୨୩ ବର୍ଷ ହେଲା ରାଜ୍ୟ ସରକାର ଓଡ଼ିଆଙ୍କୁ ଠକୁଛନ୍ତି

ଧର୍ମଗଡ଼,୩୦।୧(ଡି.ଏନ.ଏ.):କଳାହାଣ୍ଡି ଜିଲା ଭାଜପା ଧର୍ମଗଡ଼ ବିଧାନସଭାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରବିବାର ସନ୍ଦିକୁଲିଆରୀ ମହାଭାରତ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାଧାରଣ ସମ୍ପାଦକ ସୁଧୀର ପଟଯୋଷୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଏମପି ବସନ୍ତ ପଣ୍ଡା ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଥିଲେ। ତଳସ୍ତରରେ ଯୋଜନାଗୁଡ଼ିକର କାର୍ଯ୍ୟ କରିବା ଏବଂ ଯୋଗ୍ୟ ହିତାଧିକାରୀ ଉପକୃତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ- ସବକା ବିକାଶ ଡାକରା ସଫଳ ହୋଇ ପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି ଉଦ୍‌ବୋଧନ ଦେଇ ୨୩ ବର୍ଷର ରାଜ୍ୟ ସରକାର ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ନାମ ବଦଳାଇ ବାହା ବାହା ନେବା ତଥା ରାଜ୍ୟର ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଠକି ଚାଲିଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ଉପସଭାପତି ପ୍ରଶାନ୍ତ ସାହୁ, ପୂର୍ବତନ ବିଧାୟକ ଯୁଗରାମ ବେହେରା, ଅବସରପ୍ରାପ୍ତ ଶିକ୍ଷା ବିଭାଗ ବରିଷ୍ଠ କିରାଣି ଜବାହରଲାଲ ବାଗ, କୃଷକ ମୋର୍ଚ୍ଚା ରାଜ୍ୟ ସୂତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେଶ ସ୍ବାଇଁ, ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଜିଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ଛିଲିପା ସରପଞ୍ଚ ତଥା ଟିପିଗୁଡ଼ା ମଣ୍ଡଳ ସଭାପତୀ ବିଭୁଦତ ପ୍ରଧାନୀ, ଧର୍ମଗଡ଼ ନଗର ମଣ୍ଡଳ ସଭାପତୀ ହରେକୃଷ୍ଣ ପଣ୍ଡା, ଖଇରପଦର ମଣ୍ଡଳ ସଭାପତୀ ଜୟସଙ୍କର ମୁଣ୍ଡ, ପର୍ଲା ମଣ୍ଡଳ ସଭାପତୀ ପରାଶ୍ୱର ସାହୁ ବିଜମାର ମଣ୍ଡଳ ସଭାପତୀ ଅରୁଣ ପଣ୍ଡା, କଲମପୁର ମଣ୍ଡଳ ସଭାପତୀ କମଳ ବାଗ, ମୋଟେର ମଣ୍ଡଳ ସଭାପତୀ ସୁୟମ୍ବର୍‌ ବାଗ, କୋକସରା ମଣ୍ଡଳ ସଭାପତୀ ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସଭାପତୀ ଅର୍ଜୁନ ଭାଟି, ଜିଲା ସମ୍ପାଦିକା କାଞ୍ଚନ ବାଗ, ଜିଲା ସମ୍ପାଦକ ଗୋଦାବରୀଶ ପାତ୍ର, ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ମଣ୍ଡଳ ସାଧାରଣ ସମ୍ପାଦକ ଜଗତରାମ ସାହୁ, ଲଳିତ ବାଗ, ଏକାଦଶୀ ଗୋପାଳ, ଘନଶ୍ୟାମ ଭାଟି, ଯୁବମୋର୍ଚ୍ଚା ଟିପିଗୁଡ଼ା ମଣ୍ଡଳ ସଭାପତି ଲକ୍ଷ୍ମଣ ମେହେର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମା’ ମାଣିକେଶରୀ ହାରଭେଷ୍ଟର ଚାଳକ ସଂଘ କଳାହାଣ୍ଡି ଜିଲାର ପ୍ରାୟ ଏକସତ ଜଣ ଓ କଲମପୁର ବ୍ଲକ କୋଟା ଗାଁର ଅଭିମନ୍ୟୁ ମୁଣ୍ଡ ଓ ଘନଶ୍ୟାମ ବେହେରା ତଥା ତାରାପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ରାମେଶ୍ବର ଶବର ପ୍ରମୁଖ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?