ଆମ ଜିଲା ଖବର

ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତର ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ଦେଇଛନ୍ତି। ବଙ୍ଗଳାଗୁଡ଼ା ଗ୍ରାମରେ ତିନୋଟି…

ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଡିଓ…

ବର୍ଷାଜଳ ସଂରକ୍ଷଣ ପାଇଁ ଟଙ୍କା ଆସୁଛି, କାମ ହେଉନି

ରାୟଗଡ଼ା,୧୦ା୨(ସ୍ବ.ପ୍ର.):ରାୟଗଡ଼ା ଜିଲାରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ରାସ୍ତା ଓ ନର୍ଦ୍ଦମାରେ ପ୍ରବାହିତ ହୋଇ ନଷ୍ଟ ହେଉଥିବା ବର୍ଷାଜଳକୁ ଛାତ ଉପରେ ସଂରକ୍ଷଣ କରାଯାଇ ପାରିଲେ ଆଗାମୀ ଦିନରେ ଜିଲାରେ ଜଳ ସଙ୍କଟ ରହିବ ନାହିଁ। ସରକାରଙ୍କ ପକ୍ଷରୁ ଏଥିପାଇଁ ଅର୍ଥ…

କେରାଣ୍ଡି ଗାଁକୁ ପକ୍କା ରାସ୍ତା ନାହିଁ

ପାରଳାଖେମୁଣ୍ଡି,୧୦ା୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାମସାଗର ଛକ ଦେଇ ଉକ୍ତ ଗ୍ରାମକୁ ଯାଇଥିବା ପକ୍କା ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ପାରଳା ସହର ବୃନ୍ଦାବନ ପ୍ୟାଲେସ ନିକଟ…

ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ

ଦାରିଙ୍ଗବାଡ଼ି,୧୦।୨(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ…

ଭତ୍ତା ପାଇଁ ବାର୍ଦ୍ଧକ୍ୟ ସାଜିଛି ବାଧକ

ବିଶୋଇ,୧୦ା୨(ଡି.ଏନ.ଏ.): ଆଖିକୁ ଭଲ ଦିଶୁନି। ଚାଲିବା ପାଇଁ ପାଦରେ ଆଉ ଜୁ ନାହିଁ। ଏଭଳି ପରିସ୍ଥିତିରେ ସରକାରଙ୍କଠାରୁ ମିଳୁଥିବା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତିି ଜଣେ ବୃଦ୍ଧା। ୮୦ ବର୍ଷରେ ପାଦ ଥାପିଥିବା ମୟୂରଭଞ୍ଜ ଜିଲା ବିଶୋଇ ବ୍ଲକ ଖଡ଼ମବେଡା…

ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା ଓ ବାଲେଶ୍ୱର ଜିଲା କୀର୍ତ୍ତନିଆ ସହିତ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ବହୁ ମାଛଧରା…

ନଦୀ ଗର୍ଭରେ କୃତ୍ରିମ ରାସ୍ତା

ପାଟଣା,୧୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ତହସିଲ ଦେଇ ପ୍ରବାହିତ ବୈତରଣୀ, କଞ୍ଝାରି, ଦେଓ ନଦୀରେ ଥିବା ଲିଜ୍‌ ବାଲି ଉତ୍ସ ସହ ଘାଟ ଓ ବିଭିନ୍ନ ନାଳରୁ ବେଧଡ଼କ ଭାବେ ବାଲି ଉତ୍ତୋଲନ କରାଯାଉଛି। ଲଘୁ ଖଣିଜ ଆଇନକୁ…

ଧାମନଗର ଉପଡାକଘର ସହ ଯୋଡ଼ିହେଲା ଆଉ ୩ ଶାଖା ଡାକଘର

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଉପଡାକଘର ସହ ଆଉ ୩ଟି ଶାଖା ଡାକଘର ଯୋଡ଼ି ହୋଇଛି। ଏହାକୁ ମିଶାଇ ମୋଟ ଧାମନଗର ଉପଡାକଘର ସଂଖ୍ୟା ୧୭ରେ ପହଞ୍ଚିଛି। ମିଶ୍ରିତ ୩ ଡାକଘର ହେଲା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲା। ଏହି…

ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ ଓ ଆନ୍ଧ୍ର ବ୍ୟବସାୟୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯେତିକି ଚାଷୀ ଧାନ ଦେଉଛନ୍ତି ଟଙ୍କା…

ବଧୂହତ୍ୟା ଅଭିଯୋଗ: ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ଧାରଣା ଦେଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୦ା୨: ନୟାଗଡ଼ ଜିଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ ଗ୍ରାମରେ ପୂଜା ଜୁଝାରସିଂହଙ୍କ ନାମକ ଜଣେ ବଧୂଙ୍କୁ ହତ୍ୟା ଜରାଯାଇଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ମୃତଦେହ ରଖି ଶୁକ୍ରବାର ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ,…

ନବ ଦାସ ହତ୍ୟା ମାମଲା: ଆଜି ଗୋପାଳଙ୍କ ହେବ ନାର୍କୋ ଟେଷ୍ଟ

ବ୍ରଜରାଜନଗର,୧୦।୨(ଡି.ଏନ.ଏ.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କର ଶୁକ୍ରବାର ନାର୍କୋ ଟେଷ୍ଟ ହେବ। ଏଥିପାଇଁ ଗୋପାଳଙ୍କୁ ଗୁଜରାଟ ଗାନ୍ଧୀନଗରକୁ ନିଆଯାଇଛି। ଟେଷ୍ଟ ପୂର୍ବରୁ ଗୋପାଳଙ୍କ ଏକାଧିକ ମେଡିକାଲ ଟେଷ୍ଟ କରାଯିବ। ଏହାପୂର୍ବରୁ ଗୁରୁବାର ଗାନ୍ଧୀନଗରସ୍ଥିତ ଡାଇରେକ୍ଟୋରେଟ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?