ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଞ୍ଚାୟତର ବଙ୍ଗଳାଗୁଡ଼ାକୁ ରାଜସ୍ବ ଗାଁର ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଜିଲାପାଳ କମଳ ଲୋଚନ ମିଶ୍ରଙ୍କୁ ଭେଟି ସେମାନେ ଏକ ଦାବିପତ୍ର ଦେଇଛନ୍ତି।
ବଙ୍ଗଳାଗୁଡ଼ା ଗ୍ରାମରେ ତିନୋଟି ୱାର୍ଡ ରହିଛି। ଗାଁ ଭିତରେ ୩ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ପ୍ରାୟ ୮୭୧ ଭୋଟର ରହିଛନ୍ତି। ୫ ଶହ ଜନସଂଖ୍ୟା ଥିବା ଗ୍ରାମ ରାଜସ୍ବ ଗ୍ରାମର ମାନ୍ୟତା ପାଉଥିବାବେଳେ ସବୁଦୃଷ୍ଟିରୁ ଯୋଗ୍ୟତା ଥାଇ ବଙ୍ଗଳାଗୁଡ଼ାବାସୀ ଏବେ ଯାଏ ମଞ୍ଚାଗାଁର ପଡ଼ା ଗ୍ରାମଭାବେ ରହିଥିବା ଗ୍ରାମବାସୀ କହିଛନ୍ତି। ଏଥିପାଇଁ ବହୁ ସରକାରୀ ଯୋଜନାର ଫାଇଦା ପାଇବାରୁ ବଞ୍ଚତ୍ତ ହେଉଛୁ। ବିଶେଷ ଭାବେ ଯୋଜନା ପ୍ରଣୟନ ତଥା ହିତାଧିକାରୀ ନିର୍ଦ୍ଧାରଣ ଗ୍ରାମସଭାରେ ପାତରଅନ୍ତର ଶିକାର ହେଉଛୁ ବୋଲି ହେଉଥିବା ଗ୍ରାମବାସୀ କହିଛନ୍ତି। ଗାଁ କଲ୍ୟାଣ ସମିତି ଗଠନରେ ମଧ୍ୟ ଉଚିତ ନ୍ୟାୟ ମିଳୁନାହିଁ। ବଙ୍ଗଳାଗୁଡ଼ାଠାରୁ ସାନ ଗାଁ ଦାଣ୍ଡୁଗୁଡ଼ା ରାଜସ୍ବ ଗ୍ରାମ ହୋଇଥିବାରୁ ସେହି ଗ୍ରାମ ନାମରେ ଗାଁ କଲ୍ୟାଣ ସମିତି ହେଉଛି। ରାଜ୍ୟ ସରକାର ନୂତନ ଭାବେ ରାଜସ୍ବ ଗ୍ରାମ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଞ୍ଚାଗାଁ ରାଜସ୍ବ ସର୍କଲର ଅଳଚିଆଗୁଡାକୁ ନେଇ ସର୍ଭେ ହେଉ ଥିବା ବେଳେ ବଙ୍ଗଳାଗୁଡା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ବିଚାରକୁ ନିଆ ଯାଇ ନ ଥିବାରୁ ଗ୍ରାମବାସୀ ସଭିଏଁ ଦସ୍ତଖତ ଅଭିଯାନ କରି ଜିଲାପାଳଙ୍କୁ ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ନିବେଦନପତ୍ର ଦେଇଛନ୍ତି। ରାଜସ୍ବ ଗ୍ରାମ ମାନ୍ୟତା ପାଇଁ ଆବଶ୍ୟକ ସରକାରୀ ପ୍ରକ୍ରିୟା କରିବେ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସନ୍ଦୀପ କର୍କରା, ପ୍ରଫୁଲ୍ଲ ହରିଜନ, ମୁରଲୀଧର ନାୟକ, ପ୍ରଶାନ୍ତ ନାୟକ, କିଶୋର ନାୟକ ପ୍ରମୁଖ ୫୮୭ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳଙ୍କୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri