସଂଖ୍ୟା ୧୦୧୭ ରହିଛି। ସେହିପରି ୧୮ରୁ ୨୯ ବର୍ଷ ବୟସ ବର୍ଗର ମୋଟ ଭୋଟର ସଂଖ୍ୟା ୨, ୨୨,୩୫୭ ଅର୍ଥାତ୍‌ ମୋଟ ଭୋଟର ସଂଖ୍ୟାର ୨୭.୪୪ ପ୍ରତିଶତ। ସେହିପରି ୪ଟି ନିର୍ବାଚନମଣ୍ଡଳୀରେ ୭,୫୬,୩୭୪ ଭୋଟର ସେମାନଙ୍କ ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ କରିଛନ୍ତି। ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ କରିବା ଆଧାରରେ ନବରଙ୍ଗପୁର ରାଜ୍ୟର ପ୍ରଥମ ସ୍ଥାନରେ ରହିଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ସେହିଭଳି ଯୁବ ବର୍ଗଙ୍କ ସାମିଲରେ ଦ୍ୱିତୀୟ ସ୍ଥାନ, ମହିଳାମାନଙ୍କ ଷଷ୍ଠ ସ୍ଥାନ ଏହିଭଳି ସାମଗ୍ରିକ ଭାବେ ଜିଲା ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲା ସଭାପତି ମୁନ୍ନା ତ୍ରିପାଠୀ, ପରୀ ସାହୁ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ଭାଜପାର ସତ୍ୟବାଦୀ ଷଡ଼ଙ୍ଗୀ, ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଡିଆଇପିଆର୍‌ଓ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?