ଶିମିଳିପାଳ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା ଭଞ୍ଜସେନା

ବାରିପଦା ଅଫିସ,୩୦ା୧:ପ୍ରକୃତିର ଅପରୂପ ସବୁଜିମାଭରା ଶିମିଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ବନ୍ୟପ୍ରାଣୀ ଓ ବୃକ୍ଷଲତାର ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସ୍ତକ୍ଷେପ କରିବାକୁ ଭଞ୍ଜସେନା ପକ୍ଷରୁ ବିକଳ୍ପ ପ୍ରୟାସ ଆରମ୍ଭ ହୋଇଛି। ଶିମିଳିପାଳ ବଞ୍ଚାଅ ପ୍ଲାକାର୍ଡ ଧରି ଭିଡିଓ ଓ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିିିଆ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସେୟାର କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ଫେବୃଆରୀ ୧ତାରିଖ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ମୟୂରଭଞ୍ଜବାସୀ ଦାବି ଜଣାଇବା ପାଇଁ ସେନାର ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ା
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ସହିତ ମୂଲ୍ୟବାନ ଗଛକୁ କାଟି ଦିଆଯାଉଛି। ଶିକାରୀ ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଶିମିଳିପାଳ ଜୈବ ମଣ୍ଡଳ ଶ୍ରୀହୀନ ହେବାକୁ ବସିଛି ା ଅଖଣ୍ଡ ମୟୂରଭଞ୍ଜର ମୁକୁଟ ପରିଧାନ କରୁଥିବା ଶିମିଳିପାଳ ଅଭୟାରଣ୍ୟକୁ ବନବିଭାଗ ସୁରକ୍ଷା ଦେବା ପରିବର୍ତ୍ତେ ଶତ୍ରୁ ପାଲଟିଛି। ଦନ୍ତାହାତୀ ଶିକାରରେ ଜଡ଼ିତ ୩ ବନ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲାବାସୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ମହାବଳ, କଲରାପତରିଆ ବାଘ ଓ ଗଜରାଜଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ବସିଛି ା ଜଙ୍ଗଲରେ ଫୁଟୁଥିବା ଗୁଳିର ଶବ୍ଦରେ ତୃଣଭୋଜି ପ୍ରାଣୀମାନେ ଭୟଭୀତ ହୋଇ ବାଟବଣା ହେଉଛନ୍ତି। ଏହାକୁ ନେଇ ଭଞ୍ଜ ସେନା ପକ୍ଷରୁ ବାରମ୍ବାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରୁନାହିଁ। ଦନ୍ତାହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ୨ମାସ ବିତିବାକୁ ଯାଉଥିବା ଦନ୍ତାହାତୀର ଦାନ୍ତକୁ ବନବିଭାଗ ଜବତ କରିବାରେ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ବୋଲି ଜିଲାବାସୀ ତଥା ଭଞ୍ଜସେନାର କର୍ମକର୍ତ୍ତାମାନେ ଆଶା ପ୍ରକଟ କରିଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ଶିମିଳିପାଳ ବଞ୍ଚଅ ଅଭିଯାନ ଜାରି ରଖିବା ସହ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକଳାପକୁ ଘୋର ବିରୋଧ କରାଯିବ ବୋଲି ସେନା କର୍ମକର୍ତ୍ତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri