ବେଆଇନ ଇଟାଭାଟି ପାଇଁ ପ୍ରଦୂଷଣ

ପଟ୍ଟାମୁଣ୍ଡାଇ,୩୦ା୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ବେଆଇନ ଇଟାଭାଟି ବଢି ଚାଲିଛି। ଭାଟିରେ ବ୍ୟବହାର ହେଉଥିବା କାଠ ଓ କୋଇଲାରୁ ଧୂଅଁା ସାଙ୍ଗକୁ ଧୂଳି ଉଡି ପରିବେଶକୁ ପ୍ରଦୂଷିତ କରୁଛି। ଧୂଅଁା ଯୋଗୁ ଶ୍ୱାସରୋଗୀ ଓ ସାଧାରଣ ଲୋକ ରୋଗରେ ପଡୁଛନ୍ତି। ସେମାନେ ନିଃଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପାଉଁଶ ଉଡ଼ି ସବୁଜ ପନିପରିବା ଉପରେ ଆସ୍ତରଣ ପଡିବାରୁ ତାହା ଖାଇବା ଅନୁପଯୋଗୀ ହୋଇ ପଡୁଛି। ଇଟାଭାଟି ମାଲିକମାନେ ମାଟି ପାଇଁ ସରକାରୀ ଶ୍ମଶାନ, ଗୋଚର, ନଦୀକୂଳ, ଅନାବାଦୀ ଆଉ ଖେଳପଡିଆକୁ ଟାର୍ଗେଟ କରିଛନ୍ତି। ସେମାନେ ଅବାଧରେ ଜେସିବି ଲଗାଇ ଟ୍ରାକ୍ଟର ଓ ଟ୍ରକ୍‌ ଯୋଗେ ମାଟି ଖୋଳି ନେଉଛନ୍ତି। ପ୍ରଶାସନିକ ଅଧିକାରୀମାନେ ଦେଖି ନ ଦେଖିଲା ପରି ଚାଲିଯାଉଛନ୍ତି। ଅଭିଯୋଗ କଲେ ତହସିଲ ପ୍ରଶାସନ ଇଟାଭାଟି ମାଲିକଙ୍କୁ ଡକାଇ ମାତ୍ର କେଇ ଟଙ୍କାର ଫାଇନ୍‌ କାଟି ଚୁପ୍‌ ହୋଇ ବସୁଛନ୍ତି। ଲୋକେ ଏହାର ବିରୋଧ କଲେ ମାଲିକମାନେ ଧମକ ଚମକ ଦେବା ସହ ହଇରାଣ କରୁଛନ୍ତି। ସ୍ଥାନୀୟ ଆର୍‌ଆଇ ଓ ତହସିଲଦାର ଗ୍ରାମବାସୀଙ୍କ ଅଭିଯୋଗକୁ ଅଣଦେଖା କରୁଥିବା ନେଇ ଶହେରୁ ଊର୍ଦ୍ଧ୍ୱ ଚାଷୀ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଇଟାଭାଟି ମାଲିକମାନଙ୍କ ରାଜ ଚାଲିଛି। ୭ ବର୍ଷ ହେଲା ସରକାରୀ ଜମିରୁ ମାଟି ଖୋଳା ଚାଲିଛି। ତହସିଲରେ ଥିବା ବଳଭଦ୍ରପୁର ପଞ୍ଚାୟତ ବାଲିପାଟଣା ଗଁାର ପ୍ରାୟ ୨୨ ଏକର ସରକାରୀ ଅନାବାଦୀ ଜମି ଉପରେ ଭାଟି ମାଲିକମାନେ ବେଆଇନ ଭାବେ ମାଟି ଖୋଳି ଇଟା ତିଆରି କରି ଚାଲିଛନ୍ତି। ଏପରିକି ପାଖରେ ବହି ଯାଉଥିବା ବ୍ରାହ୍ମଣୀ ନଦୀ ପଠାରେ ମଧ୍ୟ ମୁନାଫାଖୋର ଭାଟି ମାଲିକମାନେ ନଦୀ ଭିତରେ ବେଆଇନ ଭାବେ ଇଟା ତିଆରି କରି ପୋଡୁଛନ୍ତି। ବଳଭଦ୍ରପୁର ପଞ୍ଚାୟତର ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ବ୍ରାହ୍ମଣୀ ନଦୀ ଏହି ଗ୍ରାମ ପାଖରେ ପ୍ରବାହିତ ହେଉଥିବାରୁ ପନିପରିବା ଚାଷ ବହୁଳ ମାତ୍ରାରେ ହୁଏ। ମାତ୍ର ଇଟା ଧୂଆଁରେ ସେ ସବୁ ନଷ୍ଟ ହେବା ସହ ଗ୍ରାମର ପରିବେଶ ପ୍ରଦୂଷିତ ହୋଇ ଲୋକେ ବିଭିନ୍ନ ରୋଗରେ ପଡ଼ୁଛନ୍ତି। ଏ ନେଇ ବାଲିପାଟଣା ଗଁାର ବିଘ୍ନେଶ୍ୱର ସ୍ବାଇଁ, ବିକାଶ ସ୍ବାଇଁ, ସୁଶୀଲ ସ୍ବାଇଁ, ଶଙ୍କର ପରିଡ଼ା, ପତିତପାବନ ପରିଡା, ଅଶ୍ୱିନୀ ପରିଡା, ଶିବ ପ୍ରସାଦ ପରିଡା, ଦାମୋଦର ପରିଡା, ପ୍ରଫୁଲ୍ଲ ବଳ, ରଞ୍ଜନ ସ୍ବାଇଁ, ଶୁକଦେବ ସ୍ବାଇଁ, ନିଶିଧର ବଳ, ବସନ୍ତ ବଳ, ରାଜେଶ ବଳ, ନୃସିଂହ ବଳ ସମେତ ୧୧୪ ଜଣ ଜିଲାପାଳ ଅମୃତ ଋତୁରାଜଙ୍କୁ ଅଭିଯୋଗ କରିଛନ୍ତି। ଦୋଷୀ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ଭାବେ ପୋଡ଼ା ଯାଉଥିବା ଇଟାଭାଟି ଉପରେ ଚଢାଉ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ବୁଲି ବୁଲି ତନଖି କରୁଛନ୍ତି। ବେଆଇନ ଭାବେ ଇଟା ପୋଡୁଥିବା ଭାଟି ମାଲିକ ଖସିଯାଇ ପାରିବେ ନାହିଁ ବୋଲି ସେ କହିଛନ୍ତି। ତହସିଲ ସୂତ୍ରରୁ ଜଣାପଡ଼ିଛି, ୨୦୨୦-୨୧ ଆର୍ଥତ୍କ ବର୍ଷରେ ଇଟାଭାଟି ମାଲିକଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଥିଲା। ୨୦୨୧-୨୨ ଆର୍ଥତ୍କ ବର୍ଷରେ ୪ ଲକ୍ଷ ୭୦ ହଜାର ରାଜସ୍ବ ଆଦାୟ ହୋଇଛି। ତେବେ ଚଳିତବର୍ଷରେ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୩୬ଟି ସ୍ଥାନରେ ଇଟା ତିଆରି ହେଉଥିବା ଜଣାପଡିଛି। ହେଲେ ଇଟା ଭାଟି ମାଲିକଙ୍କଠାରୁ କେତେ ରାଜସ୍ବ ଆଦାୟ ହେଉଛି ତାହା ଦେଖିବାକୁ ବାକି ରହିଲା। ଅନ୍ୟପକ୍ଷରେ ଇଟାଭାଟି ଧୂଆଁରେ ବାୟୁ ପ୍ରଦୂଷଣ ବଢୁଛି। ତେଣୁ ପୋଡା ନାଲିଇଟା ବଦଳରେ ଆଶ୍‌ ଇଟା ବ୍ୟବହାର କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ହେଲେ ଏହି ନିୟମକୁ କେହି ମାନୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri