ଗାଈ ଗୁହାଳରେ ପଦ୍ମଶ୍ରୀ ପଟ୍ଟାୟତଙ୍କ ପରିବାର

ଭବାନୀପାଟଣା,୩୦।୧(ସ୍ବ.ପ୍ର.):ବଣ ମଲ୍ଲି ଆଉ ବଣରେ ଶୋଭା ପାଉନି, ଏବେ ଘରେ ମଧ୍ୟ ଏହି ବଣମଲ୍ଲି ଶୋଭା ବଢ଼ାଉଛି। ୩ ହଜାରରୁ ଊଦ୍ଧର୍‌ବ ଔଷଧୀୟ ବୃକ୍ଷ ରୋପଣ କରି ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ସେ ସ୍ଥାନ ପାଇ ସାରା ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ପଦ୍ମଶ୍ରୀ ପୁରସ୍କାର ପାଇବା ପାଇଁ ସେ ମନୋନୀତ ହୋଇଛନ୍ତି। କଳାହାଣ୍ଡି ଜିଲାରୁ ପ୍ରଥମ ବ୍ୟକ୍ତି ଭାବେ ପଟାୟତ ସାହୁ ପଦ୍ମଶ୍ରୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ନାନ୍ଦୋଲ ଗ୍ରାମର ସ୍ବର୍ଗତ ହରି ସାହୁଙ୍କ ପୁଅ ପଟ୍ଟାୟତ କୁମାର ସାହୁ (୭୦)। ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ ୨ ପୁଅ ରାଜକିଶୋର ଓ ଶୁଶାନ୍ତ ସାହୁ। ଝିଅ ଏବଂ ବଡ଼ପୁଅକୁ ମଧ୍ୟ ବିବାହ କରାଇଛନ୍ତି। ପଟ୍ଟାୟତ ୧୯୭୦-୭୧ରେ ନନ୍ଦୋଳ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିଥିଲେ। ପରେ ସପ୍ତମରୁ ଦଶମ ଶ୍ରେଣୀ ଜୁନାଗଡ଼ ହାଇସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ବଲାଙ୍ଗୀର ଜିଲାର ରାଜେନ୍ଦ୍ର କଲେଜରେ ଇଣ୍ଟରମିଡ଼ିଏଟ ପାଠ ପଢ଼ୁଥିବା ବେଳେ ପରୀକ୍ଷା ନିମନ୍ତେ ଫର୍ମ ପୁରଣ ପାଇଁ ଟଙ୍କା ଦେଇ ପାରି ନ ଥିଲେ। ଫଳରେ ସେ ପରୀକ୍ଷାରୁ ବଞ୍ଚତ୍ତ ହେବା ସହ ପାଠପଢ଼ାରୁ ମଧ୍ୟ ବିରତି ନେଇଥିଲେ। ପଟ୍ଟାୟତ ଆଗରୁ ନାନ୍ଦୋଳ ପ୍ୟାକ୍ସ ଅଫିସରେ ସେଲସମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। ବାପା, ଅଜା ଅମଳରୁ ସେ ଔଷଧୀୟ ବୃକ୍ଷ ରୋପଣ ଜାଣିଥିବା ବେଳେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ କୃଷି ବିଜ୍ଞାନ ବହି ହିଁ ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରଣା ଯୋଗାଇଥିଲା। ଗତ ୪୦ ବର୍ଷ ହେବ ୬୫ ଡିସିମିଲ ଜାଗାରେ ୩ ହଜାରରୁ ଊର୍ଦ୍ଧ୍ୱ ଔଷଧିୟ ବୃକ୍ଷ ଲଗାଇଛନ୍ତି ଓ ନିଜେ ବୈଦ୍ୟକାମ ମଧ୍ୟ କରୁଛନ୍ତି। ୨୦୦୫ରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ। ଏହି ଔଷଧୀୟ ବୃକ୍ଷ ଅନ୍ୟ ରାଜ୍ୟ, ଅନ୍ୟ ଦେଶରୁ ମଧ୍ୟ ବିଭିନ୍ନ ଉପାୟରୁ ଆଣି ନିଜ ବଗିଚାରେ ରୋପଣ କରିଛନ୍ତି। ସରକାରୀ ଭାବେ ତାଙ୍କୁ କୌଣସି ସହାୟତା ମିଳୁନାହିଁ । ପଟ୍ଟାୟତଙ୍କ ଘର ନ ଥିବା ବେଳେ ଗାଈ ଗୁହାଳକୁ ରୂପାନ୍ତରିତ କରି ସେଥିରେ ରହୁଛନ୍ତି। ପଟ୍ଟାୟତ ଔଷଧୀୟ ବୃକ୍ଷ ଲଗାଇବା ସହିତ ବୈଦ୍ୟ କାମ କରିଥାନ୍ତି। ସେହି ଛୋଟିଆ କୋଠରୀ ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦେଇଥାନ୍ତି। ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। କେବଳ ପଟ୍ଟାୟତଙ୍କ ପାଇଁ ପ୍ରତିଶ୍ରୁତି ହିଁ ସହାନୁଭୂତି ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକି ବାତରେ ତାଙ୍କ ନାମ କହିବା ପରେ ତାଙ୍କ ଦୁଆରେ ମାଳ ମାଳ ରାଜନେତା, ପ୍ରଶାସନ ରୂଣ୍ଡ ହୋଇ ତାଙ୍କ ସହିତ ଫଟୋ ଉଠାଇଥିଲେ। ପରେ ସାହୁଙ୍କୁ ଭୁଲି ଯାଇଥିଲେ। ଏବେ ପଦ୍ମଶ୍ରୀ ସମ୍ମାନରେ ନାମ ଘୋଷଣା ହେବା ପରେ ପୁଣିଥରେ ନାନ୍ଦୋଲ ଗ୍ରାମ ଚଞ୍ଚଳ ହୋଇଥିବା ବେଳେ ପଟ୍ଟାୟତଙ୍କ ଘରେ ମାଳ ମାଳ ରାଜନେତା ଓ ପ୍ରଶାସନର ଅଧିକାରୀମାନଙ୍କୁ ଦେଖିବାକୁ ମିଳୁଛି। ପଦ୍ମଶ୍ରୀ ପାଇବା ପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଆୟୁର୍ବେଦକୁ କେନ୍ଦ୍ର ସରକାରଙ୍କ ସ୍ବୀକୃତି ମିଳିଛି ବୋଲି କହିଛନ୍ତି। ଆଗାମୀ ଦିନରେ ସେ ଏହାକୁ ଆହୁରି ବ୍ୟାପକ କରିବେ ବୋଲି ପଟ୍ଟାୟତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri