ଉପକୃତ ହେବେ ପକ୍ଷାଘାତ ରୋଗୀ

ପରଜଙ୍ଗ,୩୦।୧(ଡି.ଏନ୍‌.ଏ.):ପକ୍ଷାଘାତର ଶିକାର କିମ୍ବା ଦୁର୍ଘଟଣାରେ ଅଙ୍ଗ ହରାଇ ଅକର୍ମଣ୍ୟ ହୋଇପଡ଼ିଥିବା ରୋଗୀ ଜିଅନ୍ତି ଅଭିଶପ୍ତ ଜୀବନ। ଦୈନନ୍ଦିନ କାର୍ଯ୍ୟ ହେଉ କି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚଳପ୍ରଚଳ କରିବା, ଏଭଳି ସମସ୍ତ ଛୋଟବଡ଼ କାମରେ ସେମାନେ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡ଼ିଥାଆନ୍ତି। ହେଲେ ଏବେ ଏହି ସମସ୍ୟାର ସରଳ ସମାଧାନ ସୂତ୍ର ବାହାର କରିଛନ୍ତି ୧୧ ବର୍ଷର ମେଧାବୀ ଛାତ୍ର ପ୍ରଦୀପ ସେଠୀ। ସେ ଏମିତି ଏକ ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ନିର୍ମାଣ କରିଛନ୍ତି, ଯାହାକୁ ବ୍ୟବହାର କରି ପାରାଲିସିସ୍‌ ଆକ୍ରାନ୍ତ ଏବଂ ଶଯ୍ୟାଶାୟୀ ରୋଗୀମାନେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ। ଫଳରେ ଅନ୍ୟମାନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତାରୁ ସେମାନେ ସାମାନ୍ୟ ମୁକ୍ତି ପାଇବେ ଏବଂ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ହୋଇପାରିବ। ଉକ୍ତ ମଡେଲକୁ ପେଟେଣ୍ଟ ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ମିଳିଲେ ବହୁ ରୋଗୀ ଉପକୃତ ହୋଇପାରିବେ।
ନିଜ ପ୍ରକଳ୍ପ ସମ୍ପର୍କରେ ପ୍ରତୀକ କୁହନ୍ତି, ଡିଭାଇସ୍‌ରେ ଅତ୍ୟାଧୁନିକ ସେନ୍‌ସର ଲାଗିଛି। ରୋଗୀ ବ୍ୟବହାର କରୁଥିବା ହୁଇଲ୍‌ ଚେୟାରରେ ବ୍ଲୁଟୁଥ୍‌ ଏବଂ ମୋଟର ଖଞ୍ଜାଯାଇଛି। ଉକ୍ତ ସେନ୍‌ସରକୁ ରୋଗୀଙ୍କ କପାଳରେ ଲଗାଯିବ, ଯାହା ରୋଗୀଙ୍କ ମାନସିକ ଅବସ୍ଥାକୁ ଅନୁଧ୍ୟାନ କରିପାରିବ। ଉକ୍ତ ସେନ୍‌ସର ରୋଗୀ କ’ଣ ଚିନ୍ତା କରୁଛି, ମାନସିକ ଅବସାଦରେ ଅଛି କି ନାହିଁ, କ’ଣ କରିବାକୁ ଚାହୁଁଛି ସେସବୁର ଡାଟାବେସ୍‌ ତିଆରି କରିବ ଏବଂ ସିଗ୍‌ନାଲ୍‌ ମାଧ୍ୟମରେ ମୋଟର ସଂଯୁକ୍ତ ବ୍ଲୁଟୁଥ୍‌କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବ। ଏହାପରେ ହୁଇଲ୍‌ ଚେୟାର କାର୍ଯ୍ୟକ୍ଷମ ହେବ। କେବଳ ଏତିକି ନୁହେଁ, ଆଗରେ ବିପଦ ଥିଲେ ସତର୍କ ମଧ୍ୟ କରାଇଦେବ। ଫଳରେ ସମ୍ଭାବ୍ୟ ଦୁର୍ଘଟଣାରୁ ରୋଗୀଜଣକ ରକ୍ଷା ପାଇପାରିବେ। ଏହି ଡିଭାଇସ୍‌ ତିଆରି କରିବାକୁ ପ୍ରାୟ ୩ ମାସ ସମୟ ଲାଗିଥିବାବେଳେ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରତୀକ କହିଛନ୍ତି। ପକ୍ଷାଘାତ ରୋଗୀଙ୍କ ଯନ୍ତ୍ରଣା ହିଁ ତାଙ୍କୁ ଏହି ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ପ୍ରକଳ୍ପ ତିଆରି କରିବା ଲାଗି ଉତ୍ସାହିତ କରିଥିଲା। ଏହାକୁ ବରିଷ୍ଠ ନାଗରିକ ଗୃହ, ବୃଦ୍ଧାଶ୍ରମରେ ମଧ୍ୟ ବ୍ୟବହାର କରାଯାଇପାରିବ। ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ପକ୍ଷାଘାତ ଆକ୍ରାନ୍ତ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିବେ। ଖୁବ୍‌ଶୀଘ୍ର ଏହାକୁ ପେଟେଣ୍ଟ ପାଇଁ ଆବେଦନ କରାଯିବ ବୋଲି ପ୍ରତୀକ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତୀକ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ର କମ୍ପ୍ୟୁଟର ସାଇନ୍ସ ଅଧ୍ୟାପକ ପ୍ରଫେସର ଶ୍ରୀନିବାସ ସେଠୀଙ୍କ ଦୁଇ ଝିଅପୁଅଙ୍କ ମଧ୍ୟରେ ସାନ। ସେ ତାଳଚେର ଥର୍ମାଲସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଷଷ୍ଠଶ୍ରେଣୀ ଛାତ୍ର। ଆଇଜିଆଇଟିର ଆସିଷ୍ଟାଣ୍ଟ ପ୍ରଫେସର ରମେଶ କୁମାର ସାହୁଙ୍କ ମାର୍ଗଦର୍ଶନ ତାଙ୍କୁ ଏହି ଡିଭାଇସ୍‌ ପ୍ରସ୍ତୁତ କରିବାରେ ବିଶେଷ ସହାୟକ ହୋଇଛି ବୋଲି ତାଙ୍କ ବାପା ସୂଚନା ଦେଇଛନ୍ତି।

ପିଲାଟି ଦିନରୁ ଅନିସନ୍ଧିତ୍ସୁ

ପିଲାଟି ଦିନରୁ ପ୍ରତୀକ ଅନିସନ୍ଧିତ୍ସୁ। ବିଭିନ୍ନ ସମୟରେ ସେନ୍‌ସରଯୁକ୍ତ ଖେଳଣା, ମନୋରଞ୍ଜନ ଭିତ୍ତିକ ଆପ୍‌ ତିଆରି କରି ସେ ଚର୍ଚ୍ଚା ସାଉଁଟିଛନ୍ତି। ‘ଅଟୋମେଟେଡ୍‌ ହୁଇଲ୍‌ ଚେୟାର’ ବ୍ୟତୀତ ସେ ଏକ ମିନି ସିପିୟୁ ମଧ୍ୟ ତିଆରି କରିଛନ୍ତି, ଯେଉଁଥିରେ ଟିଭିକୁ କମ୍ପ୍ୟୁଟର ମନିଟର ଭଳି ବ୍ୟବହାର କରାଯାଇ ପାରୁଛି। ଏଭଳି ଅଭିନବ ଉଦ୍ଭାବନ କ୍ଷେତ୍ରରେ ବାପା ତଥା ଅଧ୍ୟାପକ ପ୍ରଫେସର ଶ୍ରୀନିବାସ ସେଠୀ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରମେଶ କୁମାର ସାହୁଙ୍କ ମାର୍ଗଦର୍ଶନ ବେଶ୍‌ ସହାୟକ ସାବ୍ୟସ୍ତ ହୋଇଛି। ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିବା ପ୍ରତୀକଙ୍କ ଏଭଳି ଉଦ୍ଭାବନ ଯାତ୍ରାକୁ ନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?