ଖରାଦିନ ଆରମ୍ଭରୁ ଜଳକଷ୍ଟ

ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେଉଛି। ଆସନ୍ତା ଦିନରେ ବର୍ଷା ନ ହେଲେ ପରିସ୍ଥିତି ଜଟିଳ ହେବ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ।
ଗତ ଅକ୍ଟୋବରଠାରୁ ବର୍ଷା ହୋଇନାହିଁ। ୫ମାସ ଧରି ଆଦୌ ବର୍ଷା ନ ଥିବାରୁ ଭୂତଳ ଜଳସ୍ତର ଖସି ଖସି ଯାଉଛି।
ଏବେଠୁ ନାଳ, ପୋଖରୀ, ଗଡ଼ିଆର ଜଳସ୍ତର କମି କମି ଚାଲିଥିବା ବେଳେ ନଦୀରୁ ପାଣି ମଧ୍ୟ ଶୁଖିଲାଣି। ଭୂତଳ ଜଳସ୍ତର କମି କମି ଆସୁଥିବାରୁ ଭୂପୃଷ୍ଠ ଜଳସ୍ତର ଉପରେ ପ୍ରଭାବ ପଡୁଥିବା କୁହାଯାଇଛି। ଅନ୍ୟପକ୍ଷରେ ଜଳେଶ୍ୱର ବ୍ଲକ ଅଞ୍ଚଳରେ ଏବେ ପ୍ରାୟ ୭ ହଜାର ହେକ୍ଟର ଜମିରେ ରବିଧାନ ରୁଆପୋତା ସରିଲାଣି। ଅଧିକ ମାତ୍ରାରେ ଧାନଚାଷ ହେଉଥିବାରୁ ଏକମାତ୍ର ବିକଳ୍ପ ଭାବେ ଭୂତଳ ଜଳ ବ୍ୟବହାର କରାଯାଇ ଆସୁଛି।
ଏକ ଆକଳନରୁ ପ୍ରକାଶ ଜଳେଶ୍ୱର ବ୍ଲକ ଅଞ୍ଚଳରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ସରକାରୀ ଉଠା ଜଳସେଚନ ଓ ୨ ହଜାରରୁ ଅଧିକ ସେଲୋ କାର୍ଯ୍ୟ କରୁଥିବାରୁ ଭୂତଳ ଜଳସ୍ତର ଉପରେ ଏହାର ପ୍ରଭାବ ପଡୁଛି।
ସାଧାରଣତଃ ଧାନ ଚାଷରେ ସର୍ବାଧିକ ଜଳ ବ୍ୟବହାର ହୋଇଥାଏ। ଚାଷୀଙ୍କ ମଧ୍ୟରେ ସଚେତନତା ଅଭାବରୁ ଅର୍ଥକରୀ ଫସଲ ପ୍ରତି କୃଷକ ଆକୃଷ୍ଟ ନ ହୋଇ ପାରମ୍ପରିକ ଭାବେ ରବି ଧାନଚାଷ କରିଆସୁଛନ୍ତି। ଫଳରେ ଏବେଠୁ ପ୍ରତିଗଁାରେ ଶହ ଶହ ବେସରକାରୀ ଅଗଭୀର ନଳକୂପ ଅଚଳ ହେଲାଣି। ନଦୀକୂଳିଆ ଗଁାଗୁଡିକର ବେସରକାରୀ ନଳକୂପ ଅଚଳ ହୋଇଥିବାରୁ ଲୋକେ ପିଇବା ପାଣି ଅଭାବର ସମ୍ମୁଖୀନ ହେଉଛନ୍ତି। କେବଳ ବେସରକାରୀ ନୁହେଁ ସରକାରୀ ଭାବେ ଖନନ ହୋଇଥିବା ଇଣ୍ଡିଆନ୍‌ ମାର୍କ-୨ ନଳକୂପରୁ ସ୍ବଳ୍ପ ପାଣି କିମ୍ବା ଗୋଳିଆ ପାଣି ବାହାରୁଥିବା ଦେଖିବାକୁ ମିଳୁଛି। ଏପରିକି ପିଇବା ପାଣି ପ୍ରକଳ୍ପରୁ ମଧ୍ୟ ଅଳ୍ପ ଜଳ ବାହାରୁଥିବାରୁ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ସେଠାରେ ଲୋକଙ୍କ ଜଳକଷ୍ଟ ତୀବ୍ର ହୋଇଛି। ଗଁାରେ ବସିଥିବା ବସୁଧା ଯୋଜନାର ପ୍ରକଳ୍ପ ମଧ୍ୟରୁ କେତେକ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ତାହା ଲୋକଙ୍କ କାର୍ଯ୍ୟରେ ଆସୁନାହିଁ। ପିଇବା ପାଣି ସଂଗ୍ରହ ଲାଗି ଗଁାରେ ଥିବା ନଳକୂପ କିମ୍ବା ଉତ୍ସ ନିକଟରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି।
କେତେକ ବିଦ୍ୟାଳୟରେ ପିଇବା ପାଣି ପ୍ରକଳ୍ପ ନ ଥିବାରୁ ଏବଂ ନଳକୂପ ଅଚଳ ହୋଇଥିବାରୁ ପିଲାମାନେ ଦୂରସ୍ଥାନକୁ ପାଣି ପାଇଁ ଯାଉଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ବର୍ଷା ନ ହେଲେ ଉଠାସେଚନ ପ୍ରକଳ୍ପଗୁଡିକ ମଧ୍ୟରୁ କେତେକ ଅଚଳ ହେବାର ସମ୍ଭାବନା ରହିଛି। ଭୂତଳ ଜଳର ବ୍ୟାପକ ବ୍ୟବହାର ଯୋଗୁ ଭୂତଳ ସ୍ଥାନର ପୂରଣ ଲାଗି ସମୁଦ୍ର ଲୁଣିପାଣି ସ୍ଥଳଭାଗକୁ ପଶି ଆସିବାର ସମ୍ଭାବନା ଦେଖାଦେଇଛି।
ବୈଜ୍ଞାନିକ ଡ. ଦିଲୀପ ପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଖରୀ ଓ ଜଳଉତ୍ସ ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସହକାରୀ ଯନ୍ତ୍ରୀ ଇଂ. ପ୍ରଦ୍ୟୁମ୍ନ ଦାସ କହିଛନ୍ତି, ଏବେ ଜଳେଶ୍ୱରର ଭୂତଳ ଜଳ ୨୦ରୁ ୨୪ ମିଟର ଖସିଯାଇଥିବାରୁ ପାଣି ସମସ୍ୟା ଉକତ୍ଟ ହୋଇଛି। ପ୍ରତିଦିନ କର୍ମଚାରୀମାନେ ଯାଇ ଅଚଳ ନଳକୂପଗୁଡିକୁ ମରାମତି କରିବାରେ ଲାଗିଛନ୍ତି। ଜଳେଶ୍ୱର ବ୍ଲକରେ ଏକ ମେଗା ଜଳ ପ୍ରକଳ୍ପ ଲାଗି ବହୁଦିନରୁ ଦାବି ହୋଇଆସୁଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ, ପଞ୍ଚୁଘଣ୍ଟା, କୂଅଁରପୁରଠାରେ ନଦୀରୁ ପାଣି ଉତ୍ତୋଳନ କରି ବିଶୋଧନ ପରେ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯାଇପାରିଲେ ସ୍ଥାୟୀ ସମସ୍ୟା ଦୂର ହୋଇପାରନ୍ତା ବୋଲି ନଦୀକୂଳିଆ ବହୁ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?