ଗାନ୍ଧୀଙ୍କ ସ୍ମୃତି ବହନ କରୁଛି ମଧୁମନ୍ଦିର

ବ୍ରହ୍ମପୁର ଅଫିସ,୩୦।୧:୧୯୨୦ରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ ଗଠିତ ହୋଇଥିଲା। ଏହାପରେ ୧୯୨୧ରେ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାରେ ପଣ୍ଡିତ ଗୋପବନ୍ଧୁ ଦାସ ସ୍ବାଧୀନତା ସଂଗ୍ରାମର ମୁଖ୍ୟ ପୁରୋଧା ସାଜିଥିଲେ। ଏଥିରେ ଗୋପବନ୍ଧୁଙ୍କ ଅନୁରୋଧ କ୍ରମେ ୧୯୨୧ ମାର୍ଚ୍ଚ ୨୩ରୁ ମହାତ୍ମା ଗାନ୍ଧୀ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ସ୍ଥିତି ପରଖିବା ନିମନ୍ତେ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ସମୟରେ ମାର୍ଚ୍ଚ ୨୭,୨୮ ଓ ୨୯ ତିନିଦିନ ବ୍ରହ୍ମପୁର ସହରରେ ଅବସ୍ଥାନ କରିବା ସହ ଜିଲାର ତତ୍କାଳୀନ ରାଜନୈତିକ ସ୍ଥିତି ସମୀକ୍ଷା କରିଥିଲେ। ଏହି ଅବସରରେ ତତ୍କାଳୀନ ବରିଷ୍ଠ ଆଇନଜୀବୀ ତଥା ସ୍ବାଧୀନତା ସଂଗ୍ରାମୀ ମଧୁସୂଦନ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମୁଖ୍ୟ ଟାଉନ ହଲ୍‌ ରୋଡ ସ୍ଥିତ ବାସଭବନ ମଧୁମନ୍ଦିରରେ ରହିଥିଲେ। ଏହି ସୁନ୍ଦର ଅଟ୍ଟାଳିକା ସମ୍ମୁଖରେ ଥିବା ବିସ୍ତୃତ ଖୋଲାସ୍ଥାନରେ କର୍ମୀଙ୍କୁ ଉଦ୍‌ବୋଧନ ଦେବା ଓ ବୈଠକ ନିମନ୍ତେ ସ୍ଥାନ ଉପଯୁକ୍ତ ହୋଇଥିବାରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶଶିଭୂଷଣ ରଥଙ୍କ ଅନୁରୋଧ କ୍ରମେ ଗାନ୍ଧୀ ମଧୁମନ୍ଦିରରେ ରହିଥିଲେ। ସେ ସମୟରେ ମଧୁସୂଦନଙ୍କ ମଧୁମନ୍ଦିର ସହରର ଏକମାତ୍ର ଓଡ଼ିଆଙ୍କ ବାସଭବନ ଭାବେ ମୁଖ୍ୟ ରାସ୍ତାରେ ନିର୍ମିତ ହୋଇଥିଲା। ଗାନ୍ଧୀଙ୍କ ସହ ଓଡ଼ିଶା ଗସ୍ତରେ ଆସିଥିବା କେତେଜଣ ଜାତୀୟସ୍ତରୀୟ ନେତା ମଧ୍ୟ ମଧୁମନ୍ଦିରରେ ରହିଥିଲେ।
ତିନି ଦିନର ରହଣି ମଧ୍ୟରେ ଗାନ୍ଧିଜୀ ବ୍ରହ୍ମପୁର ସହରର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଷ୍ଟ୍ରପତି ଭିଭି ଗିରି, ବିଶିଷ୍ଟ ଆଇନଜୀବୀ ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ଖଲ୍ଲିିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଲଲାମୋହନ ପଟ୍ଟନାୟକ(ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରଥମ ବାଚସ୍ପତି) ପ୍ରମୁଖଙ୍କ ସହ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସ୍ବାଧୀନତା ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ।
ଏହି ୩ ଦିନ ମଧ୍ୟରେ ଜିଲାର ବହୁ ନେତା ଯୋଗ ଦେଇଥିଲେ। ମଧୁମନ୍ଦିରର ଐତିହାସିକ ମୂଲ୍ୟବୋଧ ଓ ଗୌରବକୁ ବୁଝିବା ସହ ଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତକୁ ମନେରଖିବା ନିମନ୍ତେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ବର୍ଷ ପୂର୍ତ୍ତି ଅବସରରେ ୨୦୨୧ରେ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଗାନ୍ଧୀଙ୍କ ନାମରେ କେତେକ ଲଫାପା ପ୍ରକାଶିତ ହୋଇଥିଲେ। ସେଥିରେ ମଧୁମନ୍ଦିର ଫଟୋ ସ୍ଥାନ ପାଇଛି। ଯାହା ବ୍ରହ୍ମପୁରବାସୀଙ୍କ ନିମନ୍ତେ ଗୌରବର ବିଷୟ। ବର୍ତ୍ତମାନ ଏହି ମଧୁମନ୍ଦିରରେ ମଧୁସୂଦନ ପାଣିଗ୍ରାହୀଙ୍କ ପୁତ୍ର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ରନାଥ ପାଣିଗ୍ରାହୀ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri