ଚାଷୀଙ୍କୁ କଲବଲ କରୁଛି ପ୍ରଶାସନ

ଖଇରା,୧୦।୨ (ଉତ୍କଳବନ୍ଧୁ ପଣ୍ଡା): କେତେଜଣ ମିଲରଙ୍କ ଅସହଯୋଗ ତଥା ସରକାରୀ ଉଦାସୀନତା କାରଣରୁ ଚଳିତବର୍ଷ ବିଭିନ୍ନ ମଣ୍ଡିରେ ଧାନକିଣାରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳିକି ପଶ୍ଚିମବଙ୍ଗ ଓ ଆନ୍ଧ୍ର ବ୍ୟବସାୟୀ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ଯେତିକି ଚାଷୀ ଧାନ ଦେଉଛନ୍ତି ଟଙ୍କା ମିଳିବାରେ ଅତ୍ୟଧିକ ବିଳମ୍ବ ଯୋଗୁ ବ୍ୟାଙ୍କକୁ ଦୌଡି ଦୌଡି କଲବଲ ହେଉଛନ୍ତି ା ତୁରନ୍ତ ବ୍ୟବସ୍ଥାରେ ପରିବର୍ତ୍ତନ ନ ହେଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଖଇରା ବ୍ଲକର ୧୪ଟି ସେବା ସମବାୟ ସମିତି ତରଫରୁ ଧାନକିଣା ଜାରି ରହିଛି ା ବୁଧବାର ପର୍ଯ୍ୟନ୍ତ ବିଭିନ୍ନ ସମିତିରୁ ମିଳିଥିବା ତଥ୍ୟ ଅନୁଯାୟୀ ଏ ପର୍ଯ୍ୟନ୍ତ ୬ହଜାର ୭୧୯ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଥିବା ବେଳେ ୫ହଜାର ୯୧୨ଜଣ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ା ୮୦୭ଜଣ ଚାଷୀ ଟଙ୍କା ପାଇଁ ଦୈନିକ ଖଇରା ଶାଖା କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଗତବର୍ଷ ଆକାଉଣ୍ଟକୁ ଅର୍ଥ ଆସିବା ସମ୍ପର୍କିତ ସୂଚନା ସମ୍ପୃକ୍ତ ଚାଷୀଙ୍କ ମୋବାଇଲକୁ ଆସୁଥିଲା ହେଲେ ଚଳିତବର୍ଷ ସୂଚନା ଅଭାବରୁ ସେମାନେ ଅଯଥାରେ ବ୍ୟାଙ୍କକୁ ଦୌଡୁଛନ୍ତି ା ଧାନ ପକାଇବାର ୨୪ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଟଙ୍କା ଆସିବା ନେଇ ଯୋଗାଣ ବିଭାଗ ଘୋଷଣା କରିଥିଲେ ହେଁ ୧୨ଦିନ ପରେ ମଧ୍ୟ ଟଙ୍କା ନ ଆସିବା ଚାଷ କାର୍ଯ୍ୟ ପ୍ରତି ଅନାଗ୍ରହ ସୃଷ୍ଟି କରୁଛି ା ଏହା ମଧ୍ୟରେ ଏଭଳି ୧୦ଜଣ ଚାଷୀ ଅଛନ୍ତି ୧ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନାହିଁ। ସେପଟେ ଅଡା ଅଞ୍ଚଳର ଓ ଆଉ କିଛି ମିଲ ଧୂଳି ଅଗାଡି ଆଳରେ ୮ରୁ ୧୦ପ୍ରତିଶତ କଟ୍‌ନୀଛଟ୍‌ନୀ କରୁଥିବାରୁ ବହୁ ଚାଷୀ ଧାନ ବିକିବାକୁ ସକ୍ଷମ ହୋଇପାରୁନାହାନ୍ତି। ଫଳରେ ଗଡପୋଖରୀ, ମାଣିତ୍ରୀ, ଓସଙ୍ଗ, ଡୁଙ୍ଗୁରା, ବର୍ତ୍ତନା, ଖଇରା ଓ ପଳସା ଆଦି ସମିତିଗୁଡିକରେ ଚାଷୀମାନେ ଉକ୍ତ ମିଲ୍‌ ଓ ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଧାନକିଣାରେ ମଧ୍ୟ ଆଶାନୁରୂପ ଅଗ୍ରଗତି ହୋଇପାରୁନାହିଁ। ଘଟଣାକ୍ରମେ ଖଇରା ସମିତିରେ ଧାନକିଣାରେ ଅତ୍ୟଧିକ କଟ୍‌ନୀକୁ ନେଇ ପାଟିତୁଣ୍ଡ ପରେ ଗାୟତ୍ରୀ ମହାନ୍ତି ନାମକ ଚାଷୀ ଧାନ ରଖି ପଳାଇଥିଲେ। ଖୁବଶୀଘ୍ର ସେ ଜିଲାପାଳଙ୍କୁ ଭେଟିବାକୁ ଚେତାବନୀ ଦେଇଛନ୍ତି ା ଅବ୍ୟବସ୍ଥା ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟଙ୍କୁ ପଚାରିବାରେ ଟଙ୍କା ପାଇଁ କିଛିଦିନ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri