୧୮ ଏକର ହୋଇଗଲା ଦେଢ଼ ଏକର

କୁନ୍ଦୁରା,୬ା୧(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଡାଙ୍ଗରାପାଲିର ଚାଷୀ ଅଜିତ ଗଣ୍ଡା ଖରିଫ ଋତୁରେ ପଞ୍ଜୀକରଣରେ ହୋଇଥିବା ତ୍ରୁଟି ସୁଧାରିବାକୁ ଗୁରୁବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଚଳିତ ଖରିଫ ଋତୁରେ ୧୮ ଏକର ଜମିରେ ଚାଷ କରିଥିବା ପଞ୍ଜୀକରଣ ବେଳେ ଉଲ୍ଲେଖ କରିଥିବା ବେଳେ ତାଙ୍କର ମାତ୍ର ଦେଢ ଏକର ଜମିରେ ଚାଷ ହୋଇଥିବା ଦର୍ଶାଇ ପଞ୍ଜୀକରଣ କରାଯାଇଛି। ବର୍ତ୍ତମାନ ତାଙ୍କର ଏବଂ ତାଙ୍କ ବାପାଙ୍କ ନାମରେ ୧୯ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିଛି। ଅଜିତଙ୍କ ନାମରେ ୧୩ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ମେସେଜ ଆସିଥିବା ବେଳେ ତାଙ୍କ ବାପାଙ୍କ ନାମରେ ୬ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଏହି ମେସେଜରେ ଉଲ୍ଲେଖ ରହିଛି। ପ୍ରତିବର୍ଷ ବାପପୁଅ ଉଭୟେ ୧୪୦ କୁଇଣ୍ଟାଲ ଧାନ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ସେମାନେ ଶୋଷଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଧାନ ବିକ୍ରି କରିବା ନେଇ ମେସେଜ ପାଇବା ପରେ କୁନ୍ଦୁରା ସମବାୟ ସମିତିକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ସହଯୋଗ କରି ନ ଥିଲେ। ସେ ଜୟପୁର ଡିଆର୍‌ସିଏସ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ମାତ୍ର ସେଠାରେ କାର୍ଯ୍ୟରତ ଶିଶିର ଦାସ ତାଙ୍କୁ ଏଠାରେ କିଛି ଜଣା ପଡ଼ିବନାହିଁ, ତୁମେ ଜିଲା ଯୋଗାଣ ଅଧିକାରୀଙ୍କ ଭେଟି ତୁମ ସମସ୍ୟା ସମ୍ପର୍କରେ ଆଲୋଚନା କର ବୋଲି କହିଥିଲେ। ସେ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ ମୋବାଇଲ ଫୋନରେ ଆସିଥିବା ମେସେଜର କୃଷକ କୋଡ୍‌ ନଂ. ମାଗି ଜିଲା ଯୋଗାଣ ଅଧିକାରୀ ଏଠାରେ ମଧ୍ୟ କିଛି ଜଣାପଡ଼ିବ ନାହିଁ ବୋଲି କହିବାରୁ ସେ ଉପଜିଲାପାଳ ବେଦବର ପ୍ରଧାନଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ସମସ୍ୟା ସମ୍ପର୍କରେ ଜଣାଇଥିବା ଅଜିତ କହିଛନ୍ତି। ଏଥିସହ ତାଙ୍କ ଧାନ ଯଦି ସମବାୟ ସମିତିର ଭୁଲ୍‌ ଯୋଗୁ ବିକ୍ରି ନ ହୁଏ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ପଞ୍ଜୀକରଣ ନିମନ୍ତେ ଚାଷୀ ଦେଉଥିବା କାଗଜପତ୍ରକୁ ନେଇ ସମବାୟ ବିଭାଗର କେତେଜଣ ଅନେକ ଚାଷୀଙ୍କ ଜମିର ପରିମାଣ କମାଇ ଦେଉଥିବା ବେଳେ କେତେଜଣଙ୍କ ନାମ ପଞ୍ଜୀକରଣରୁ ବାଦ୍‌ ଦେଉଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ବ୍ଲକ ଭାଜପା ସଭାପତି ବଦ୍ରିନାରାୟଣ ଆଚାର୍ଯ୍ୟ,ସାଥୀ ସ୍ବେଚ୍ଛାସେବୀ ସଙ୍ଗଠନର ସଭାପତି ଚନ୍ଦ୍ର ଶେଖର ରଥ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?