ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ସାଜିଥିଲେ। ଏଥିରେ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ୧୯୨୧ ମାର୍ଚ୍ଚ ୨୩ରୁ ମହାତ୍ମା ଗାନ୍ଧୀ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ସ୍ଥିତି ପରଖିବା ନିମନ୍ତେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ସମୟରେ ମାର୍ଚ୍ଚ ୨୭,୨୮ ଓ ୨୯ ତିନିଦିନ ବ୍ରହ୍ମପୁର ସହରରେ ଅବସ୍ଥାନ କରିବା ସହ ଜିଲାର ତତ୍କାଳୀନ ରାଜନୈତିକ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ତତ୍କାଳୀନ ବରିଷ୍ଠ ଆଇନଜୀବୀ ତଥା ସ୍ବାଧୀନତା ସଂଗ୍ରାମୀ ମଧୁସୂଦନ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମୁଖ୍ୟ ଟାଉନ ହଲ୍‌ ରୋଡ ସ୍ଥିତ ବାସଭବନ ମଧୁମନ୍ଦିରରେ ରହିଥିଲେ। ଏହି ସୁନ୍ଦର ଅଟ୍ଟାଳିକା ସମ୍ମୁଖରେ ଥିବା ବିସ୍ତୃତ ଖୋଲାସ୍ଥାନରେ କର୍ମୀଙ୍କୁ ଉଦ୍‌ବୋଧନ ଦେବା ଓ ବୈଠକ ନିମନ୍ତେ ସ୍ଥାନ ଉପଯୁକ୍ତ ହୋଇଥିବାରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ରଥଙ୍କ ଅନୁରୋଧ କ୍ରମେ ଗାନ୍ଧୀ ମଧୁମନ୍ଦିରରେ ରହିଥିଲେ। ସେ ସମୟରେ ମଧୁସୂଦନଙ୍କ ମଧୁମନ୍ଦିର ସହରର ଏକମାତ୍ର ଓଡ଼ିଆଙ୍କ ବାସଭବନ ଭାବେ ମୁଖ୍ୟ ରାସ୍ତାରେ ନିର୍ମିତ ହୋଇଥିଲା। ଗାନ୍ଧୀଙ୍କ ସହ ଓଡ଼ିଶା ଗସ୍ତରେ ଆସିଥିବା କେତେଜଣ ଜାତୀୟସ୍ତରୀୟ ନେତା ମଧ୍ୟ ମଧୁମନ୍ଦିରରେ ରହିଥିଲେ।
ତିନି ଦିନର ରହଣି ମଧ୍ୟରେ ଗାନ୍ଧିଜୀ ବ୍ରହ୍ମପୁର ସହରର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଷ୍ଟ୍ରପତି ଭିଭି ଗିରି, ବିଶିଷ୍ଟ ଆଇନଜୀବୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ଖଲ୍ଲିିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଲଲାମୋହନ ପଟ୍ଟନାୟକ(ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ବାଚସ୍ପତି) ପ୍ରମୁଖଙ୍କ ସହ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ବାଧୀନତା ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ।
ଏହି ୩ ଦିନ ମଧ୍ୟରେ ଜିଲାର ବହୁ ନେତା ଯୋଗ ଦେଇଥିଲେ। ମଧୁମନ୍ଦିରର ଐତିହାସିକ ମୂଲ୍ୟବୋଧ ଓ ଗୌରବକୁ ବୁଝିବା ସହ ଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତକୁ ମନେରଖିବା ନିମନ୍ତେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୨୧ରେ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଗାନ୍ଧୀଙ୍କ ନାମରେ କେତେକ ଲଫାପା ପ୍ରକାଶିତ ହୋଇଥିଲେ। ସେଥିରେ ମଧୁମନ୍ଦିର ଫଟୋ ସ୍ଥାନ ପାଇଛି। ଯାହା ବ୍ରହ୍ମପୁରବାସୀଙ୍କ ନିମନ୍ତେ ଗୌରବର ବିଷୟ। ବର୍ତ୍ତମାନ ଏହି ମଧୁମନ୍ଦିରରେ ମଧୁସୂଦନ ପାଣିଗ୍ରାହୀଙ୍କ ପୁତ୍ର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ପାଣିଗ୍ରାହୀ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri