ରାଜପଥ ଦୁରବସ୍ଥା ବଢ଼ାଉଛି ଟ୍ରାଫିକ୍‌ ସମସ୍ୟା

କଟକ ଅଫିସ,୨୦ା୨: କାଠଯୋଡ଼ି ପୋଲଠାରୁ ପଳାଶୁଣୀ ଯାଏ ୧୬ ନମ୍ବର ଜାତୀୟ ରାଜପଥର ଦୁରବସ୍ଥା କହିଲେ ନସରେ। ଗମନାଗମନ ଦୃଷ୍ଟିରୁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ରାଜପଥରେ ରହିଥିବା ବିଭିନ୍ନ ସମସ୍ୟା କମିଶନ୍‌ରେଟ୍‌ ପୋଲିସ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟିର ଅନ୍ୟତମ କାରଣ ପାଲଟିଛି। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସୁପ୍ରିମକୋର୍ଟ କମିଟି ଅନ୍‌ ରୋଡ୍‌ ସେଫ୍ଟି ସଦସ୍ୟଙ୍କ ନିକଟରେ ରବିବାର ଦାଖଲ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି।
କାଠଯୋଡ଼ିରୁ ପଳାଶୁଣୀ ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ୱର ଅନେକ ସ୍ଥାନରେ ପିଚୁ ଉଠି ଖାଲଖମା ସୃଷ୍ଟି ହୋଇଛି। ଏହାକୁ ମରାମତି କରିବା ଏବେ ଜରୁରୀ ହୋଇପଡିଛି। ରାସ୍ତା ମଝିରେ ଥିବା ବୃକ୍ଷକୁ ତାରବାଡ଼ ବା ଲୁହା ରେଲିଂ ଦ୍ୱାରା ଆବଦ୍ଧ କରାଯିବା ଆବଶ୍ୟକତା ରହିଛି। ରାସ୍ତାର ବାଙ୍କସ୍ଥାନ ଏବଂ ରାସ୍ତାପାର୍ଶ୍ୱ ସିମେଣ୍ଟ କାନ୍ଥର ପେଣ୍ଟିଂ ଓ ଷ୍ଟିକରିଂ ଭଲ ଭାବେ ଦେଖାଯିବା ଦରକାର। ରାଜପଥରେ ଖରାପ ହୋଇଥିବା ଲାଇଟ୍‌ ମରାମତି ସହିତ ନୂତନ ଲାଇଟ୍‌ ଲଗାଇବା, ରାସ୍ତାପାର୍ଶ୍ୱରୁ ପୁରୁଣା ଓ ନଷ୍ଟ ହୋଇଥିବା ଟ୍ରାଫିକ ସଙ୍କେତଗୁଡ଼ିକୁ ହଟାଇବା ମଧ୍ୟ ଦରକାର। ରାଜପଥର ଏହି ଅଂଶରେ ଥିବା ଗୁରୁତ୍ୱପୂର୍ଣ୍ଣ ଜଙ୍କସନ୍‌ ଯଥା- ପୁରୀ ବାଇପାସ୍‌ ଛକ, ହଂସପାଳ ଛକ, ହାଇଓ୍ବେ ହୋଣ୍ଡା ଛକ, ବାଲିକୁଦା ଛକ, ଉରାଳି ଛକ ସମେତ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ସର୍ଭିସ ରୋଡ୍‌ରେ ସ୍ପିଡ୍‌ ବ୍ରେକର ଓ ରମ୍ବଲର ଲଗାଗଲେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ। ବାଲିକୁଦା ଓ ଉରାଳିଠାରେ ଥିବା ଟ୍ରାଫିକ ପୋଲିସ ଏଡ୍‌ ପୋଷ୍ଟ ବହୁତ ପୁରୁଣା ହୋଇଥିବାରୁ ସେଠାରେ ନୂଆ ଏଡ୍‌ ପୋଷ୍ଟ ସ୍ଥାପନ ସହ ଟ୍ରାଫିକ ସିଗ୍‌ନାଲ ବ୍ୟବସ୍ଥା କରାଗଲେ ଟ୍ରାଫିକ ନିୟନ୍ତ୍ରଣ ସହଜ ହୋଇପାରିବ। ରାଜପଥ ସମ୍ପ୍ରସାରଣ ସତ୍ତ୍ୱେ ବି ଅନେକ ସ୍ଥାନରେ ବେଆଇନ ଅବରୋଧ ରହିଛି। ସେଗୁଡ଼ିକୁ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଦ୍ୱାରା ହଟାଇବା ମଧ୍ୟ ଅନ୍ୟ ଏକ ପ୍ରମୁଖ କାର୍ଯ୍ୟ ହୋଇଛି। ଏହାବାଦ୍‌ ବାଲିକୁଦା, ଗୋପାଳପୁର, ନୂଆଗଡ଼, ପ୍ରତାପନଗରୀ ଓ ହଂସପାଳ ନିକଟରେ ରାସ୍ତା ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଥିବାରୁ ତୁରନ୍ତ ମରାମତି ଦରକାର। ରାଜପଥରେ କୌଣସି ସମୟରେ ଯାନବାହନ ଦୁର୍ଘଟଣାଜନିତ ଟ୍ରାଫିକକୁ ସାମ୍ନା କରିବା ପାଇଁ ନଖରାଛକରେ ଏକ ହାଇଡ୍ରା କ୍ରେନ୍‌ ରଖାଯିବାର ଆବଶ୍ୟକତା ରହିଛି। କଟକ-ଭୁବନେଶ୍ୱର ଦ୍ୱୈତନଗରୀ ମଧ୍ୟରେ ସୁବ୍ୟବସ୍ଥିତ ଢଙ୍ଗରେ ଗାଡ଼ି ଚଳାଚଳ ପାଇଁ କାଠଯୋଡ଼ି ପୋଲଠାରୁ ପଳାଶୁଣୀ ପର୍ଯ୍ୟନ୍ତ ରାଜପଥରେ ଆବଶ୍ୟକ ଧଳାଚିହ୍ନ ସାଙ୍ଗକୁ ଷ୍ଟଡ୍‌ ଲାଇଟ୍‌ ଲଗାଯିବା ନିହାତି ଦରକାର ବୋଲି କମିଶନରେଟ୍‌ ପୋଲିସ ପକ୍ଷରୁ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ସେହିପରି ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ମାଧ୍ୟମରେ ସଚେତନତା ଭିଡିଓ ପ୍ରଦର୍ଶନ, ଜନସାଧାରଣ ଓ ଟ୍ରାଫିକ ସ୍ବେଚ୍ଛାସେବୀଙ୍କୁ ତାଲିମ ଦେବା ପାଇଁ ଦକ୍ଷ ପୋଲିସ ଅଧିକାରୀ ନିଯୁକ୍ତି, ସଚେତନତା ବୃଦ୍ଧି ନିମନ୍ତେ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଜନସାଧାରଣ ଓ ଛାତ୍ରୀଛାତ୍ରଙ୍କୁ ସାମିଲ କରାଇବା, ଲାଇଟ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା ରକ୍ଷଣାବେକ୍ଷଣ, ଜବରଦଖଲକାରୀଙ୍କୁ ହଟାଇବା ପାଇଁ ନିୟମିତ ଚଢ଼ାଉ ଅଭିଯାନ, ସହର ଭିତର ଜେବ୍ରାକ୍ରସିଂରେ ରଙ୍ଗ ଲଗାଇବା, ଓ୍ବାନ୍‌ ଓ୍ବେ ଟ୍ରାଫିକ ବ୍ୟବସ୍ଥା ପ୍ରଚଳନ ସହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ କରାଯିବା ଆଦିକୁ ମଧ୍ୟ ସୁପ୍ରିମକୋର୍ଟ କମିଟି ଅନ୍‌ ରୋଡ୍‌ ସେଫ୍ଟି ସଦସ୍ୟଙ୍କ ଆଗରେ ଉପସ୍ଥାପନ କରାଯାଇଛି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ କମିଟି ଅନ୍‌ ରୋଡ୍‌ ସେଫ୍ଟିର ସଦସ୍ୟ ୧୫ ତାରିଖରୁ ଓଡ଼ିଶା ଗସ୍ତରେ ଆସି ୧୯ରେ କାର୍ଯ୍ୟକ୍ରମ ଶେଷ କରି ଦିଲ୍ଲୀ ଫେରିଯାଇଛନ୍ତି। ଉକ୍ତ କମିଟି ଏହି ୫ ଦିନ ମଧ୍ୟରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ଗୋପାଳପୁର ଆଦି ଅଞ୍ଚଳ ଗସ୍ତ କରି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକ ଓ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ଅଧିକାରୀ, ପରିବହନ ଓ ପୋଲିସ ଅଧିକାରୀ, ପୁରୀରେ ଜାତୀୟ ରାଜପଥ ପ୍ରାଧୀକରଣ କର୍ତ୍ତୃପକ୍ଷ, ଜିଲାପାଳ, ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ କମିଟି ସଦସ୍ୟମାନେ ଆଲୋଚନା କରିବା ସହ ବ୍ରହ୍ମପୁରରେ ଏମ୍‌କେସିଜି ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟରର କାର୍ଯ୍ୟକାରିତା ନେଇ ଗଞ୍ଜାମ ଜିଲାପାଳ, ଏସ୍‌ପି ଓ ହସ୍ପିଟାଲ ଅଧୀକ୍ଷକଙ୍କ ସହ ଅନୁଧ୍ୟାନ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

ଦିଗପହଣ୍ଡିରେ ଲଗାଣ ବର୍ଷା: ବୃଦ୍ଧି ପାଉଛି ଘୋଡ଼ାହାଡ଼ ଡ୍ୟାମ୍‌ର ଜଳପତ୍ତନ,ସଜାଗ ରହିଛି…

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଗତ ୪ ଦିନ ହେବ ଦିଗପହଣ୍ଡି ଅଞ୍ଚଳରେ ତୁହାକୁ ତୁହା ପ୍ରବଳ ବର୍ଷା…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?