ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ

ଦାରିଙ୍ଗବାଡ଼ି,୧୦।୨(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କାମ ବେଳେ ପ୍ରବଳ ଧୂଳି ଉଡୁଥିବାରୁ ପ୍ରଦ୍ୟୁଷଣ ବୃଦ୍ଧି ପାଇଛି। ରାସ୍ତା ପାର୍ଶ୍ୱ ଗାଁଗୁଡିକରେ ଲୋକଙ୍କ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନଷ୍ଟ ହେଉଥିବା ବେଳେ ରାସ୍ତା କଡ଼ ଜଳଖିଆ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଶେଷ କରିବା ସହ ସଂପ୍ରସାରଣ ସ୍ଥାନରେ ପାଣି ସିଞ୍ଚନ କରାଯାଉ ବୋଲି ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ଦାବି କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ରାସ୍ତା କାମ ବିଳମ୍ବକୁ ନେଇ ସିମନବାଡ଼ି ସମେତ ଗଦଡ଼ି, ବାଡାବାଙ୍ଗା, ସିକକେତା ଆଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି।
ସିମନବାଡ଼ି ଠାରୁ ରାଇକିଆ ୨୫ କି.ମି. ଦୂର। ସେହିମଧ୍ୟରେ ୧୫ କି.ମି. ରାସ୍ତା ସଂପ୍ରସାରଣ ପାଇଁ ପ୍ରାୟ ୨୩ କୋଟି ଟଙ୍କା ଅନୁଦାନ ରହିଛି। ଗତ ଜୁନ ମାସରୁ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ଡେଡ୍‌ଲାଇନ ରହିଛି। ତେବେ କାର୍ଯ୍ୟ ଆରମ୍ଭ ହେବାର ୮ ମାସ ବିତିଛି। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ସରିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। କାର୍ଯ୍ୟରେ ଠିକାସଂସ୍ଥାର ଅହେତୁକ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି। ସମୟ ମଧ୍ୟରେ କାର୍ଯ୍ୟ ଶେଷ ନକଲେ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହତଛନ୍ତି। ଏଥି ସହ ଯେଉଁଠି କାମ ବେଳେ ପାଣି ପକାଯାଉନାହିଁ ସେଠାରେ ପାଣି ପକାଇବାକୁ ନିଦ୍ଦେର୍ର୍ଶ ଦିଆଯିବ ବୋଲି ସେ କହିଛନ୍ତି। ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି...

ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ...

ପାହାଡ଼ରେ ଖଞ୍ଜୁଥିଲେ ବିସ୍ଫୋରକ: ଧରାପଡ଼ିଲେ ୩ ଯୁବକ

ସୁନାବେଡା/ସେମିଳିଗୁଡା,୨୫ା୯(ସ୍ବ.ପ୍ର.): ପାହାଡ଼ରେ ପଥର ଫଟାଇବା ଲାଗି ବିସ୍ଫୋରକ ଖଞ୍ଜୁଥିବା ବେଳେ ସେମିଳିଗୁଡ଼ା ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଉପର ମାନିଆ...

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ...

ସାମାଜିକ ଦୂରତ୍ୱ ନିୟମ ନ ମାନିବାରୁ ୪ ଦୋକାନ ସିଲ୍‌

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)-ରଜ ପୂର୍ବରୁ ସାମାଜିକ ଦୂରତ଼ା ଆଇନ ନ ମାନିବାରୁ ଶୁକ୍ରବାର କେନ୍ଦୁଝର ସହରର ୪ ଦୋକାନକୁ ପ୍ରଶାସନ ସିଲ୍‌ କରିଛି। ୧୪ତାରିଖଠାରୁ ରଜପର୍ବ...

ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା

ନୂଆଗାଁ,୧୯।୬ (ଡି.ଏନ.ଏ.)- ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ...

ଗଞ୍ଜାମରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭୟଭୀତ ନ ହେବା ପାଇଁ ଜିଲାବାସୀଙ୍କୁ ଅନୁରୋଧ କଲେ ଜିଲାପାଳ

ଛତ୍ରପୁର,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ଦିନରେ ଜିଲାରେ ୧୭ ପଜିଟିଭ୍‌ ବାହାରିଥିବାରୁ ଜିଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମସ୍ତ...

କାଳବୈଶାଖୀରେ ଉଡ଼ିଲା ଆଜ୍‌ବେଷ୍ଟସ୍‌

କ.ନୂଆଗାଁ,୧୬।୫(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ...

Advertisement
Archives

Model This Week