କାର୍ଯ୍ୟକ୍ଷମ ହୋଇପାରୁନି ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ

ମାଲକାନଗିରି, ୩୦ା୧(ଡି.ଏନ.ଏ.):ସରକାର ଜନସାଧାରଣଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେମାନଙ୍କ ସୁବିଧା ପାଇଁ ବହୁ ଅର୍ଥ ବ୍ୟୟ କରି ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରୁଛନ୍ତି। ମାତ୍ର ଅନେକ କାର୍ଯ୍ୟାଳୟ ନିର୍ମାଣ ହେଉଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖଇରପୁଟ ତହସିଲ ଅନ୍ତର୍ଗତ ମାଡକାପଦରରେ। ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କୋଠା ଦୁଇବର୍ଷ ହେଲା କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି। ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ଜମିଜମା, ଜାତିଗତ, ସ୍ଥାୟୀ ବାସିନ୍ଦା ଓ ଅନ୍ୟାନ୍ୟ ରାଜସ୍ବ ପ୍ରମାଣପତ୍ର ସୁବିଧାରେ ପାଇବା ଲାଗି ମାଡକାପଦରରେ ଏହି କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା। ସ୍ଥାନୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଏହା ବର୍ତ୍ତମାନଯାଏ କାର୍ଯ୍ୟକାରୀ ହୋଇନାହିଁ। ଫଳରେ ଲୋକେ ସେମାନଙ୍କ ବିଭିନ୍ନ କାର୍ଯ୍ୟ ଲାଗି ଖର୍ଚ୍ଚାନ୍ତ ହୋଇ ଖଇରପୁଟ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛନ୍ତି। ଏହି ନବନିର୍ମିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଦୁଇଟି ପଞ୍ଚାୟତର ଅନେକ ରାଜସ୍ବ ଗ୍ରାମ ଓ ପଡ଼ାସାହିର ହଜାର ହଜାର ଲୋକ ଅସୁବିଧା ଭୋଗୁଛନ୍ତି। ଅନ୍ୟପକ୍ଷରେ କୋଠା ଚାରିପାଖରେ ଅନାବନା ଗଛ ଉଠି ଜଙ୍ଗଲ ହୋଇଗଲାଣି। କାର୍ଯ୍ୟାଳୟ ନିର୍ମାଣ ହେବାଠାରୁ ଏପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କୁ ଏଠାରେ ଦେଖିବାକୁ ମିଳିନାହିଁ। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ କିଶୋର

କେସିଙ୍ଗା,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କିଶୋର କୁମାର ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ

ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ...

ଅନନ୍ତ ନାୟକ ହେଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

କେନ୍ଦୁଝର,୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୂର୍ବତନ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଭାବେ ନିଯୁକ୍ତି ମିଳିଛି। ଏହାକୁ ନେଇ ଜିଲାରେ ଖୁସିର...

ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ...

ରେଳ ଫାଟକରେ ଅଟକିରହିଲା ଅଟୋ

ନିରାକାରପୁର,୧୪।୩(ଡି.ଏନ୍‌.ଏ.):ବିଭିନ୍ନ ସମୟରେ ଦାୟିତ୍ୱରେ ଥିବା ରେଳ ଫାଟକ ଜଗୁଆଳିଙ୍କ ତ୍ରୁଟି ଯୋଗୁ କେତେବେଳେ ଅଟୋ ତ କେତେବେଳେ କାର୍‌ ଫାଟକ ମଝିରେ ଫସି ରହୁଥିବା ଖବର...

ଜିଲାପାଳଙ୍କ ମିଳିତ ଜନଶୁଣାଣି:୧୧୬ ଅଭିଯୋଗରୁ ୪୪ ତୁରନ୍ତ ସମାଧାନ

ବିଞ୍ଝାରପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ...

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ...

ପିଏମ୍‌ଜିଏସ୍‌ୱାଇ ମହୁ

ଗ୍ରାମାଞ୍ଚଳରେ ଲୋକଙ୍କ ଗମନାଗମନ ଅସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ଆରମ୍ଭ କରିଥିଲେ। ଲୋକେ...

Advertisement
Archives

Model This Week