ସମୁଦ୍ର ପାଣିରେ ୩୨ ପ୍ରକାର ଲୁଣ ଅଛି

ପାରାଦୀପ,୨୦ା୨ (ସ୍ବ.ପ୍ର.): ରାଜ୍ୟର ଏକମାତ୍ର କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ର ପାରାଦୀପରେ ଚଳିତବର୍ଷ ଚତୁର୍ଥ ପର୍ଯ୍ୟାୟ ତାଲିମ ୧୩ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିଛି। ଏହି ବ୍ୟାଚ୍‌ରେ ଉପକୂଳ ଓଡ଼ିଶାର ୭ ଜିଲାର ୩୩ ଜଣ ପାରମ୍ପରିକ ମତ୍ସ୍ୟଜୀବୀ ଆବାସିକ ତାଲିମ ନେଉଛନ୍ତି। ଏହି ଅବସରରେ ମତ୍ସ୍ୟଜୀବୀଙ୍କୁ ପ୍ରଶିକ୍ଷଣ ଦେବାପାଇଁ ରବିବାର ସିଫା(ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଫ୍ରେଶୱାଟର ଆକ୍ୱାକଲଚର୍‌)ର ଦୁଇଜଣ ବୈଜ୍ଞାନିକ ଯୋଗ ଦେଇଥିଲେ। ସେମାନେ ହେଲେ ଡା. ଅମ୍ବିକା ପ୍ରସାଦ ନାୟକ ଓ ଡା. ସତ୍ୟନାରାୟଣ ସେଠୀ। ଏହି ଦୁଇ ବୈଜ୍ଞାନିକ ମତ୍ସ୍ୟଜୀବୀଙ୍କୁ ଭାନାମି ଚିଙ୍ଗୁଡ଼ି, ଗଜା ଚିଙ୍ଗୁଡ଼ି, ଭେକ୍ଟି ମାଛ, ଖଇଙ୍ଗା, ସବା ଖଇଙ୍ଗା, କଙ୍କଡା, ରଙ୍ଗିନ୍‌ ମାଛ, ମୁକ୍ତା ଚାଷ, ଜୈବପୁଞ୍ଜ ମାଛଚାଷ, ସମନ୍ବିତ ମାଛଚାଷ, ପଞ୍ଜୁରି ଭିତରେ ମାଛଚାଷ, ପ୍ରବାହମାନ ମାଛଚାଷ ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ବୈଜ୍ଞାନିକ ନାୟକ କହିଥିଲେ, ସମୁଦ୍ର ଲୁଣି ପାଣିରେ ୩୨ ପ୍ରକାର ଲୁଣ ଅଛି। ସେଥିରେ ନଦୀଜଳ ମିଶିଲେ କ୍ଷାର ଜଳ ହୋଇଥାଏ। ତାହା ପ୍ରାକୃତିକ। ଏହିଭଳି ପାଣିରେ ମାଛଚାଷ କଲେ ସୁଫଳ ମିଳିଥାଏ। କିନ୍ତୁ ଏବେ ଆଧୁନିକ ପ୍ରଣାଳୀରେ ମାଛଚାଷ ପାଇଁ କେତେକ ମଧୁରଜଳ ଥିବା ଜାଗାରେ କୃତ୍ରିମ ଉପାୟରେ କ୍ଷାରଜଳ କରିବା ପାଇଁ ଚେଷ୍ଟା କରାଯାଉଛି। ଯଥା ମଧୁର ପାଣିରେ ଲୁଣ ଓ ଅନ୍ୟ ଆଣ୍ଟିବାୟୋଟିକ୍ସ ବ୍ୟବହାର କରାଯାଉଛି। ଏହା କେବେବି ସମୁଦ୍ର ଲୁଣିପାଣି ସହ ସମାନ ହେବନାହିଁ ବୋଲି ସେ କହିଥିଲେ। ଭିଏତ୍‌ନାମ କଉ, ମାଗୁର, ସିଙ୍ଗି, ରୂପଚାନ୍ଦି, ଜଳଙ୍ଗ ଆଦି ମାଛଚାଷରେ କମ୍‌ ସମୟ ମଧ୍ୟରେ ଅଧିକ ଉତ୍ପାଦନ ହୋଇଥାଏ। କିନ୍ତୁ ଏସବୁ ମାଛ ଚାଷବେଳେ ସମାନ ସମୟରେ ଜନ୍ମ ନେଇଥିବା ଯାଆଁଳ ଛାଡିବା ଜରୁରୀ। କାରଣ ମାଛର ବୟସ ବଡ଼ ସାନ ରହିଲେ ବଡ଼ ମାଛ ସାନ ମାଛକୁ ଖାଇ ଦେଇଥାଏ ବୋଲି ବୈଜ୍ଞାନିକ ସେଠୀ କହିଛନ୍ତି।
ତାଲିମ ସମ୍ପର୍କରେ କ୍ଷାରଜଳ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁଯାୟୀ, ୭ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାର ମତ୍ସ୍ୟଜୀବୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନେଇ ଏହି ତାଲିମ ଦିଆଯାଉଛି। ଚଳିତ ୨୦୨୨-୨୩ ବର୍ଷରେ ୪ଟି ବ୍ୟାଚ୍‌ରେ ୧୦୭୬ ମତ୍ସ୍ୟଚାଷୀ ଓ ୧୪୯ ସାଗରମିତ୍ରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ସେମାନଙ୍କ ମଧ୍ୟରେ ୨୯୩ ଜଣ ମହିଳା ଅଛନ୍ତି। ମାର୍ଚ୍ଚରେ ପଞ୍ଚମ ତଥା ଶେଷ ବ୍ୟାଚରେ ୧୯୦ଜଣ ପ୍ରଶିକ୍ଷଣ ନେବେ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଚାଇନାକୁ ଅଲ୍ଟିମେଟମ ଦେଲା ଆମେରିକା: ଟ୍ରମ୍ପ କହିଲେ, ନଜର ପକାଇଲେ ଛାଡ଼ିବୁନି

ଓ୍ବାଶିଂଟନ୍‌,୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପାନାମା କେନାଲ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆମେରିକା କେବେବି…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri