‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’

ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ଦିନ ଥିଲା କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। କାଠରେ କଣ୍ଢେଇ ତିଆରି କରନ୍ତି ମାଗୁଣି। ଗଁାକୁ ଗଁା ବୁଲି ପୌରାଣିକ ଓ ଧାର୍ମିକ ବିଷୟବସ୍ତୁକୁ ଆଧାର କରି କଣ୍ଢେଇ ନାଚ ପରିବେଷଣ କରି ସେ ବେଶ୍‌ ଲୋକାଦୃତ ହୋଇପାରିଛନ୍ତି। ବର୍ତ୍ତମାନ କଣ୍ଢେଇ ନାଚର ଆଦର କମିଛି। କଳାକାର ମଧ୍ୟ ଅସହାୟ ଭାବେ କାଳାତିପାତ କରୁଛନ୍ତି। ୮୬ ବର୍ଷ ବୟସରେ ଏହି କଳାର ପ୍ରଚାର ପ୍ରସାର ପାଇଁ ସଂଘର୍ଷ ଜାରି ରଖିଛନ୍ତି ମାଗୁଣି। ପଦ୍ମଶ୍ରୀ ଭଳି ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ମାଗୁଣିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…।

ପୁରସ୍କାର ଘୋଷଣା ପରେ ଆପଣ କ’ଣ ଅନୁଭବ କଲେ?
ସମସ୍ତେ କହୁଥିଲେ ପଦ୍ମଶ୍ରୀ ପାଇଁ ଆବେଦନ କରିବାକୁ। ମାତ୍ର ସୁର ଦାସ କହିଛନ୍ତି, ମାଗିବା ଅପେକ୍ଷା ମରିବା ଭଲ। ଯାହା ହେଉ ନାମ ଘୋଷଣା ହେଲା। ଏଣୁ ବହୁତ ଖୁସି।
ଏବଂ କିପରି ଏହି କଳାକୁ ଆପଣାଇଲେ?
୧୫ ବର୍ଷ ବୟସରୁ କାଠରେ କଣ୍ଢେଇ ତିଆରି କରି ଖେଳୁଥିଲି। ସେତେବେଳେ ତାଙ୍କଠାରୁ କଣ୍ଢେଇ କିଣି ସେ ସମୟର କଳାକାର ମକରଧ୍ୱଜ ଝରା ନାଚ କରୁଥିଲେ। ତାଙ୍କ ପ୍ରେରଣାରେ ସେ କଣ୍ଢେଇ ନୃତ୍ୟକୁ ଆଗେଇ ଆଣିଛନ୍ତି। ସେ ହେଉଛନ୍ତି ମୋ ଗୁରୁ। ମୋ ପାଖରେ ଗୀତ ଗାଇବା, ନୃତ୍ୟ କରିବା, ବାଜା ବଜାଇବା ପ୍ରଭୃତି ସବୁ କିଛି ଜ୍ଞାନ ରହିଛି କହି ସେ ମୋତେ ଏହି କଳା ପ୍ରତି ଆକୃଷ୍ଟ କରାଇଥିଲେ ।
ନାଚକୁ ବଞ୍ଚାଇବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ?
ସେତେବେଳେ ମାଗଣାରେ କଣ୍ଢେଇ ନୃତ୍ୟ ଶିଖିଥିଲି। ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। କଣ୍ଢେଇ ନାଚ ପାଇଁ ସଉକରେ କିଣି ବର୍ଷେ ଚଢ଼ିଥିବା ଏକ ବାଇକ୍‌କୁ ବିକିବାକୁ ପଡ଼ିଥିଲା। ସେହିପରି ସାଇକେଲ, ଘଣ୍ଟା, ପେଟ୍ରୋମାକ୍ସ ଲାଇଟ ଆଦି ବିକିବାକୁ ପଡ଼ିଛି। ଏପରିକି ସ୍ତ୍ରୀ ସୁନାଗହଣା ବିକିବାକୁ ବାଧ୍ୟ ହୋଇଥିଲି। କଳା ପାଇଁ ପିଲାଙ୍କୁ ପାଠ ପଢ଼ାଇପାରିଲି ନାହିଁ ବୋଲି କୁହନ୍ତି। ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ ନାମରେ ଏକ ସଂଗଠନ ଗଢ଼ି କଣ୍ଢେଇ ନୃତ୍ୟକୁ ଆଗକୁ ନେବାକୁ ପ୍ରୟାସ କରିଛି। ଗାଁଗଣ୍ଡାରେ ଏହାର ଆଦର ମଧ୍ୟ ବଢ଼ିଥିଲା। ଟିକେଟ ୬ ପଇସାରୁ ଆରମ୍ଭ ହୋଇ ୧୦ ଟଙ୍କାରେ ପହଞ୍ଚତ୍ଲା। ପରେ ଟିଭି, ସିନେମା, ଅପେରା ଆଦିର ବହୁଳ ପ୍ରସାର ଓ ବ୍ୟବସାୟୀକରଣ ଯୋଗୁ କଣ୍ଢେଇ ନାଚ ପ୍ରତି ଲୋକଙ୍କ ଆଦର କମିବାକୁ ଲାଗିଲା। ତଥାପି ସେ ସମୟରେ କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମେ। ଏପରିକି ଅପେରା ପାର୍ଟିମାନେ ରାତି ୧୦ଟା ପରେ କଣ୍ଢେଇ ନାଚ ନ କରିବାକୁ ଅନୁରୋଧ କରୁଥିଲେ।
ନାଚକୁ ବଞ୍ଚାଇବାକୁ ହେଲେ କ’ଣ କରାଯାଇପାରିବ ବୋଲି ସରକାରଙ୍କୁ ପରାମର୍ଶ ଦେବେ ?
କେବଳ ମାନପତ୍ର, ଉତ୍ତରୀୟ ଦେଇଦେଲେ କ’ଣ କଣ୍ଢେଇ ନାଚ ପାର୍ଟି ବଞ୍ଚତ୍ବ। ରାଜା, ମହାରାଜା ଏହାର ପ୍ରଚାର ପ୍ରସାର ପାଇଁ ସହଯୋଗ କରୁଥିଲେ। ଜମିବାଡ଼ି ଦେଇ ନାଚକୁ ବଞ୍ଚାଇ ରଖିଥିଲେ। କିନ୍ତୁ ସରକାର ଆର୍ଥିକ ସହାୟତା ଦୂରର କଥା କପଡ଼ାଟିଏ ମଧ୍ୟ ଦେଉନାହାନ୍ତି। ଅର୍ଥାଭାବ ଯୋଗୁ ଆଧୁନିକ ବାଜା କିମ୍ବା ଷ୍ଟେଜ ପାଇଁ ରଙ୍ଗିନ ଲାଇଟ, କପଡ଼ା କିଣିପାରୁନାହିଁ। ୧୫୦ଟଙ୍କାର ବାଜା ଏବେ ୫ ହଜାର ଟଙ୍କା ଦର ହେଲାଣି। ଏଣୁ କଳାକୁ ଧରି ବଞ୍ଚତ୍ବାକୁ ଯୁବପିଢ଼ି ଆଗକୁ ଆସୁନାହାନ୍ତି। ବିରଳ କାଠିକଣ୍ଢେଇ ନୃତ୍ୟ ନଷ୍ଟ ହେବାକୁ ବସୁଛି। ସରକାର ଆର୍ଥିକ ପ୍ରୋତ୍ସାହନ ଦେଲେ ପାର୍ଟି ବଞ୍ଚତ୍ବ। କାଠକଣ୍ଢେଇ ମୁହଁରେ ପୁଣି ହସ ଫୁଟିବ। ସେ କରୁଥିବା ଗବେଷଣାକୁ ଆଗକୁ ନେଇ ପାରିବେ ବୋଲି କହିଥିଲେ।
ପରପିଢ଼ି ତଥା ଭବିଷ୍ୟତ ଯୁବପିଢ଼ି ଏହାକୁ କିପରି ଆପଣାଇବେ?
ଆମେ ବିନା ପଇସାରେ ଶିଖିଥିଲୁ। ଆଜିକାଲି ମାଗଣାରେ କିଏ ଶିଖିବ। ମୁଁ ମୋ ଜୀବନରେ କିଛି କରିପାରିଲି ନାହିଁ। ଏଣୁ ପିଲାମାନଙ୍କୁ କିପରି କହିବି ଏହି କଳାକୁ ଆଦରିବା ପାଇଁ। ମୁଁ ମୂର୍ତ୍ତି ଗଢ଼ି, କଣ୍ଢେଇ ତିଆରି କରି ପରିବାର ସହିତ ଏହି କଳାକୁ ବହୁ କଷ୍ଟରେ ବଞ୍ଚାଇ ରଖିଛି। ଯୁବ କଳାକାରଙ୍କୁ ଭତ୍ତାର ବ୍ୟବସ୍ଥା କରିବା ସହ ତାଲିମ କେନ୍ଦ୍ର, ଏକାଡେମୀ ଖୋଲିବା ସହିତ ଆର୍ଥିକ ସହାୟତା ଦେବା ଜରୁରୀ।
ନୃତ୍ୟକୁ ନେଇ କ’ଣ ଆଭିମୁଖ୍ୟ ରହିଥିଲା ?
କଣ୍ଡେଇ ନାଚ କରିବାକୁ ଗଲେ ଗଁା ମୁଣ୍ଡରୁ ଶୋଭାଯାତ୍ରାରେ ପାଛୋଟି ନେଉଥିଲେ। ବହୁତ ଆଦର ମିଳୁଥିଲା। ହଳଦୀ ପାଣିରେ ଗୋଡ଼ ଧୋଇ ସ୍ବାଗତ କରୁଥିଲେ। କିନ୍ତୁ ଆଜି ସେଭଳି ଆଦର ସମ୍ମାନ ମିଳୁନାହିଁ। ବିଶେଷ କରି ରାମାୟଣ, ମହାଭାରତ, କୃଷ୍ଣଲୀଳା, ରାଜା ହରିଶ୍ଚନ୍ଦ୍ର, ନୀଳମାଧବ ଭଳି ପୌରାଣିକ ଓ ଧାର୍ମିକ ବିଷୟବସ୍ତୁକୁ ନେଇ କଣ୍ଢେଇ ନାଚ ପରିବେଷଣ କରାଯାଇଥାଏ।

ସାକ୍ଷାତ: ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri