ବିକାଶରେ ବାଧକ ଶୋଚନୀୟ ରାସ୍ତା

ଯାଜପୁର ଅଫିସ,୨୦।୨: ଯାଜପୁର ଜିଲା ଗଠନ ହେବାର ୩୦ ବର୍ଷ ପରେ ବି ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ। ସବୁଦିନିଆ ରାସ୍ତା ସୁଦୃଢ଼ ନ ଥିଲେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ବାଣିଜ୍ୟ ଆଦି କ୍ଷେତ୍ରରେ ବିକାଶ ସମ୍ଭବ ନୁହେଁ। ଏହି କଥା ଖୋଦ୍‌ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ଯାଜପୁର ଜିଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ୩୭ଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ଜରାଜୀର୍ଣ୍ଣ ଓ ଶୋଚନୀୟ ହୋଇ ପଡିଛି। ତେଣୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସ୍ବତନ୍ତ୍ର ମରାମତି ଅନୁଦାନ(ସ୍ପେଶାଲ ରିପାୟର ଗ୍ରାଣ୍ଟ)ରେ ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ସେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହାକୁ ଭିତ୍ତିକରି ବିଭାଗ ପକ୍ଷରୁ ଯାଜପୁର ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ୭ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କହିବା ବାହୁଲ୍ୟ ଯେ, ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଏକ ଉଦାହରଣ ହୋଇଥିବାବେଳେ ଜିଲାର ଶତାଧିକ ରାସ୍ତା ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ରାଜନୈତିକ କର୍ମୀଙ୍କୁ ପୋଷିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଅର୍ଥକୁ ମାଧ୍ୟମ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିବର୍ଷ ରାସ୍ତା ମରାମତି ନାମରେ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। ହେଲେ ତାହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ ରାସ୍ତା ଅବସ୍ଥାରେ ଉନ୍ନତି ଆସିପାରୁନାହିଁ। ଦୀର୍ଘବର୍ଷ ଧରି ଜିଲାର ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ହେଲେ ସେମାନଙ୍କ ଆନ୍ତରିକତା ଅଭାବ ଜିଲାର ବିକାଶରେ ଅନ୍ତରାୟ ସାଜିଥିବା ମତପ୍ରକାଶ ପାଉଛି।
ମନ୍ତ୍ରୀ ମଲ୍ଲିକଙ୍କ ପତ୍ର ଅନୁଯାୟୀ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର କାଟିଆ-କାଳୀପଡ଼ିଆ, ରାଧାମୋହନ-ମନ୍ଦାରଖଣ୍ଡ, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ ଯୋଗୀମଠ, ପାରେଶ୍ୱରପୁରଠାରୁ କୋଟପୁର, ସିଂହପୁର ହାଇସ୍କୁଲଠାରୁ ଟିଣା, ମହାଦେବ ଛନ୍ଦାଠାରୁ ହରିଜନ ସାହି, ବିଞ୍ଝାରପୁର ଉଠାଜଳସେନ କେନ୍ଦ୍ରଠାରୁ ଖରସ୍ରୋତା ନଦୀବନ୍ଧ, ବରୀ-ବିଞ୍ଝାରପୁର, କଲ୍ୟାଣପୁର-ସାମଲପୁର, ନାରିଗାଁଠାରୁ ଜୁଣ୍ଡୁପୁର, ଉତ୍ତଙ୍ଗରା-ଚିକଣା-ରଘୁନାଥପୁର, ଆଉଁରି ହାଇସ୍କୁଲଠାରୁ ମାଟିଆକଣ ଭାୟା ଆଉଁରୀ, କପିଳାଠାରୁ ବରପଦା-ଚିଲାପଡିଆ ଭାୟା ନାଗପୁର, ଗ୍ରାମନନ୍ଦିପୁର ପଞ୍ଚାୟତ ଅଫିସଠାରୁ ବିତନା, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ କୁଜି ବଡ଼ପାଲ ଓ ଲେଙ୍କା ସାହି ଭାୟା ଅରେଇ, ବରେଇ/ନୂଆବିଲଠାରୁ ମଣିପାଟଣା ଭାୟା ଶ୍ରୀମା ହାଇସ୍କୁଲ, ସାନକୁଆଁଲଠାରୁ ଖାନନଗର ଭାୟା କୋଟପୁର ଓ ନୂଆପାଟଣା, ଜୁଣ୍ଡୁପୁରଠାରୁ ଗରବନ୍ଧ, ଚଣ୍ଡିଗୋଳ ଛକଠାରୁ ମନ୍ଦାରଖଣ୍ଡ ଭାୟା ଗଙ୍ଗାଧରପୁର, ଷଡ଼ଙ୍ଗୀସାହି ଓ ବାଇଟାଙ୍ଗି, ମନ୍ଦାରଖଣ୍ଡ ଛକଠାରୁ ବାବଲପୁର, ଭଅଁରା ଶାସନ ରାସ୍ତା, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ ମାଧପୁର, ବରିକୁଳଠାରୁ ଶ୍ରୀଧରପୁର, ଏମ୍‌ଡିଆର୍‌-୧୩ଠାରୁ ପ୍ରୀତିପୁର-ବରକୋଟି, ପ୍ରୀତିପୁର-ଡିହକୁଳାଠାରୁ ଉତ୍ତରକୁଳ, ଫଳପୁରଠାରୁ ହଳଦିଡ଼ିହ, ନନ୍ଦିପୁର ପ୍ରୀତିପୁରଠାରୁ ଝିଙ୍କିରି, ବିଞ୍ଝାରପୁର ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ କଏଣା ରାସ୍ତା, ଡିହକୁଳଠାରୁ ଛୋଟାଗଡ଼ି, ଶାସନପଡ଼ାଠାରୁ ବାସୁଦେବପୁର, ପ୍ରୀତିପୁର ଦୁର୍ଗାପଡ଼ିଆଠାରୁ କୁଆଁରପୁର, ରାହାସୋଇଠାରୁ ସାଉଣ୍ଡି, କମାରଡ଼ିହଠାରୁ ଦରଭା, ଗୋବିନ୍ଦପୁରଠାରୁ ନାଥସାହି, ଟାଉଁତରାଠାରୁ ବଣିଆପାଳ ଭାୟା ଇଞ୍ଜନପୁର, ଦେହୁଡିସାହିଠାରୁ ଦିୱାନୀପାଟଣା, ଆର୍‌ଡି ରାସ୍ତାଠାରୁ କରାଣ୍ଡିପୁର ଏବଂ ପିଡବ୍ଲ୍ୟୁଡି ରାସ୍ତାଠାରୁ ବୋତଲଟାଙ୍ଗ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେବେ ଉପରୋକ୍ତ ଅଧିକାଂଶ ରାସ୍ତା ନିର୍ମାଣ ସରି ଯାଇଥିବାବେଳେ କେତେକ ରାସ୍ତା ଠିକ ଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ତାଲିକା ବାଦ ଏକାଧିକ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି, ହେଲେ ସେଥିପ୍ରତି କାହାରି ନିଘା ନାହିଁ ବୋଲି ମତପ୍ରକାଶ ପାଇଛି। ଏଭଳି ପାତରଅନ୍ତର ନୀତି ଜିଲାର ସାମୂହିକ ବିକାଶରେ ଅନ୍ତରାୟ ସାଜିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?