କେରାଣ୍ଡି ଗାଁକୁ ପକ୍କା ରାସ୍ତା ନାହିଁ

ପାରଳାଖେମୁଣ୍ଡି,୧୦ା୨(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହର ଉପକଣ୍ଠ ତଥା ଗୋଷାଣି ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମକୁ ପକ୍କା ରାସ୍ତା ନାହିଁ। ରାମସାଗର ଛକ ଦେଇ ଉକ୍ତ ଗ୍ରାମକୁ ଯାଇଥିବା ପକ୍କା ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ଅନ୍ୟପକ୍ଷରେ ପାରଳା ସହର ବୃନ୍ଦାବନ ପ୍ୟାଲେସ ନିକଟ ଦେଇ ଯାଇଥିବା ରାସ୍ତାଟି ଆଜି ଯାଏ ପକ୍କା ହୋଇପାରିନି। ଗ୍ରାମବାସୀ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ । କେରାଣ୍ଡି ଗ୍ରାମଟି ପାରଳା ସହର ଉପକଣ୍ଠରେ ରହିଥିଲେ ମଧ୍ୟ ପ୍ରଶାସନିକ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ବୋଲି ଗ୍ରାମବାସୀ କହିଛନ୍ତି। ଉଭୟ ନୂଆକେରଣ୍ଡି ଓ ପୁରୁଣା କେରାଣ୍ଡିର ଗ୍ରାମର ପ୍ରାୟ ୧ହଜାର ଲୋକ ମୁଖ୍ୟତଃ ରାମସାଗର ଛକ ରାସ୍ତା ଦେଇ ପାରଳା ଯାତାୟତ କରୁଛନ୍ତି, ଯାହାକି ବୃନ୍ଦାବନ ପ୍ୟାଲେସ ମାଟି ରାସ୍ତା ଅପେକ୍ଷା ପ୍ରାୟ ୨କି.ମି. ଅଧିକା ପଡୁଛି । ବୃନ୍ଦାବନ ପ୍ୟାଲେସ ରାସ୍ତା ଦେଇ ଗଲେ ସିଧା ପାରଳା ସହର ମଧ୍ୟରେ ପହଞ୍ଚି ହେଉଥିଲେ ମଧ୍ୟ ତାହା ପକ୍କା ହୋଇ ନ ଥିବାରୁ ଧୂଳିଧୂସର ଓ ବର୍ଷା ଦିନେ କର୍ଦ୍ଦମାକ୍ତ ହୋଇପଡୁଛି। ଫଳରେ ଯାତାୟତରେ ବିଭିନ୍ନ ସମସ୍ୟା ଉପୁଜୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷରେ ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରକୁ ଲାଗି ଥିବା ଏହି ଗ୍ରାମକୁ ଆଜିଯାଏଁ ପକ୍କାରାସ୍ତାଟିଏ ହୋଇପାରିନାହିଁ । ଭବିଷ୍ୟତରେ ପାରଳା ପୌରପରିଷଦ ସଂପ୍ରସାରଣ ହେଲେ କେରାଣ୍ଡି ଗ୍ରାମ ମଧ୍ୟ ସାମିଲ ହେବ । ଏଭଳି ସ୍ଥିତିରେ ଗାଁକୁ ପକ୍କା ରାସ୍ତାଟିଏ ନଥିବାରୁ ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri