ପଦ୍ମପୁରରେ ଘୋଷଣା, କେନ୍ଦୁଝରରେ ତାତି

କେନ୍ଦୁଝର,୨୦ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଦ୍ମପୁର ଗସ୍ତରେ ଯାଇ ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦୁଝର ଜିଲା ରାଜ୍ୟର ଏକ ଅବିଭକ୍ତ ଓ ବୃହତ୍‌ ଜିଲା ହୋଇଥିବାରୁ ସବୁ କ୍ଷେତ୍ରରେ ଏହା ଅବହେଳିତ ହୋଇ ରହି ଆସିଥିବା ବିଭିନ୍ନ ସଂଗଠନ ଓ ଜନସାଧାରଣ ଅଭିଯୋଗ କରିଆସୁଛନ୍ତି। ତେଣୁ ଏହି ଜିଲାର ଆନନ୍ଦପୁରକୁ ଜିଲା କରିବାକୁ ବହୁ ବର୍ଷ ଧରି ଦାବି ହୋଇଆସୁଛି। ଆନନ୍ଦପୁରକୁ ଜିଲା ଓ ପାଟଣା ଏବଂ ଘଟଗାଁକୁ ସବଡିଭିଜନ ଘୋଷଣା କରିବା ଲାଗି ଆନନ୍ଦପୁର ବିକାଶ ମଞ୍ଚର ସଭାପତି ସନାତନ ନାୟକ, ଧନେଇ ସେବା ସଂଘ ସଭାପତି ବିଷ୍ଣୁ ବାରିକଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଘେରା କେନ୍ଦୁଝର ଜିଲାର ଭୌଗଳିକ କ୍ଷେତ୍ରଫଳ ୮୩୦୩ ବର୍ଗ କି.ମି. ରହିଥିବା ବେଳେ ଜିଲାର ଲମ୍ବା ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ପ୍ରାୟ ୧୪୫ କି.ମି. ଏବଂ ପ୍ରସ୍ଥ ପୂର୍ବରୁ ପଶ୍ଚିମ ୬୫ କି.ମି.। ଜିଲାରେ ୩ଟି ଉପଖଣ୍ଡ, ୧୩ଟି ବ୍ଲକ ଓ ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ବୃହତ୍‌ ଜିଲାର ସଦର ମହକୁମାରୁ ଆନନ୍ଦପୁର ସବ୍‌ଡିଭିଜନର ଜର୍ଦ୍ଦା ସୀମାନ୍ତ ଅଞ୍ଚଳ ପ୍ରାୟ ୧୧୦ କି.ମି. ହୋଇଥିବାବେଳେ ହାଟଡିହୀ ବ୍ଲକ୍‌ର ଶେଷ ଅଞ୍ଚଳ ୧୨୦ରୁ ୧୩୦ କି.ମି. ଦୂର ଅଟେ। ଜିଲାର ଅନ୍ୟତମ ଉପାନ୍ତ ଅଞ୍ଚଳ କିରିବୁରୁ ଓ ବଲାଣି ୧୦୦ କି.ମି.ରୁ ଊର୍ଦ୍ଧ୍ୱରେ ଥିବା ବେଳେ ସୀମାନ୍ତବର୍ତ୍ତୀ କାଳିଆହତା ଅଞ୍ଚଳ ମଧ୍ୟ ୧୧୦ କି.ମି. ଦୂର। ଅଣଆଦିବାସୀ ଅଞ୍ଚଳ ଭାବରେ ପରିଗଣିତ ହୋଇଆସୁଥିବା ଆନନ୍ଦପୁର, ଘଷିପୁରା, ହାଟଡ଼ିହୀ ବ୍ଲକ୍‌କୁ ନେଇ ଆନନ୍ଦପୁର ଉପଖଣ୍ଡ ଗଠନ ହୋଇଛି। ପଞ୍ଚାୟତଠାରୁ ସବ୍‌ଡିଭିଜନ୍‌ ପର୍ଯ୍ୟନ୍ତ ଅଞ୍ଚଳ ପୁର୍ନଗଠନ କରାଗଲେ ପ୍ରଶାସନିକ ବ୍ୟବସ୍ଥା ଲୋକାଭିମୁଖୀ କରାଯାଇପାରିବ ବୋଲି ଜିଲା ପରିଷଦ ସଭ୍ୟା ଅସୀମା ମିଶ୍ର କହିଛନ୍ତି।
ସେହିପରି ଘଟଗାଁ ଓ ପାଟଣାକୁ ନୂତନ ସବଡିଭିଜନ ଭାବରେ ଗଠନ କରାଗଲେ ସୁଶାସନ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ହାଟଡ଼ିହୀ ବ୍ଲକ୍‌ର ଅନେକ ଅଞ୍ଚଳ ଭଦ୍ରକ ସହ, ବରପଦାଠାରୁ ଦୈତାରୀ ପର୍ଯ୍ୟନ୍ତ ଅଞ୍ଚଳ ଯାଜପୁର ଜିଲା ସହ, ସିରିଗିଡ଼ା, ବିମଳା, କାଳିଆହତା ଆଦି ଅଞ୍ଚଳ ଢେଙ୍କାନାଳ ଓ ଅନୁଗୁଳ ଜିଲା ସହ ସମ୍ପର୍କ ସୂତ୍ରରେ ବାନ୍ଧି ହୋଇଛି। ବଡ଼ବିଲ, ବଲାଣି, କିରିବୁରୁ, ଚମ୍ପୁଆ ଆଦି ଅଞ୍ଚଳରେ ଝାଡ଼ଖଣ୍ଡ ରାଜ୍ୟର ପ୍ରଭାବ ସ୍ପଷ୍ଟ ଅନୁଭୂତ ହେଉଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହାର ପୁନର୍ବାର ସମୀକ୍ଷା କରାଯାଇ ଅଧିକ ସଂଖ୍ୟାରେ ସବ୍‌ଡିଭିଜନ୍‌ ଓ ବ୍ଲକ ସୃଷ୍ଟି କରିବାକୁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।
କେନ୍ଦୁଝର ସଦର ଉପଖଣ୍ଡରେ ସର୍ବାଧିକ ୭ଟି ବ୍ଲକ୍‌ ଥିବାବେଳେ ଘଟଗାଁ ବ୍ଲକ୍‌ରେ ସର୍ବାଧିକ ୨୬ ପଞ୍ଚାୟତ, ହରିଚନ୍ଦନପୁର ବ୍ଲକ୍‌ରେ ୨୫ ଓ ସଦର ବ୍ଲକ୍‌ରେ ୨୪ ପଞ୍ଚାୟତ ରହିଛି। ପ୍ରତ୍ୟେକ ବ୍ଲକ୍‌ରେ ବିଡିଓ ଥିଲେ ମଧ୍ୟ ବହୁ ସମୟରେ ବ୍ଲକ ମୁଖ୍ୟାଳୟଠାରୁ ଗୋଟିଏ ଗୋଟିଏ ଗ୍ରାମ ପାଖାପାଖି ୪୦ରୁ ୫୦ କି.ମି. ଦୂରତାରେ ରହୁଛି। କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁନର୍ଗଠନ କରାଯାଇ ଆଉ ଦୁଇଟି ସବ୍‌ଡିଭିଜନ୍‌ ସୃଷ୍ଟି କରାଯିବା ସହ ଆନନ୍ଦପୁର ସବ୍‌ଡିଭିଜନ୍‌କୁ ଜିଲାର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି। ସେହିପରି ସର୍ବବୃହତ୍‌ ହାଟଡିହୀ ବ୍ଲକ୍‌କୁ ପୁର୍ନଗଠନ କରାଯାଇ ଆଉ ଗୋଟିଏ ବ୍ଲକ୍‌ ଗଠନ କରିବାକୁ ମତ ପ୍ରକାଶ ପାଇଛି। ଭୌଗଳିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କଲେ ତେଲକୋଇ ଏବଂ ସାହାରପଡ଼ା ବ୍ଲକ୍‌କୁ ଭାଙ୍ଗି ଅଧିକ ସଂଖ୍ୟାରେ ବ୍ଲକ୍‌ କରିବା ପାଇଁ ଦାବି ହେଉଛି। ଆନନ୍ଦପୁରବାସୀ ପୂର୍ବରୁ ଜିଲା ପାଇଁ ଦାବି ଓ ଆନ୍ଦୋଳନ କରିଆସୁଥିବା ବେଳେ ରାଜନୈତିକ ଦଳଙ୍କ ନୀରବତାକୁ ନେଇ ଅସନ୍ତୋଷ ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?