ଦୀଘା ଉପକୂଳ ଅଲିଭରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା

ଭୋଗରାଇ,୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ଉପକୂଳ ଏବେ ଅଲିଭ ରିଡ୍‌ଲେଙ୍କ ମୃତ୍ୟୁ ଉପତ୍ୟକା ପାଲଟିଛି। ଶତାଧିକ ଟ୍ରଲର ଓଡ଼ିଶା ଜଳରାଶି ମଧ୍ୟକୁ ଅବାଧରେ ପଶିବା ଓ ବାଲେଶ୍ୱର ଜିଲା କୀର୍ତ୍ତନିଆ ସହିତ ବାହାବଳପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ବହୁ ମାଛଧରା ଟ୍ରଲର ଗଭୀର ସମୁଦ୍ରରେ ମାଛ ମାରୁଥିବାରୁ ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭରିଡ୍‌ଲେ ଟ୍ରଲର ଲୁହା ଫ୍ୟାନ୍‌ରେ କଟିଯାଇ କ୍ଷତବିକ୍ଷତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ମୃତ ଅଲିଭରିଡ୍‌ଲେ ସମୁଦ୍ର ଜୁଆରରେ ଭାସି ଆସି କୂଳରେ ଲାଗୁଛନ୍ତି। ଏପରିକି ସମୁଦ୍ରକୂଳ ନିର୍ଜନ ସ୍ଥାନରେ ପଡ଼ି ସମଗ୍ର ପରିବେଶ ଦୁର୍ଗନ୍ଧମୟ ହେଉଛି। ମୃତ ଅଲିଭରିଡ୍‌ଲେଙ୍କୁ କାଉ, କୁକୁର, ବିଲୁଆ ଟାଣି ଖିନଭିନ୍‌ କରୁଛନ୍ତି। ଦୀଘା ଉପକୂଳରେ ଗତମାସଠାରୁ ଅଲିଭରିଡ୍‌ଲେଙ୍କ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୧୦ରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ଗୁରୁବାର ଏକ ବିରଳ ପ୍ରଜାତିର ଅଲିଭରିଡ୍‌ଲେ ସମୁଦ୍ରରେ ଭାସି ଆସି କୂଳରେ ଲାଗିଛି। ଏହାର ଓଜନ ଏକ କୁଇଣ୍ଟାଲରୁ ଅଧିକ ହେବ ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି।
ତାଳସାରୀ ବେଳାଭୂମିରେ ଗତବର୍ଷ ୭ଟି ଅଲିଭରିଡ୍‌ଲେଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟି କୂଳରେ ଲାଗିଥିବା ଉଦୟପୁର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭବତଃ ଏହ ଅଲିଭରିଡ୍‌ଲେ ଅଣ୍ଡାଦାନ ନିମନ୍ତେ ଉପକୂଳମୁହାଁ ହେଉଥିବାରୁ ବେପରୁଆ ମାଛଧରା ଟ୍ରଲର ଧକ୍କା ଏବଂ ମତ୍ସ୍ୟଜୀବୀଙ୍କ ଜାଲରେ ଛନ୍ଦି ହୋଇ ଛଟପଟ ହୋଇ ମୃତ୍ୟୁବରଣ କରୁଥିବା ବନବିଭାଗ କହିଛି। ଗତବର୍ଷ ତାଳସାରୀ ସୁବର୍ଣ୍ଣଦ୍ୱୀପରେ ୪ଟି ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଚଳିତବର୍ଷ ପାଗ ଅନୁକୂଳ ଓ ସୁରକ୍ଷା ଦୃଷ୍ଟିରୁ ନିଷିଦ୍ଧଜୋନ୍‌ରେ ଅଧିକ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ସମ୍ଭାବନା ରହିଛି। ଉଦୟପୁରଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ୮କି.ମି. ଦୂର ଉପକୂଳରେ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ସହିତ ସଚେତନତା, ସ୍ବଚ୍ଛତା ଏବଂ ୧୦ କି.ମି. ସମୁଦ୍ର ମଧ୍ୟକୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ବୋଲି ବନପାଳ ପରମାନନ୍ଦ ନାୟକ ଓ ବନରକ୍ଷୀ ସଞ୍ଜୟ ମହାନ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ୍‌,୨୪।୪: ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ଏବେ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦାଖଲ କରିପାରିବେ...

କରୋନା ମୁକାବିଲା: ଗାଁ ରାସ୍ତା ସିଲ୍‌ କଲେ ଯୁବକ

ସମ୍ବଲପୁର,୨୬।୩(ବ୍ୟୁରୋ): କରୋନା ସଂକ୍ରମଣକୁ ନେଇ ସମ୍ବଲପୁର ଜିଲାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ସଚେତନ ରହିଥିବା ଦେଖିବାକୁ...

ରଥଖଳା ଚଳଚଞ୍ଚଳ, ୨୧ ଚକ ନିର୍ମାଣ କାମ ଶେଷ

ପୁରୀ ଅଫିସ,୨୩।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି ।...

୩ ଦଳ ମଧ୍ୟରେ ଜୋର୍‌ଦାର ଲଢ଼େଇ

ବିଞ୍ଝାରପୁର,୧୪ା୨(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ଅଧୀନ ବିଞ୍ଝାରପୁର ବ୍ଲକ ୨୬ ନମ୍ବର ଜୋନ୍‌ରେ ବିଜେଡି, ଭାଜପା ଓ କଂଗ୍ରେସ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର...

ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ପ୍ରତାରଣା, ଗର୍ଭପାତ: ବନ୍ଧା ହେଲେ ସମିତିସଭ୍ୟଙ୍କ ପୁଅ, କ୍ୱାକ୍‌

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଏବଂ ଗର୍ଭପାତ...

ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ

ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା।...

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି...

ଚିତ୍ରକୋଣ୍ଡାରେ କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ରାଉଣ୍ଡ ଗଣତିରେ କଂଗ୍ରେସ ଆଗୁଆ ରହିଛି। କଂଗ୍ରେସର ଲକ୍ଷ୍ମୀପ୍ରିୟା ନାୟକ ୭୭୦ ଭୋଟ୍‌ ପାଇଥିବା ବେଳେ ଭାଜପାର...

Advertisement
Archives

Model This Week