ସମୁଦ୍ର ପାଣିରେ ୩୨ ପ୍ରକାର ଲୁଣ ଅଛି

ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍‌ରେ ଉପକୂଳ ଓଡ଼ିଶାର ୭ ଜିଲାର ୩୩ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ଆବାସିକ ତାଲିମ ନେଉଛନ୍ତି। ଏହି ଅବସରରେ ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରବିବାର ସିଫା(ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫ୍ରେଶୱାଟର ଆକ୍ୱାକଲଚର୍‌)ର ଦୁଇଜଣ ବୈଜ୍ଞାନିକ ଯୋଗ ଦେଇଥିଲେ। ସେମାନେ ହେଲେ ଡା. ଅମ୍ବିକା ପ୍ରସାଦ ନାୟକ ଓ ଡା. ସତ୍ୟନାରାୟଣ ସେଠୀ। ଏହି ଦୁଇ ବୈଜ୍ଞାନିକ ମତ୍ସ୍ୟଜୀବୀଙ୍କୁ ଭାନାମି ଚିଙ୍ଗୁଡ଼ି, ଗଜା ଚିଙ୍ଗୁଡ଼ି, ଭେକ୍ଟି ମାଛ, ଖଇଙ୍ଗା, ସବା ଖଇଙ୍ଗା, କଙ୍କଡା, ରଙ୍ଗିନ୍‌ ମାଛ, ମୁକ୍ତା ଚାଷ, ଜୈବପୁଞ୍ଜ ମାଛଚାଷ, ସମନ୍ବିତ ମାଛଚାଷ, ପଞ୍ଜୁରି ଭିତରେ ମାଛଚାଷ, ପ୍ରବାହମାନ ମାଛଚାଷ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ବୈଜ୍ଞାନିକ ନାୟକ କହିଥିଲେ, ସମୁଦ୍ର ଲୁଣି ପାଣିରେ ୩୨ ପ୍ରକାର ଲୁଣ ଅଛି। ସେଥିରେ ନଦୀଜଳ ମିଶିଲେ କ୍ଷାର ଜଳ ହୋଇଥାଏ। ତାହା ପ୍ରାକୃତିକ। ଏହିଭଳି ପାଣିରେ ମାଛଚାଷ କଲେ ସୁଫଳ ମିଳିଥାଏ। କିନ୍ତୁ ଏବେ ଆଧୁନିକ ପ୍ରଣାଳୀରେ ମାଛଚାଷ ପାଇଁ କେତେକ ମଧୁରଜଳ ଥିବା ଜାଗାରେ କୃତ୍ରିମ ଉପାୟରେ କ୍ଷାରଜଳ କରିବା ପାଇଁ ଚେଷ୍ଟା କରାଯାଉଛି। ଯଥା ମଧୁର ପାଣିରେ ଲୁଣ ଓ ଅନ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ଏହା କେବେବି ସମୁଦ୍ର ଲୁଣିପାଣି ସହ ସମାନ ହେବନାହିଁ ବୋଲି ସେ କହିଥିଲେ। ଭିଏତ୍‌ନାମ କଉ, ମାଗୁର, ସିଙ୍ଗି, ରୂପଚାନ୍ଦି, ଜଳଙ୍ଗ ଆଦି ମାଛଚାଷରେ କମ୍‌ ସମୟ ମଧ୍ୟରେ ଅଧିକ ଉତ୍ପାଦନ ହୋଇଥାଏ। କିନ୍ତୁ ଏସବୁ ମାଛ ଚାଷବେଳେ ସମାନ ସମୟରେ ଜନ୍ମ ନେଇଥିବା ଯାଆଁଳ ଛାଡିବା ଜରୁରୀ। କାରଣ ମାଛର ବୟସ ବଡ଼ ସାନ ରହିଲେ ବଡ଼ ମାଛ ସାନ ମାଛକୁ ଖାଇ ଦେଇଥାଏ ବୋଲି ବୈଜ୍ଞାନିକ ସେଠୀ କହିଛନ୍ତି।
ତାଲିମ ସମ୍ପର୍କରେ କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁଯାୟୀ, ୭ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ମତ୍ସ୍ୟଜୀବୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଏହି ତାଲିମ ଦିଆଯାଉଛି। ଚଳିତ ୨୦୨୨-୨୩ ବର୍ଷରେ ୪ଟି ବ୍ୟାଚ୍‌ରେ ୧୦୭୬ ମତ୍ସ୍ୟଚାଷୀ ଓ ୧୪୯ ସାଗରମିତ୍ରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨୯୩ ଜଣ ମହିଳା ଅଛନ୍ତି। ମାର୍ଚ୍ଚରେ ପଞ୍ଚମ ତଥା ଶେଷ ବ୍ୟାଚରେ ୧୯୦ଜଣ ପ୍ରଶିକ୍ଷଣ ନେବେ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri