‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’

ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ଦିନ ଥିଲା କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। କାଠରେ କଣ୍ଢେଇ ତିଆରି କରନ୍ତି ମାଗୁଣି। ଗଁାକୁ ଗଁା ବୁଲି ପୌରାଣିକ ଓ ଧାର୍ମିକ ବିଷୟବସ୍ତୁକୁ ଆଧାର କରି କଣ୍ଢେଇ ନାଚ ପରିବେଷଣ କରି ସେ ବେଶ୍‌ ଲୋକାଦୃତ ହୋଇପାରିଛନ୍ତି। ବର୍ତ୍ତମାନ କଣ୍ଢେଇ ନାଚର ଆଦର କମିଛି। କଳାକାର ମଧ୍ୟ ଅସହାୟ ଭାବେ କାଳାତିପାତ କରୁଛନ୍ତି। ୮୬ ବର୍ଷ ବୟସରେ ଏହି କଳାର ପ୍ରଚାର ପ୍ରସାର ପାଇଁ ସଂଘର୍ଷ ଜାରି ରଖିଛନ୍ତି ମାଗୁଣି। ପଦ୍ମଶ୍ରୀ ଭଳି ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ମାଗୁଣିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତକାର…।

ପୁରସ୍କାର ଘୋଷଣା ପରେ ଆପଣ କ’ଣ ଅନୁଭବ କଲେ?
ସମସ୍ତେ କହୁଥିଲେ ପଦ୍ମଶ୍ରୀ ପାଇଁ ଆବେଦନ କରିବାକୁ। ମାତ୍ର ସୁର ଦାସ କହିଛନ୍ତି, ମାଗିବା ଅପେକ୍ଷା ମରିବା ଭଲ। ଯାହା ହେଉ ନାମ ଘୋଷଣା ହେଲା। ଏଣୁ ବହୁତ ଖୁସି।
ଏବଂ କିପରି ଏହି କଳାକୁ ଆପଣାଇଲେ?
୧୫ ବର୍ଷ ବୟସରୁ କାଠରେ କଣ୍ଢେଇ ତିଆରି କରି ଖେଳୁଥିଲି। ସେତେବେଳେ ତାଙ୍କଠାରୁ କଣ୍ଢେଇ କିଣି ସେ ସମୟର କଳାକାର ମକରଧ୍ୱଜ ଝରା ନାଚ କରୁଥିଲେ। ତାଙ୍କ ପ୍ରେରଣାରେ ସେ କଣ୍ଢେଇ ନୃତ୍ୟକୁ ଆଗେଇ ଆଣିଛନ୍ତି। ସେ ହେଉଛନ୍ତି ମୋ ଗୁରୁ। ମୋ ପାଖରେ ଗୀତ ଗାଇବା, ନୃତ୍ୟ କରିବା, ବାଜା ବଜାଇବା ପ୍ରଭୃତି ସବୁ କିଛି ଜ୍ଞାନ ରହିଛି କହି ସେ ମୋତେ ଏହି କଳା ପ୍ରତି ଆକୃଷ୍ଟ କରାଇଥିଲେ ।
ନାଚକୁ ବଞ୍ଚାଇବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ?
ସେତେବେଳେ ମାଗଣାରେ କଣ୍ଢେଇ ନୃତ୍ୟ ଶିଖିଥିଲି। ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। କଣ୍ଢେଇ ନାଚ ପାଇଁ ସଉକରେ କିଣି ବର୍ଷେ ଚଢ଼ିଥିବା ଏକ ବାଇକ୍‌କୁ ବିକିବାକୁ ପଡ଼ିଥିଲା। ସେହିପରି ସାଇକେଲ, ଘଣ୍ଟା, ପେଟ୍ରୋମାକ୍ସ ଲାଇଟ ଆଦି ବିକିବାକୁ ପଡ଼ିଛି। ଏପରିକି ସ୍ତ୍ରୀ ସୁନାଗହଣା ବିକିବାକୁ ବାଧ୍ୟ ହୋଇଥିଲି। କଳା ପାଇଁ ପିଲାଙ୍କୁ ପାଠ ପଢ଼ାଇପାରିଲି ନାହିଁ ବୋଲି କୁହନ୍ତି। ଉତ୍କଳ ବିଶ୍ୱକର୍ମା କଳାକୁଞ୍ଜ ନାମରେ ଏକ ସଂଗଠନ ଗଢ଼ି କଣ୍ଢେଇ ନୃତ୍ୟକୁ ଆଗକୁ ନେବାକୁ ପ୍ରୟାସ କରିଛି। ଗାଁଗଣ୍ଡାରେ ଏହାର ଆଦର ମଧ୍ୟ ବଢ଼ିଥିଲା। ଟିକେଟ ୬ ପଇସାରୁ ଆରମ୍ଭ ହୋଇ ୧୦ ଟଙ୍କାରେ ପହଞ୍ଚତ୍ଲା। ପରେ ଟିଭି, ସିନେମା, ଅପେରା ଆଦିର ବହୁଳ ପ୍ରସାର ଓ ବ୍ୟବସାୟୀକରଣ ଯୋଗୁ କଣ୍ଢେଇ ନାଚ ପ୍ରତି ଲୋକଙ୍କ ଆଦର କମିବାକୁ ଲାଗିଲା। ତଥାପି ସେ ସମୟରେ କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମେ। ଏପରିକି ଅପେରା ପାର୍ଟିମାନେ ରାତି ୧୦ଟା ପରେ କଣ୍ଢେଇ ନାଚ ନ କରିବାକୁ ଅନୁରୋଧ କରୁଥିଲେ।
ନାଚକୁ ବଞ୍ଚାଇବାକୁ ହେଲେ କ’ଣ କରାଯାଇପାରିବ ବୋଲି ସରକାରଙ୍କୁ ପରାମର୍ଶ ଦେବେ ?
କେବଳ ମାନପତ୍ର, ଉତ୍ତରୀୟ ଦେଇଦେଲେ କ’ଣ କଣ୍ଢେଇ ନାଚ ପାର୍ଟି ବଞ୍ଚତ୍ବ। ରାଜା, ମହାରାଜା ଏହାର ପ୍ରଚାର ପ୍ରସାର ପାଇଁ ସହଯୋଗ କରୁଥିଲେ। ଜମିବାଡ଼ି ଦେଇ ନାଚକୁ ବଞ୍ଚାଇ ରଖିଥିଲେ। କିନ୍ତୁ ସରକାର ଆର୍ଥିକ ସହାୟତା ଦୂରର କଥା କପଡ଼ାଟିଏ ମଧ୍ୟ ଦେଉନାହାନ୍ତି। ଅର୍ଥାଭାବ ଯୋଗୁ ଆଧୁନିକ ବାଜା କିମ୍ବା ଷ୍ଟେଜ ପାଇଁ ରଙ୍ଗିନ ଲାଇଟ, କପଡ଼ା କିଣିପାରୁନାହିଁ। ୧୫୦ଟଙ୍କାର ବାଜା ଏବେ ୫ ହଜାର ଟଙ୍କା ଦର ହେଲାଣି। ଏଣୁ କଳାକୁ ଧରି ବଞ୍ଚତ୍ବାକୁ ଯୁବପିଢ଼ି ଆଗକୁ ଆସୁନାହାନ୍ତି। ବିରଳ କାଠିକଣ୍ଢେଇ ନୃତ୍ୟ ନଷ୍ଟ ହେବାକୁ ବସୁଛି। ସରକାର ଆର୍ଥିକ ପ୍ରୋତ୍ସାହନ ଦେଲେ ପାର୍ଟି ବଞ୍ଚତ୍ବ। କାଠକଣ୍ଢେଇ ମୁହଁରେ ପୁଣି ହସ ଫୁଟିବ। ସେ କରୁଥିବା ଗବେଷଣାକୁ ଆଗକୁ ନେଇ ପାରିବେ ବୋଲି କହିଥିଲେ।
ପରପିଢ଼ି ତଥା ଭବିଷ୍ୟତ ଯୁବପିଢ଼ି ଏହାକୁ କିପରି ଆପଣାଇବେ?
ଆମେ ବିନା ପଇସାରେ ଶିଖିଥିଲୁ। ଆଜିକାଲି ମାଗଣାରେ କିଏ ଶିଖିବ। ମୁଁ ମୋ ଜୀବନରେ କିଛି କରିପାରିଲି ନାହିଁ। ଏଣୁ ପିଲାମାନଙ୍କୁ କିପରି କହିବି ଏହି କଳାକୁ ଆଦରିବା ପାଇଁ। ମୁଁ ମୂର୍ତ୍ତି ଗଢ଼ି, କଣ୍ଢେଇ ତିଆରି କରି ପରିବାର ସହିତ ଏହି କଳାକୁ ବହୁ କଷ୍ଟରେ ବଞ୍ଚାଇ ରଖିଛି। ଯୁବ କଳାକାରଙ୍କୁ ଭତ୍ତାର ବ୍ୟବସ୍ଥା କରିବା ସହ ତାଲିମ କେନ୍ଦ୍ର, ଏକାଡେମୀ ଖୋଲିବା ସହିତ ଆର୍ଥିକ ସହାୟତା ଦେବା ଜରୁରୀ।
ନୃତ୍ୟକୁ ନେଇ କ’ଣ ଆଭିମୁଖ୍ୟ ରହିଥିଲା ?
କଣ୍ଡେଇ ନାଚ କରିବାକୁ ଗଲେ ଗଁା ମୁଣ୍ଡରୁ ଶୋଭାଯାତ୍ରାରେ ପାଛୋଟି ନେଉଥିଲେ। ବହୁତ ଆଦର ମିଳୁଥିଲା। ହଳଦୀ ପାଣିରେ ଗୋଡ଼ ଧୋଇ ସ୍ବାଗତ କରୁଥିଲେ। କିନ୍ତୁ ଆଜି ସେଭଳି ଆଦର ସମ୍ମାନ ମିଳୁନାହିଁ। ବିଶେଷ କରି ରାମାୟଣ, ମହାଭାରତ, କୃଷ୍ଣଲୀଳା, ରାଜା ହରିଶ୍ଚନ୍ଦ୍ର, ନୀଳମାଧବ ଭଳି ପୌରାଣିକ ଓ ଧାର୍ମିକ ବିଷୟବସ୍ତୁକୁ ନେଇ କଣ୍ଢେଇ ନାଚ ପରିବେଷଣ କରାଯାଇଥାଏ।

ସାକ୍ଷାତ: ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri