ଗଜପତି ଜିଲାରେ ମୃଦୁ ଭୂକମ୍ପ, ଘରୁ ବାହାରକୁ ଚାଲି ଆସିଲେ ଲୋକେ
ପାରଳାଖେମୁଣ୍ଡି,୨୧।୧୨: ଗଜପତି ଜିଲା ମୋହନା ଓ ଆର୍. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ବୁଧବାର ସକାଳ ୯.୪୭ ମିନିଟରେ ପ୍ରାୟ ୫/୬ ସେକେଣ୍ଡ ଲୋକେ କମ୍ପନ ଅନୁଭବ କରିଥିବା ବେଳେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ।…
ଆର୍ଟିଓ ଚେକିଂ ସମୟରେ ଗାଡ଼ି ଧକ୍କାରେ ଚାଲିଗଲା ପୋଲିସ କର୍ମଚାରୀଙ୍କ ଜୀବନ
ଡେରାବିଶ,୨୧ା୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ୫୩ ନଂ (କ) ଜାତୀୟ ରାଜପଥର ନୂଆହାଟଠାରେ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ପୋଲିସ କର୍ମଚାରୀଙ୍କ ଜୀବନ ଯାଇଛି ମୃତକ ଜଣକ ହେଲେ ପ୍ରବୀର କୁମାର ମହାପାତ୍ର (୨୮)। ସୂଚନାନୁଯାୟୀ, କେନ୍ଦ୍ରାପଡ଼ା…
ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଯନ୍ତ୍ରୀ
ଗଜପତି,୨୧ା୧୨(ଡି.ଏନ୍.ଏ.): ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି ଜଣେ ଲାଞ୍ଚୁଆ ଅଧିକାରୀ। ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ସାହୁ। ଠିକା କାର୍ଯ୍ୟର ବିଲ୍ କରାଇବା ପାଇଁ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା…
ପୂର୍ବତନ ସରପଞ୍ଚଙ୍କ ଘରେ ଆୟକର ବିଭାଗର ଚଢାଉ
ଭଦ୍ରକ ଅଫିସ,୨୧।୧୨: ଭଦ୍ରକ ଜିଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ବୁଧବାର ଚଢାଉ କରାଯାଇଛି। ଭଦ୍ରକ ମହାବୀର ନଗରସ୍ଥିତ ଘର, ଟାୟାର ଦୋକାନ ଓ ଗୁଆମାଳସ୍ଥିତ ପୈତୃକ ଘରେ ଏକକାଳୀନ…
ଜମିବାଡ଼ି ଲୋଭରେ ଖୁଡ଼ୀଙ୍କୁ ହତ୍ୟା କରିଥିଲେ ପୁତୁରା
ଟେନସା,୨୧ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଜଙ୍ଗଲରୁ ଗତ ୧୨ ତାରିଖ ଦିନ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଜବତ କରିଥିଲା। ମଙ୍ଗଳବାର ଦିନ ଏହି ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କୋଇଡା…
ବର୍ଷେ ନ ପୂରୁଣୁ ଦବିଲା ବ୍ରିଜ୍
ନୂଆପଡ଼ା ଅଫିସ,୨୧।୧୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧଠାରେ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ଉଭୟ ପାର୍ଶ୍ୱ ଦବିବାରେ ଲାଗିଛି। ଏହି ରାସ୍ତାରେ ଭାରିଯାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡିଛି।…
୧୨୭୭୬ ପ୍ଲଟ୍ରେ ମିଛ ଧାନଚାଷ
ସୋନପୁର, ୨୧।୧୨(ନି.ପ୍ର.): ଚାଷ ନାହିଁ, ହେଲେ ଜମିରେ ଖରିଫ ଚାଷ ହୋଇଛି ଦର୍ଶାଇ ବିଭାଗ ପାଖରେ ଶତାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାରଙ୍କ ପକ୍ଷରୁ ହୋଇଥିବା ସାଟେଲାଇଟ୍ ସର୍ଭେ କିନ୍ତୁ ଏହି ଜାଲିଆତି ଧରାପକାଇଛି। ପଞ୍ଜୀକରଣ ହୋଇଥିବା ଜମି କେଉଁଠି ଘାସବଣ…
ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ: ସୁନା,ଗାଡି ସହ ନଗଦ ୬୬ ହଜାର ଟଙ୍କା ଜବତ
କେସିଙ୍ଗା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୱାର୍ଡ ନମ୍ବର ୭ ସ୍ଥିତ ଓମନଗର ପଡାରେ ଥିବା ବନବିଭାଗର ରେଞ୍ଜର କେଶବ ମାଝୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସ୍ଥାନୀୟ ପୋଲିସ ସହାୟତାରେ ଭିଜିଲାନ୍ସ ଟିମ୍ ଘର ଭିତରେ ପଶି ତନାଘନା…
ମଣ୍ଡିରୁ ଉଠୁନି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ
କୋଷାଗୁମୁଡ଼ା, ୨୧।୧୨(ଡି.ଏନ୍.ଏ.): ଚଳିତ ବର୍ଷ ଆରମ୍ଭରୁ ଦେଖାଦେଇଛି ଖରିଫ ଧାନମଣ୍ଡିରେ ଅବ୍ୟବସ୍ଥା। ପ୍ରଥମ ଦିନରୁ ଧାନମଣ୍ଡିରେ ଅଚଳାବସ୍ଥା। ଉଠିପାରିନାହିଁ ମଣ୍ଡିରୁ ଚାଷୀଙ୍କ ଧାନ। ବିଭାଗ ମିଲର୍ସଙ୍କୁ ସୁହାଇଲା ଭଳି ଧାନ ବିକ୍ରି ପାଇଁ ଚାଷୀଙ୍କୁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଚାଷୀ।…
ବଡ଼ସାହିରେ ଭାଜପା-ବିଜେଡି ମୁହାଁମୁହିଁ
ବଡ଼ସାହି,୨୧।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ପ୍ରଶାସନିକ ଭବନ ଉଦ୍ଘାଟନକୁ ନେଇ ମଙ୍ଗଳବାର ଭାଜପା ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ହସ୍ପିଟାଲ ପରିସରରେ ପୋଲିସ ମୃତୟନ କରାଯାଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଭାଜପା…
ଯନ୍ତ୍ରୀ, ଜନ୍ତାବାଇରେ ବିଏସ୍ଏଫ୍ ଏଡିଜି
ଚିତ୍ରକୋଣ୍ଡା,୨୧ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ଓ ଯୋଡ଼ାମ୍ବ ପଞ୍ଚାୟତକୁ ବିଏସ୍ଏଫ୍ ଏଡ଼ିଜି ଅନୁରାଗ ଗର୍ଜ ଗସ୍ତ କରି ମାଓବାଦୀ ଦମନ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି। ଏଡିଜି ଗର୍ଜଙ୍କ ଏହା ମାଲକାନଗିରି…
ଭିଜିଲାନ୍ସ ବିଭାଗର ତଦନ୍ତ ଆରମ୍ଭ
ଭାପୁର, ୨୧ା୧୨ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅଧୀନ ବଡସହରା ପଞ୍ଚାୟତରେ ଗୋଟିଏ ରାସ୍ତାକୁ ୨୧ ଥର ଫଲସ୍ ବିଲ୍ ଘଟଣା ରାଜ୍ୟରେ ଚର୍ଚ୍ଚିତ ଥିବାବେଳେ ଏବେ ପୁଣିଥରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ପୂର୍ବାହ୍ନରେ ନୟାଗଡ଼ ଭିଜିଲାନ୍ସ…

