ଶିମିଳିପାଳ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଲା ଭଞ୍ଜସେନା

ବାରିପଦା ଅଫିସ,୩୦ା୧:ପ୍ରକୃତିର ଅପରୂପ ସବୁଜିମାଭରା ଶିମିଳିପାଳ ଅଭୟାରଣ୍ୟ ଏବେ ସଙ୍କଟରେ। ଅସୁରକ୍ଷିତ ବନ୍ୟପ୍ରାଣୀ ଓ ବୃକ୍ଷଲତାର ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସ୍ତକ୍ଷେପ କରିବାକୁ ଭଞ୍ଜସେନା ପକ୍ଷରୁ ବିକଳ୍ପ ପ୍ରୟାସ ଆରମ୍ଭ ହୋଇଛି। ଶିମିଳିପାଳ ବଞ୍ଚାଅ ପ୍ଲାକାର୍ଡ ଧରି ଭିଡିଓ ଓ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିିିଆ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ସେୟାର କରିବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ଫେବୃଆରୀ ୧ତାରିଖ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ମୟୂରଭଞ୍ଜବାସୀ ଦାବି ଜଣାଇବା ପାଇଁ ସେନାର ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ା
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ସହିତ ମୂଲ୍ୟବାନ ଗଛକୁ କାଟି ଦିଆଯାଉଛି। ଶିକାରୀ ଓ ବିଭାଗୀୟ ଅଧିକାରୀଙ୍କ ପାଇଁ ଶିମିଳିପାଳ ଜୈବ ମଣ୍ଡଳ ଶ୍ରୀହୀନ ହେବାକୁ ବସିଛି ା ଅଖଣ୍ଡ ମୟୂରଭଞ୍ଜର ମୁକୁଟ ପରିଧାନ କରୁଥିବା ଶିମିଳିପାଳ ଅଭୟାରଣ୍ୟକୁ ବନବିଭାଗ ସୁରକ୍ଷା ଦେବା ପରିବର୍ତ୍ତେ ଶତ୍ରୁ ପାଲଟିଛି। ଦନ୍ତାହାତୀ ଶିକାରରେ ଜଡ଼ିତ ୩ ବନ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଜିଲାବାସୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ମହାବଳ, କଲରାପତରିଆ ବାଘ ଓ ଗଜରାଜଙ୍କ ସଂଖ୍ୟା ଧିରେ ଧିରେ କମିବାକୁ ବସିଛି ା ଜଙ୍ଗଲରେ ଫୁଟୁଥିବା ଗୁଳିର ଶବ୍ଦରେ ତୃଣଭୋଜି ପ୍ରାଣୀମାନେ ଭୟଭୀତ ହୋଇ ବାଟବଣା ହେଉଛନ୍ତି। ଏହାକୁ ନେଇ ଭଞ୍ଜ ସେନା ପକ୍ଷରୁ ବାରମ୍ବାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରୁନାହିଁ। ଦନ୍ତାହାତୀ ଶିକାର ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ୨ମାସ ବିତିବାକୁ ଯାଉଥିବା ଦନ୍ତାହାତୀର ଦାନ୍ତକୁ ବନବିଭାଗ ଜବତ କରିବାରେ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ ମାଟିର ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି ବୋଲି ଜିଲାବାସୀ ତଥା ଭଞ୍ଜସେନାର କର୍ମକର୍ତ୍ତାମାନେ ଆଶା ପ୍ରକଟ କରିଛନ୍ତି। ଏହାକୁ ନେଇ ଆଗାମୀ ଦିନରେ ଶିମିଳିପାଳ ବଞ୍ଚଅ ଅଭିଯାନ ଜାରି ରଖିବା ସହ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକଳାପକୁ ଘୋର ବିରୋଧ କରାଯିବ ବୋଲି ସେନା କର୍ମକର୍ତ୍ତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେବା ସମବାୟ ସମିତିରେ ଉଡ଼ିଲାନି ତ୍ରିରଙ୍ଗା, ଭୁଲିଗଲେ କର୍ମଚାରୀ

ପୁରୁଷୋତ୍ତମପୁର,୧୫।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସ ପାଳନ ନେଇ ସରକାର ହର୍‌ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଆହ୍ବାନ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା...

ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଅପେରା ଗାଡ଼ି

ଆନନ୍ଦପୁର,୨୭। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ୫୩ ନଂ. ରାଜ୍ୟ ରାଜପଥ ବାଲୁଙ୍କେଶ୍ୱର ଛକଠାରେ ମଙ୍ଗଳବାର (ନଂ.ଓଆର୦୫-ଏଫ୦୮୨୧) ବିଶିଷ୍ଟ ଏକ ୧୦ ଚକିଆ...

ପାହାଡ଼ ଉପରେ ବିତୁଛି ଜୀବନ

ଝୁମ୍ପୁରା, ୧୭।୪(ଡି.ଏନ୍‌.ଏ.): କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ତଥା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଉପରେ ଥିବା ୩ ଗାଁ କନକନା,...

ସରକାରୀ ଚିକିତ୍ସା ସାହାଯ୍‌ ଦାବି

ଲାଠୋର, ୧୯ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ବିର୍ତ୍ତିଆ ପଡ଼ାର କାଳିଆ ସୁନା। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ କେହେନ୍‌ସି ଗୁଟେ...

ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଗଠନର ବିକ୍ଷୋଭ

ବାରିପଦା ଅଫିସ,୬।୮- ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘ ପକ୍ଷରୁ ସୋମବାର ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ...

ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର...

ହବିଷିଆଳି ଯୋଜନା: ରହିବେ ୩ ହଜାର ବ୍ରତଧାରୀ, ୧୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧।୧୦ : ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି କାର୍ତ୍ତିକ ମାସ ବାଳଧୂପ ନୀତି। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ଶ୍ରୀକ୍ଷେତ୍ରରେ...

ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ...

Advertisement
Archives

Model This Week