ଆମ ଜିଲା ଖବର

ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ

ଛତ୍ରପୁର,୧୩ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍‌ ଓ ଡିଜିପିଏସ୍‌ ମାଧ୍ୟମରେ ଏହି ହାଇଟେକ୍‌ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ…

ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ

ଜି.ଉଦୟଗିରି,୧୩ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍‌ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି। ସିଦ୍ଧେଶ୍ୱରୀ ସମୁଦାୟ ୬୫ଟି ଭୋଟ୍‌ ପାଇ ବିଜୟୀ ହୋଇଥିବା ବେଳେ…

ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଥିଲା। କୁହୁଡ଼ି ଯୋଗୁ ୨ ଶହ ମିଟର ରାସ୍ତା…

କଡ଼ାକଡ଼ି ହେବ ଟ୍ରାଫିକ୍‌ ବ୍ୟବସ୍ଥା

ଢେଙ୍କାନାଳ ଅଫିସ,୧୩ା୧: ଢେଙ୍କାନାଳ ସହରରେ ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜିଲା ପୋଲିସ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଗଡାଠାରୁ ବାଜିଚୌକ, ମହିଷାପାଟ ଓ କଣ୍ଟାନାଳି ଛକରେ ଟ୍ରାଫିକ୍‌ ପରିଚାଳନା ଉପରେ ଗୁରୁତ୍ୱ…

ଖଣି ରାସ୍ତା ପାଇଁ ଜଙ୍ଗଲ ଜମି ବ୍ୟବହାର ମାମଲା

ଢେଙ୍କାନାଳ ଅଫିସ,୧୩।୧: ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ଗଣ୍ଡାନାଳୀ ମୌଜାରେ ବିନା ପରିବେଶ ଅନୁମତିରେ କଳାପଥର ଖଣି ଚାଲିବା, ଖଣିରେ ବିସ୍ଫୋରକ ବ୍ୟବହାର, ଜେସିବି ସହାୟତାରେ ପଥର ଉତ୍ତୋଳନ, କଦଳୀପାଳ ଗ୍ରାମ୍ୟ ଜଙ୍ଗଲ ଜମିକୁ ଏଥିଲାଗି ବ୍ୟବହାର କରିବା ନେଇ ଜାତୀୟ…

ଫେବୃୟାରୀ ୧୮ରେ କପିଳାସ ଜାଗରଯାତ୍ରା: ପ୍ରାତଃ ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ ଅଫିସ,୧୩।୧: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସରେ ଆସନ୍ତା ଫେବୃୟାରୀ ୧୮ରେ ହେବ ପ୍ରସିଦ୍ଧ ଜାଗରଯାତ୍ରା। ଏହାକୁ ଶୃଙ୍ଖଳିତ କରିବା ଲାଗି ଗୁରୁବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି…

୪୨୮୯ ଟୋକନ ବାତିଲ ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲାରେ ୪ ହଜାର ୨୮୯ ଚାଷୀଙ୍କ ଟୋକନ ବାତିଲ ହେବା ପରେ ପ୍ରତିବାଦ ବଢ଼ିଥିଲା । ତେବେ ଚାଷୀଙ୍କ ବିରୋଧ ପୂର୍ବରୁ ଜିଲା ପ୍ରଶାସନ ନିଜର ତ୍ରୁଟି ସଂଶୋଧନ କରି ନେଇଛି । ଏବେ ପ୍ରାୟ ୩…

ପାଠପଢ଼ା ବନ୍ଦ କରାଇ ଛାତ୍ରୀଛାତ୍ରଙ୍କୁ ନାଚଗୀତ ତାଲିମ

ନୟାଗଡ଼ ଅଫିସ,୧୩।୧: ସ୍କୁଲରେ ପାଠପଢ଼ା ବନ୍ଦ କରାଇ ନୟାଗଡ ଏନଏସି ହାଇସ୍କୁଲ କର୍ତ୍ତୃପକ୍ଷ ନୟାଗଡ ବ୍ରଜେନ୍ଦ୍ର ହାଇସ୍କୁଲର ଖେଳ ପଡିଆକୁ ନାଚଗୀତର ଆସରକୁ ଗୁରୁବାର ପଠାଇବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ଏହାକୁ ପ୍ରତିବାଦ କରି ଶିକ୍ଷାମନ୍ତ୍ରୀ…

କଂସା, ପିତ୍ତଳ ସାମଗ୍ରୀ ପାଇଁ କଞ୍ଚାମାଲ ଅଭାବ

ଖଣ୍ଡପଡ଼ା,୧୩ା୧( ଅଜୟ କୁମାର ମହାରଣା): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବ ପୀଠ କଂସା ପିତ୍ତଳ ବାସନ ଶିଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ହେଲେ ଏବେ କଞ୍ଚାମାଲର ଅଭାବ ଓ ଉପତ୍ାଦିତ ସାମଗ୍ରୀର ବଜାର ଚାହିଦା…

ଭାରତୀୟ ହକି ଦଳର ଶୁଭକାମନା କଲେ ଅମିତ୍‌ ରୋହିଦାସଙ୍କ ମାଆ

ସୁନ୍ଦରଗଡ଼,୧୩।୧(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ସଉନାମରା ମାଟିର ପୁଅ ଅମିତ୍‌ ରୋହିଦାସ। ୨୦୨୩ ପୁରୁଷ ହକି ବିଶ୍ବକପ୍‌ର ଭାରତୀୟ ହକି ଦଳର ସେ ଉପଅଧିନାୟକ। ରାଉରକେଲାଠାରେ ଆରମ୍ଭ ହେଉଥିବା ଏହି ହକି ବିଶ୍ବକପ୍‌ ନେଇ ସମସ୍ତଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ।…

ଷ୍ଟାଡିୟମ ସୁରକ୍ଷାରେ ବାଉଁଶ ବାଡ଼

ସମ୍ବଲପୁର,୧୩ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଉନ୍ନତି ପାଇଁ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ବି ଟଙ୍କା ଆସି…

ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୩।୧( ଉତ୍କଳବନ୍ଧୁ ପଣ୍ଡା): ଆଉ ଦିନକ ପରେ ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଲୋକସଜ୍ଜାରେ ଝଲସି ଉଠୁଛି କୁପାରୀ। ମେଳା ଯଜ୍ଞ ଓ ମହୋତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?