ବଧୂହତ୍ୟା ଅଭିଯୋଗ: ଫାଣ୍ଡି ସମ୍ମୁଖରେ ମୃତଦେହ ରଖି ଧାରଣା ଦେଲେ ବାପଘର ଲୋକେ

ନୟାଗଡ଼ ଅଫିସ,୧୦ା୨: ନୟାଗଡ଼ ଜିଲା ଫତେଗଡ଼ ଥାନା ଜଗନ୍ନାଥପ୍ରସାଦ  ଗ୍ରାମରେ ପୂଜା ଜୁଝାରସିଂହଙ୍କ ନାମକ ଜଣେ ବଧୂଙ୍କୁ ହତ୍ୟା ଜରାଯାଇଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ମୃତଦେହ ରଖି ଶୁକ୍ରବାର ଧାରଣା ଦେଇଛନ୍ତି।

ଅଭିଯୋଗ ଅନୁସାରେ, ଫତେଗଡ଼ ଥାନା କେଶରସିଂ ଗ୍ରାମର ରାଜକିଶୋର ଜେନାଙ୍କ ଝିଅ ପୂଜା ଜୁଝାରସିଂହ ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧୀନ କାଦୁଆ ଗ୍ରାମର ଫକୀର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜୁଝାରସିଂହକୁ ୪ବର୍ଷ ତଳେ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ତେବେ ଅଧିକ ଯୌତୁକ ଦାବି କରି ପୂଜା ଉପରେ ନିର୍ଯାତନା ଦିଆଯାଉଥିଲା। ତେବେ ଅଧିକ ଯୌତୁକ ଦାବି କରି ପୂଜାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ଗୁରୁବାର ରାତିରୁ ପରିବାର ଲୋକେ ମୃତଦେହକୁ ସ୍ଥାନୀୟ ଫାଣ୍ଡି ସମ୍ମୁଖରେ ରଖି ଧାରଣା ଦେଇଛନ୍ତି। ଶାଶୁ ଶ୍ୱଶୁରଙ୍କୁ ପୋଲିସ ଛାଡ଼ି ଦେଇଥିବାରୁ ପୋଲିସ ଉପରେ ସନ୍ଦେହ ବଢ଼ିଛି। ଅନ୍ୟପକ୍ଷରେ ଫତେଗଡ଼ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ବାମୀ ଜିତେନ୍ଦ୍ରଙ୍କୁ ଅଟକ ରଖାଯାଇଥିବା ବେଳେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହ୍ୟ ତାତି, ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ବଢି ଚାଲିଛି ତାତି। ସୋମବାର ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ତେବେ ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩।୧: ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡାରେ ଘରୋଇ...

ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା: ୩ ବର୍ଷରେ ୧୩୨୮ ନାବାଳିକା ନିଖୋଜ, ବଢ଼ୁଛି ନାବାଳିକା ବଳାତ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ ନାବାଳିକା ଓ ମହିଳା ବଳାତ୍କାର ବୃଦ୍ଧି ପାଇଛି। ଦେଶରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ...

ସାମୁଦ୍ରିକ ଜୀବ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବି

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବାର୍‌ହାପୁରଠାରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମ୍ୟାନ୍‌ଗ୍ରୁଭ କଞ୍ଜରଭେଶନ ସୋସାଇଟିର ଏକ ଆଲୋଚନାଚକ୍ର ଶନିବାର...

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ...

‘ଡିଲ୍‌’କୁ ନେଇ ଦୋଷ ଲଦାଲଦି

ଭୁବନେଶ୍ବର,୧୩ା୧୨(ବ୍ୟୁରୋ):ପଦମ୍‌ପୁର ଉପନିର୍ବାଚନ ଫଳାଫଳ ବାହାରିବା ପରଠାରୁ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଭୋଟ୍‌ ପାଇଁ ଡିଲ୍‌ ହୋଇଥିବା କଥାକୁ...

କରୋନା ମୁକାବିଲା: ସରପଞ୍ଚଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର,୧୪ା୫(ବ୍ୟୁରୋ)- କରୋନା(କୋଭିଡ-୧୯) ସଂକ୍ରମଣ ରୋକିବା କ୍ଷେତ୍ରରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହେଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର...

କ୍ଲଷ୍ଟର ବୋରୱେଲକୁ ବିଜୁଳି, ମୋଟର ଲାଗୁନିଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ଚାଷୀ

ନୂଆପଡା ଅଫିସ,୬ା୮ ଆଜକୁ ଲାଗ ଲାଗ ୪ରୁ ୫ ବର୍ଷଧରି ମରୁଡି ପରିସ୍ଥିତି ଯୋଗୁ ଜିଲାର ଚାଷୀମାନେ ଘାଇଲା ହୋଇଗଲେଣି। ଅନ୍ୟପଟେ ଏଥିରୁ ରକ୍ଷା ପାଇବାକୁ...

Advertisement
Archives

Model This Week