ଜଣେ ଅଧିକାରୀଙ୍କୁ ୩ ଦାୟିତ୍ବ, କାର୍ଯ୍ୟ ସମ୍ପାଦନା ନେଇ ଉଠିଲା ପ୍ରଶ୍ନ

ଗୁଣପୁର,୧୦ା୨(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବିଡିଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ଆଇଟିଡିଏ ପିଏ ରୂପେ ବଦଳି କରାଯିବା ପରେ ରାମନାଗୁଡ଼ା ବିଡିଓ ପ୍ରଭାତି ଝୋଡ଼ିଆଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଡିଓ ଝୋଡ଼ିଆ ପୂର୍ବରୁ ଗୁଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଜଣେ ଅଧିକାରୀଙ୍କୁ ତିନି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ପ୍ରଦାନ କରାଯିବା ପରେ ଠିକ୍‌ରେ କାର୍ଯ୍ୟ ସମ୍ପାଦନା ନେଇ ପ୍ରଶ୍ନ ଉଠିଛି। ଗୁଣପୁର ଭଳି ସମ୍ବେଦନଶୀଳ ସ୍ଥାନରେ ଜଣେ ଅଧିକାରୀଙ୍କୁ କାହିଁକି ରାମନାଗୁଡ଼ା ସହ ଗୁଣପୁରର ଦାୟିତ୍ବ ପ୍ରଦାନ କରାଗଲା ତାହାକୁ ନେଇ ରାଜନିତି ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଗୁଣପୁର ବ୍ଲକରେ ବିଡିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ବହୁ ବାଦ ବିବାଦ ପରେ ବିଡିଓ ଶାନ୍ତିପ୍ରଭା ପ୍ରଧାନଙ୍କୁ ବଦଳି କରାଯାଇଥିଲା। ତାଙ୍କୁ ଗୁଣପୁର ଆଇଟିଡିଏ ପିଏ ଦାୟିତ୍ୱ ଦିଆଯାଇଛି। ବାରକୋଟ ତହସିଲଦାରଙ୍କୁ ଗୁଣପୁର ବିଡିଓ ଭାବେ ବଦଳି ହୋଇଥିବା ବେଳେ ସେ ଏବେସୁଦ୍ଧା କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି। ଏପରି ଘଟଣା କ୍ରମ ମଧ୍ୟରେ ମଙ୍ଗଳବାର ଜିଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡିଓଙ୍କୁ ରିଲିଭ୍‌ କରାଯିବା ସହ ରାମନାଗୁଡ଼ା ବିଡିଓଙ୍କୁ ଗୁଣପୁର ବ୍ଲକର ଅତିରିକ୍ତ ବିଡିଓ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ହୋଇଥିଲା। ଏହିକ୍ରମରେ ଉଭୟେ ନିଜ ନିଜର ଦାୟିତ୍ବ ବୁଧବାର ଗ୍ରହଣ କରିଛନ୍ତି। ବିଡିଓ ଶାନ୍ତିପ୍ରଭା ପ୍ରଧାନ ବଦଳି ହୋଇ ଯିବା ପରେ ବିଡିଓ ଏବଂ ଅଧ୍ୟକ୍ଷାଙ୍କ ମଧ୍ୟରେ ରହିଥିବା ବିବାଦ ଥମୁଛି ନଁା ଆଗକୁ ଆଉ କ’ଣ ରୂପ ନେଉଛି ତାହା ଦେଖିବାକୁ ରହିଲା। ଅନ୍ୟପଟେ ଏବେ ଦାୟିତ୍ବ ନେଇଥିବା ବିଡିଓ ଝୋଡ଼ିଆ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ମଧ୍ୟରେ ସମନ୍ବୟ ରହିବ ନଁା ନାହିଁ ତାହାକୁ ନେଇ ମଧ୍ୟ ଜନସାଧାରଣଙ୍କ ଅପେକ୍ଷା। ୩ଟି ଦାୟିତ୍ବ ନେବା ପରେ ପ୍ରଭାତି ଝୋଡ଼ିଆ ଅଧ୍ୟକ୍ଷା ମାନଙ୍କ ସହ ତାଳମେଳ ରଖି ନିଜ ଗୁରୁ ଦାୟିତ୍ବ କିପରି ତୁଲାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର। ରାମନାଗୁଡ଼ା ବିଡିଓ ପୌର ପରିଷଦର ଅଧ୍ୟକ୍ଷା ଦାୟିତ୍ବ ନେବା ପରେ ପୌର ପରିଷଦର ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଉଠିଥିବାବେଳେ ପୁଣି ନୂତନ ଦାୟିତ୍ବ ନେବା ପରେ ନିଜର କାର୍ଯ୍ୟ କିପରି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

ଘରୋଇ ସ୍କୁଲ ବସ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ: ଚାଲିଛି ସିସିଟିଭି ଫୁଟେଜ୍‌ ଯାଞ୍ଚ

ବଲାଙ୍ଗୀର, ୧।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ସର୍କିଟ ହାଉସ ନିକଟରେ ବୁଧବାର ସକାଳେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri