ଆମ ଜିଲା ଖବର

ପ୍ରତିଭାଙ୍କୁ ମିଳିବ ପ୍ରୋତ୍ସାହନ

ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୨୧ା୧୨: ଆଗକୁ ବଢ଼ିବ ଅନୁଗୋଳ କ୍ରିକେଟ। ପଞ୍ଚାୟତସ୍ତରରୁ ଖୋଜାଯିବେ ଉପଯୁକ୍ତ ପ୍ରତିଭା। ଅଭିଜ୍ଞତା ବଢ଼ାଇବାକୁ ନିୟମିତ ହେବ ବଡ଼ ପ୍ରତିଯୋଗିତାର ଆୟୋଜନ। ଟର୍ଫ ପିଚ୍‌, ସ୍ବତନ୍ତ୍ର କିଟ୍‌, ପ୍ରଶିକ୍ଷଣ, ପ୍ରୋତ୍ସାହନ ବଳରେ ରାଜ୍ୟ ଓ…

ଛ’ଦେଶରେ ପଡୁନାହିଁ ବିକାଶ ଛାଇ

ଢେଙ୍କାନାଳ ଅଫିସ, ୨୧।୧୨: ବିଧାନସଭା କ୍ଷେତ୍ର ପୁନଃ ନିର୍ଦ୍ଧାରଣ ପରେ ଢେଙ୍କାନାଳ ଜିଲାର ଛ’ଦେଶ ଅଞ୍ଚଳକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ନିର୍ବାଚିତ ଜନପ୍ରତିନିଧିମାନେ ପ୍ରଶାସନ ନିକଟରେ ଠିକ୍‌ ଭାବେ ସମସ୍ୟା ଉପସ୍ଥାପନ କରିପାରୁନାହାନ୍ତି। ଫଳରେ ୧୬ ପଞ୍ଚାୟତର ବହୁ ଲକ୍ଷ…

ଭୟରେ ଆବାସିକ ସ୍କୁଲ ଛାଡୁଛନ୍ତି ଛାତ୍ରୀ

ଛତ୍ରପୁର,୨୧ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଛାତ୍ରୀ ରୋଜା ବେହେରାଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରଠାରୁ ଅନ୍ୟ ଛାତ୍ରୀମାନଙ୍କ ସମେତ ସେମାନଙ୍କ ଅଭିଭାବକ ଭୟଭୀତ ହୋଇପଡିଛନ୍ତି। ଦୁଇ ଦିନ ମଧ୍ୟରେ…

ହୁତୁହୁତୁ ହୋଇ ଜଳିଗଲା ବୋଲେରୋ, କାରଣ ଅସ୍ପଷ୍ଟ

ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘର ସମ୍ମୁଖରେ ଛିଡା ହୋଇଥିବା ଏକ ବୋଲେରୋ ନିଆଁ ଲାଗି ଜଳିଯାଇଛି। ଖବରପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଗାଡିଟି ସମ୍ପୂର୍ଣ୍ଣ…

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ବଲାଙ୍ଗୀର ଅଫିସ,୨୧।୧୨: ମମତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଗୋବିନ୍ଦଙ୍କ ପରିବାର ଲୋକେ। ମୃତ ଗୋବିନ୍ଦ ସାହୁଙ୍କ କକା ଶ୍ବଶୁର ମହେନ୍ଦ୍ର ସାହୁ ଓ ଶଳା ଟୁନା…

କଡ଼ା ସୁରକ୍ଷାରେ ଗୋବିନ୍ଦ ସାହୁଙ୍କ ମୃତଦେହ ବ୍ୟବଚ୍ଛେଦ

ବଲାଙ୍ଗୀର ଅଫିସ,୨୧।୧୨: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ସବଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି। ତେବେ ଗୋବିନ୍ଦ ସାହୁଙ୍କ ମୃତଦେହକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗୀର ଭୀମଭୋଇ ମେଡିକାଲ…

ଭିଜିଲାନ୍ସ ହାତରେ ଧରାପଡିଲେ ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ବନବିଭାଗ ରେଞ୍ଜର କେଶବ ମାଝୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର କେସିଙ୍ଗା ସ୍ଥିତ ଘର, କେଗାଁ କାର୍ଯ୍ୟାଳୟ, କ୍ୱାଟରରେ ଓ ବ୍ରାହ୍ମଣୀର ପୈତୃକ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି।…

‘କେହି ଦୁଃଖ ଶୁଣିଲେନି’

ଆନନ୍ଦପୁର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ନ୍ୟାୟ ପାଇଁ ଧାରଣା ଦେଇଥିଲେ। ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବେତିରା ଗ୍ରାମର ଉମାକାନ୍ତ ପଣ୍ଡା। ନ୍ୟାୟ ପାଇଁ ଜିଲାପାଳଙ୍କଠାରୁ ଆରମ୍ଭ…

ପାଣି ପାଇଁ ଡହଳ ବିକଳ

ବାଲେଶ୍ୱର ଅଫିସ, ୨୧।୧୨: ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ଖେଦରପୁର ଓ ନାୟକସାହି ଗ୍ରାମରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଅନୁମୋଦନ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ…

ପରିବେଶକୁ ପ୍ରଦୂଷିତ କରୁଛି ଇଟାଭାଟି ଧୂଆଁ

ପଟ୍ଟାମୁଣ୍ଡାଇ,୨୧ା୧୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟା ବ୍ୟବସାୟ ଚାଲିଛି। ଏପରିକି ସହରର ବିଭିନ୍ନ ଅଞ୍ଚଳରେ ଶତାଧିକ ଭାଟିରେ ଇଟା ପୋଡା ଯାଉଥିବା ଅଭିଯୋଗ ହେଉଛି। ଇଟାଭାଟିରୁ ନିର୍ଗତ ଧୂଅଁାରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଶ୍ୱାସ ଓ…

ଜିଲା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡା ଅଫିସ, ୨୧ା୧୨: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳ ସଙ୍କଟ କେନ୍ଦ୍ରାପଡ଼ା ଜିଲା ପାଇଁ ମହରଗ ହେବ। ଡିସେମ୍ବର ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ…

ନିଆଁରେ ୮୦ ଛେଳି, ୧ ଗାଈ ଜୀବନ୍ତଦଗ୍ଧ

କୁଜଙ୍ଗ,୨୧। ୧୨(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ବଖରା ଜଳିଯାଇଛି। ସେଠାରେ ଥିବା ୮୦ ଛେଳି ସମେତ ଗୋଟିଏ ଗାଈ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ଆଉ ଏକ ଗାଈର ଅବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?